କନକ ବ୍ୟୁରୋ : ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଇଥିବା ଭାଷଣର କଡ଼ା ଜବାବ ଦେଇଛି ଭାରତ । ଭାରତର ସ୍ଥାୟୀ ମିସନର ପ୍ରଥମ ସଚିବ ପେଟଲ ଗେହଲଟ୍ ତାଙ୍କ ‘ରାଇଟ୍ ଟୁ ରିପ୍ଲାଏ’ ଅଧିକାର ବ୍ୟବହାର କରି ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ।

Advertisment

ପେଟଲ ଗେହଲଟ୍ କହିଛନ୍ତି ଯେ, ଏହି ସଭାରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ମିଳିଥିଲା, ଯେଉଁଥିରେ ସେ ପୁଣି ଥରେ ଆତଙ୍କବାଦର ଗୁଣଗାନ କରିଥିଲେ, ଯାହା ତାଙ୍କ ବୈଦେଶିକ ନୀତିର ଏକ ପ୍ରମୁଖ ଅଂଶ । ୨୫ ଏପ୍ରିଲ, ୨୦୨୫ରେ ଜାତିସଂଘ ସୁରକ୍ଷା ପରିଷଦରେ, ପାକିସ୍ତାନ ଜମ୍ମୁ ଏବଂ କଶ୍ମୀରରେ ପର୍ଯ୍ୟଟକଙ୍କ ହତ୍ୟା ପାଇଁ ଦାୟୀ ।

ପାକିସ୍ତାନ-ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ 'ରେଜିଷ୍ଟେନ୍ସ ଫ୍ରଣ୍ଟ'ର ପକ୍ଷ ନେଇଥିଲା । ପାକିସ୍ତାନ ଯିଏ ବର୍ଷ ବର୍ଷ ଧରି ଓସାମା ବିନ୍ ଲାଡେନଙ୍କୁ ଲୁଚାଇ ରଖିଥିଲା ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବାର ଅଭିନୟ କରୁଥିଲା । ସେମାନଙ୍କର ମନ୍ତ୍ରୀମାନେ ନିଜେ ସ୍ୱୀକାର କରିଛନ୍ତି ଯେ, ପାକିସ୍ତାନ ଦଶନ୍ଧି ଧରି ଆତଙ୍କବାଦୀ ଶିବିର ଚଲାଇ ଆସୁଛି ।