Shehbaz's big confession Photograph: (kanak news)
କନକ ବ୍ୟୁରୋ : ପାକିସ୍ତାନର ଆର୍ଥିକ ସଙ୍କଟ କାହାକୁ ଅଛପା ନାହିଁ । ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶ ଅନ୍ୟ ଦେଶର ଋଣ ଉପରେ ନିର୍ଭରଶୀଳ । ଏହି ପରିପ୍ରେକ୍ଷୀରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଇସଲାମାବାଦରେ ଦେଶର ପ୍ରମୁଖ ରପ୍ତାନିକାରୀମାନଙ୍କୁ ସମ୍ବୋଧିତ କରି ସ୍ୱୀକାର କରିଛନ୍ତି ଯେ, ଖରାପ ଆର୍ଥିକ ପରିସ୍ଥିତି ଯୋଗୁ ତାଙ୍କୁ ଓ ଫିଲ୍ଡ ମାର୍ଶାଲ୍ ଅସୀମ୍ ମୁନିରଙ୍କୁ ବନ୍ଧୁ ଦେଶମାନଙ୍କୁ ସାହାଯ୍ୟ ପାଇଁ ଆକୁଳ ଭାବେ କାକୁତି ମିନତି କରିବାକୁ ପଡିଛି ।
ଋଣ ପାଇଁ ବାରମ୍ବାର ବିଦେଶ ଯାତ୍ରା
ଆର୍ଥିକ ସଙ୍କଟ ଏତେ ଗମ୍ଭୀର ଥିଲା ଯେ, ମତେ ଋଣ ପାଇଁ ବାରମ୍ବାର ବିଦେଶ ଯାତ୍ରା କରିବାକୁ ପଡିଥିଲା । ଆଇଏମ୍ଏଫ୍ କାର୍ଯ୍ୟକ୍ରମକୁ ବଞ୍ଚାଇବା ଓ ବାହ୍ୟ ଋଣ ବ୍ୟବଧାନ ପୂରଣ କରିବା ପାଇଁ, ତାଙ୍କୁ ଚୁପ୍ଚାପ୍ ଅନେକ ଦେଶ ପାଖକୁ ଯିବାକୁ ପଡିଥିଲା । ହାତପାତି ମୁଣ୍ଡ ନୋଇଁ ସାହାଯ୍ୟ ମାଗିବାକୁ ପଡିଥିଲା । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଋଣର ସର୍ତ୍ତାବଳୀ କେତେକ ସମୟରେ ଉଚିତ ନଥିଲା । ପାକିସ୍ତାନକୁ ନିଜ ପ୍ରତିଷ୍ଠା ସହିତ ସାଲିସ୍ କରିବାକୁ ମଧ୍ୟ ପଡିଥିଲା । ସରିଫ ଭାବପ୍ରବଣ ହୋଇ କହିଛନ୍ତି,ମୁଁ ଆପଣଙ୍କୁ କିପରି କହିବି ଯେ ଆମକୁ ବହୁ ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଖକୁ ଯାଇ ଋଣ ମାଗିବାକୁ ପଡିଥିଲା । ସେହି ଦେଶଗୁଡ଼ିକ ଆମକୁ କେବେ ନିରାଶ କରି ନାହାନ୍ତି। କିନ୍ତୁ ଋଣଗ୍ରହୀତାଙ୍କ ମୁଣ୍ଡ ସବୁବେଳେ ଦାତାଙ୍କ ଆଗରେ ତଳକୁ ହୋଇଯାଇଥାଏ ।
ଅଧିକ ପଢ଼ନ୍ତୁ---ଟ୍ରମ୍ପଙ୍କ ଚେତାବନୀକୁ ଖଣ୍ଡନ କଲେ ଷ୍ଟାର୍ମର ; ଚୀନ ବିଶ୍ୱର ଦ୍ୱତୀୟ ବୃହତ୍ତମ ଅର୍ଥନୀତି, ତେଣୁ ତାଙ୍କ ସହ କରାଯିବ ନାହିଁ ସମ୍ପର୍କ ଖରାପ
ଋଣ ପାଇଁ ଆତ୍ମସମ୍ମାନ ସହିତ ସାଲିସ୍
ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯେତେବେଳେ କୌଣସି ଦେଶ ଆର୍ଥିକ ସାହାଯ୍ୟ ମାଗେ, ତାକୁ ନିଜର ଇଜ୍ଜତ-ଏ-ନଫସ୍(ସ୍ୱାଭିମାନ) ସହିତ ସାଲିସ୍ କରିବାକୁ ପଡ଼ିଥାଏ । ଋଣଦାତାଙ୍କ ଏପରି ସର୍ତ୍ତ ଗ୍ରହଣ କରିବାକୁ ପଡ଼ିଥାଏ, ଯାହାକୁ ସହ୍ୟ କରିବା ମଧ୍ୟ କଷ୍ଟକର । ଏହି ସ୍ୱୀକାରୋକ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନର ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି । ପାରମ୍ପରିକ ସହଯୋଗୀମାନେ ଏବେ କେବଳ ସାହାଯ୍ୟ ପାଇଁ ନୁହେଁ ବରଂ ବାଣିଜ୍ୟ, ନିବେଶ ଓ ନବସୃଜନ-ଭିତ୍ତିକ ସହଭାଗୀତା ପାଇଁ ରାଜି ହେଉଛନ୍ତି । ସରିଫ ପୂର୍ବରୁ କହିଥିଲେ ଯେ, ସେ ଭିକ୍ଷା ପାତ୍ର ନେଇ ସାରା ବିଶ୍ୱରେ ବୁଲିବାକୁ ଚାହାନ୍ତି ନାହିଁ । କିନ୍ତୁ ଏଥର ସେ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି, ପାକିସ୍ତାନ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛି ତାହା ଅତ୍ୟନ୍ତ ଲଜ୍ଜାଜନକ ।
ପାକିସ୍ତାନ ଉପରେ କେତେ ଋଣ ?
ପାକିସ୍ତାନ ଆଇଏମ୍ଏଫ୍ ଓ ବିଶ୍ୱ ବ୍ୟାଙ୍କ ସହିତ ବରଂ ଚୀନ୍ ତଥା ସାଉଦି ଆରବର ଋଣଭାରରେବୁଡ଼ି ରହିଛି । ଡିସେମ୍ବର ୨୦୨୫ ସୁଦ୍ଧା ପାକିସ୍ତାନର ମୋଟ ବାହ୍ୟ ଋଣ ପ୍ରାୟ ୫୨.୩୬୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ।
Follow Us