‘କ୍ରିକେଟଠାରୁ ଅଧିକ ମୁଁ କାହାକୁ ବି ଭଲପାଏ ନାହିଁ’: ବିବାହ ଭାଙ୍ଗିବା ପରେ ସ୍ମୃତି ମନ୍ଧାନାଙ୍କ ବୟାନ

Advertisment

ସ୍ମୃତି ବୁଧବାର ଭାରତ ମଣ୍ଡପମରେ ଆୟୋଜିତ 'ଆମାଜନ ସମ୍ଭବ ସମିଟ୍‌'ରେ ଅଧିନାୟିକା ହରମନପ୍ରୀତ କୌରଙ୍କ ସହ ଯୋଗ ଦେଇଥିଲେ । ଏହି ସମୟରେ ସେ ଏହି କଥା କହିଥିଲେ । ୨୧ ଡିସେମ୍ବରରୁ ବିଶାଖାପାଟନମରେ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ତାଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି।

Smriti Mandhana

Smriti Mandhana Photograph: (Kanak News)

କନକ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା କହିଛନ୍ତି ଯେ ଗତ ୧୨ ବର୍ଷ ମଧ୍ୟରେ ସେ ଯେଉଁ ଗୋଟିଏ କଥା ସବୁଠାରୁ ଭଲ ଭାବରେ ବୁଝିପାରିଛନ୍ତି, ତାହା ହେଉଛି ସେ କ୍ରିକେଟ୍ ଅପେକ୍ଷା ଅନ୍ୟ କୌଣସି ଜିନିଷକୁ ଅଧିକ ଭଲ ପାଆନ୍ତି ନାହିଁ। ପଲାଶ ମୁଚ୍ଛଲଙ୍କ ସହ ବିବାହ ଭାଙ୍ଗିବା ପରେ ବୁଧବାର ଦିନ ମନ୍ଧାନା ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଥିଲେ। ୭ ଡିସେମ୍ବରରେ ସେ ଏକ ପୋଷ୍ଟ ମାଧ୍ୟମରେ ନିଜ ବିବାହ ଭାଙ୍ଗିବା ନେଇ ସ୍ପଷ୍ଟ କରିଥିଲେ।

ସ୍ମୃତି ବୁଧବାର ଭାରତ ମଣ୍ଡପମରେ ଆୟୋଜିତ 'ଆମାଜନ ସମ୍ଭବ ସମିଟ୍‌'ରେ ଅଧିନାୟିକା ହରମନପ୍ରୀତ କୌରଙ୍କ ସହ ଯୋଗ ଦେଇଥିଲେ । ଏହି ସମୟରେ ସେ ଏହି କଥା କହିଥିଲେ । ୨୧ ଡିସେମ୍ବରରୁ ବିଶାଖାପାଟନମରେ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ତାଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି।

ସମିଟ୍‌ରେ କହିବାବେଳେ ସ୍ମୃତି ୨୦୧୩ରେ ନିଜ କ୍ୟାରିୟରର ଆରମ୍ଭ ଠାରୁ ଗତ ମାସରେ ହୋଇଥିବା ବିଶ୍ୱକପ୍ ବିଜୟ ପର୍ଯ୍ୟନ୍ତ ନିଜର ଯାତ୍ରାକୁ ମନେ ପକାଇଥିଲେ। ସେ କହିଥିଲେ, 'ମୋତେ ଲାଗେନାହିଁ ଯେ ମୁଁ କ୍ରିକେଟ୍ ଠାରୁ ଅଧିକ ଅନ୍ୟ କୌଣସି ଜିନିଷକୁ ଭଲ ପାଏ। ଭାରତୀୟ ଜର୍ସି ପିନ୍ଧିବା ହିଁ ଆମ ପାଇଁ ସବୁଠାରୁ ବଡ଼ ପ୍ରେରଣା। ଆପଣ ନିଜର ସମସ୍ତ ଅସୁବିଧାକୁ ଗୋଟିଏ ପାଖରେ ରଖିଦିଅନ୍ତି ଏବଂ ସେହି ଚିନ୍ତାଧାରା ଆପଣଙ୍କୁ ଜୀବନ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ।'

ଆହୁରି ପଢ଼ନ୍ତୁ... ପାକିସ୍ତାନର ପୂର୍ବ ISI ଚିଫଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ; ମୁନିରଙ୍କର ଥିଲେ ଶତ୍ରୁ, ଇମ୍ରାନଙ୍କ ଥିଲେ ସାଙ୍ଗ

ସେ କହିଥିଲେ ଯେ ପିଲାଦିନରୁ ତାଙ୍କର ସ୍ୱପ୍ନ ବିଲକୁଲ୍ ସ୍ପଷ୍ଟ ଥିଲା। ସେ କହିଲେ, 'ଯେତେବେଳେ ମୁଁ ଛୋଟ ଥିଲି, ବ୍ୟାଟିଂ ପାଇଁ ମୋର ଆରମ୍ଭରୁ ହିଁ ଜୁନୁନ୍ (ନିଶା) ଥିଲା। କେହି ବୁଝିପାରୁ ନଥିଲେ, କିନ୍ତୁ ମୋ ମନରେ ସବୁବେଳେ ଥିଲା ଯେ ମୁଁ ଦୁନିଆର ଚାମ୍ପିଅନ୍ ବୋଲି । 

ମିଥାଲି ଏବଂ ଝୁଲଣଙ୍କ କଥା ଉଲ୍ଲେଖ କରି ମନ୍ଧାନା କହିଥିଲେ ଯେ ଆମେ ପ୍ରକୃତରେ ତାଙ୍କ ପାଇଁ ଏହା ଜିତିବାକୁ ଚାହୁଥିଲୁ। ତାଙ୍କ ଆଖିରେ ଲୁହ ଦେଖି ଲାଗିଲା ଯେପରି ସମଗ୍ର ମହିଳା କ୍ରିକେଟ୍ ଜିତିଗଲା। ଏହା ତାଙ୍କ ପାଇଁ ଲଢ଼ାଯାଇଥିବା ଲଢ଼େଇର ବିଜୟ ଥିଲା।

ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସ୍ମୃତି ମନ୍ଧାନାଙ୍କୁ ଦେଖିବାକୁ ମିଳିବ । ବିବାହ ଭାଙ୍ଗିବା ପରେ ସେ ପ୍ରଥମଥର ପାଇଁ କ୍ରିକେଟ ମୈଦାନକୁ ଓହ୍ଲାଇବେ । ଆଉ ସେ ନେଟ୍ସରେ ପ୍ରାକ୍ଟିସ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । 

ସ୍ମୃତି ମନ୍ଧାନା ଏବଂ ପଳାଶ ମୁଚ୍ଚଲ ୨୦୧୯ ମସିହାରୁ ଡେଟିଂ କରୁଥିଲେ ଏବଂ ୨୦୨୪ ରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିଛି ଦିନ ପୂର୍ବରୁ ସ୍ମୃତିଙ୍କୁ ପଳାଶ ଷ୍ଟାଡିୟମରେ ପ୍ରପୋଜ୍ ମଧ୍ୟ କରିଥିଲେ ଯାହାର ଫଟୋ ଏବଂ ଭିଡିଓ ଭାଇରାଲ୍ ହୋଇଥିଲା । ହେଲେ ବିବାହର ଠିକ୍ ପୂର୍ବରୁ ଦୁହିଁଙ୍କ ବିବାହ ହଠାତ୍ ଘୁଞ୍ଚିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା । ପରେ ପରେ ଏହା ପଛରେ ପଳାଶ ମୁଚ୍ଚଲଙ୍କ ପ୍ରେମ ସମ୍ପର୍କ କାରଣ ବୋଲି କୁହାଯାଇଥିଲା । ହେଲେ ସ୍ମୃତି କିମ୍ବା ପଳାଶଙ୍କ ପକ୍ଷରୁ କିନ୍ତୁ ଏନେଇ କୌଣସି ବି ସଫେଇ ଦିଆଯାଇଥିଲା । ଶେଷରେ ସ୍ମୃତି ଏନେଇ ମୁହଁ ଖୋଲିବା ସହିତ ଇନଷ୍ଟାଗ୍ରାମରେ ବିବାହ ବାତିଲ୍ ହୋଇଥିବା ନେଇ ସୂଚନା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe