କନକବ୍ୟୁରୋ : ଜୁଇ ଜଳୁଛି ।  ଏ ଜୁଇରେ ମଣିଷର ମର ଶରୀର ନାହିଁ । ଏଠି ପୋଡ଼ି ପାଉଁଶ ହୋଇଯାଇଛି ୪୫ ବର୍ଷ ଅପେକ୍ଷା । ଦୁଃଖରେ ଭାଙ୍ଗିପଡିଛନ୍ତି ପୂରା ପରିବାର। ହିନ୍ଦୁ ରୀତିନୀତି ଅନୁଯାୟୀ ଅନ୍ତେଷ୍ଟି କ୍ରିୟା ଚାଲିଛି । ୪୫ ବର୍ଷ ଧରି ନିଖୋଜ ଥିବା ବାପାଙ୍କ ପ୍ରତିକାତ୍ମକ କୁଶ ପୁତ୍ତଳିକାକୁ ଜୁଇରେ ଜାଳି ବାପାଙ୍କ ଶେଷକୃତ୍ୟ ସଂପନ୍ନ କରିଛନ୍ତି ୪ ପୁଅ । ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍  କଳାକାଦ ଗାଁ ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ   ।  ଗାଁର ହରେକୃଷ୍ଣ ପ୍ରଧାନ ପ୍ରାୟ ୪୫ବର୍ଷ ହେବ ନିଖୋଜ ଅଛନ୍ତି ।  ହରେକୃଷ୍ଣ ଜୀବିତ କି ମୃତ, ତାହା ଜଣାନାହିଁ ।

Advertisment

ରେଭେନ୍ସା ହଷ୍ଟେଲରେ ବ୍ୟାପିଲା ଝାଡ଼ାବାନ୍ତି : ଇଷ୍ଟ ହଟେଷ୍ଟଲରେ ୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ

ଅଧିକ ପଢନ୍ତୁ ..... 

ସରକାରୀ ଗିରଫକୁ ଭୟ କରି ୧୯୮୦ ରୁ ଘରୁ ଯାଇଛନ୍ତି ଯେ ଆଉ ଫେରିନାହାନ୍ତି  , କି ତାଙ୍କର କୌଣସି ଖୋଜ ଖବର ମଧ୍ୟ ନାହିଁ । ଏପଟେ ଦୀର୍ଘ ଦିନ ହେବ ମାଆ ଶଯ୍ୟାଶାୟୀ । ବର୍ଷବର୍ଷ ର ଅପେକ୍ଷା ପରେ ଭରସା ଭାଙ୍ଗି ଯାଇଛି । ବାପାଙ୍କ ଫେରିବା ଆଶା ମଉଳି ଯାଇଛି ।  ତେଣୁ ପୁରୋହିତଙ୍କ ପରାମର୍ଶ କ୍ରମେ ହରେକୃଷ୍ଣଙ୍କ ଚାରି ପୁଅ ବାପାଙ୍କ କୁଶ ପୁତ୍ତଳିକା ଦାହ କରି ଶୁଦ୍ଧି ହୋଇଛନ୍ତି । 

‘ମୋନ୍ଥା’ ର ପ୍ରଭାବ : ପୋଡ଼ମ୍‌ ପେଟାରେ କୂଳ ଲଘିଂଲା ସମୁଦ୍ର

ଅଧିକ ପଢନ୍ତୁ ..... 

ହରେକୃଷ୍ଣ ପ୍ରଧାନ ଥିଲେ ଜଣେ ରିକ୍ସା ଚାଳକ
ରିକ୍ସା କିଣିବା ପାଇଁ ହରେକୃଷ୍ଣ ଋଣ କରିଥିଲେ
ଋଣ ଶୁଝି ନପାରିବାରୁ ଟଙ୍କା ପାଇଁ ସରକାରୀ ବାବୁମାନେ ଆସିଥିଲେ 
ତାଙ୍କ ସହିତ ଝଗଡ଼ା ହେବାରୁ ମାମଲା ଥାନାରେ ପହଞ୍ଚିଥିଲା 
ଘରକୁ ବାରମ୍ବାର ପୁଲିସ ଆସିବାରୁ ଡରି ଯାଇଥିଲେ 
 ଗିରଫ ଭୟରେ ହରେକୃଷ୍ଣ ଘର ଛାଡ଼ି ପଳେଇଥିଲେ
 ସେହି ଘଟଣାକୁ ୪୫ ବର୍ଷ ବିତିଲାଣି, ହେଲେ ଫେରିଲେ ନାହିଁ ହରେକୃଷ୍ଣ
 ବହୁ କଷ୍ଟରେ ୪ ପିଲାଙ୍କ ଲାଳନ ପାଳନ କରିଛନ୍ତି ସ୍ତ୍ରୀ ନର୍ମଦା
 ଏବେ ପିଲାମାନେ ମଧ୍ୟ ଘର ସଂସାର କଲେଣି
 ବାପାଙ୍କ ଫେରିବା ଆଶା ମଉଳି ଯିବା ପରେ ପ୍ରତିକାତ୍ମକ ଶବଦାହ କରିଛନ୍ତି
 ଆଗକୁ ଏକାଦଶ କର୍ମ କରାଯିବ ବୋଲି ବନ୍ଧୁବର୍ଗଙ୍କୁ ଅବଗତ କରୁଛନ୍ତି 
 ତେବେ ହରେକୃଷ୍ଣ ପ୍ରଧାନ ପ୍ରକୃତରେ ଜୀବିତ ନା ମୃତ ତାହା ଜଣାପଡ଼ିନି