Arrest Photograph: (kanak news)
କନକ ବ୍ୟୁରୋ : ମୋବାଇଲ ଖୋଲିଦେଲା ଶିକାରୀଙ୍କ ରାକେଟର ଗୁମର । ଶିକାରୀ ଗିରଫ ହେବା ପରେ ଜଙ୍ଗଲୀ ଜନ୍ତୁ ମାଂସ କାରବାର ପଦାରେ ପଡ଼ିଛି । ହ୍ବାଟ୍ସଆପ୍ ଗ୍ରୁପ କରି ଚଳାଇଥିଲେ କାରବାର । ଜଙ୍ଗଲଜାତ ସାମଗ୍ରୀ ଓ ଜୀବଜନ୍ତୁଙ୍କ ମାଂସ କେଉଁଠି କାହାକୁ କେମିତି ଦିଆହେବ ସେ ନେଇ ମୋବାଇଲ ଯୋଗେ ଚାଲିଥିଲା କାରବାର । କୁଳଡ଼ିହା ଅଭୟାରଣ୍ୟରେ ଶିକାରୀଙ୍କ ପାର୍ଦୁଭାବ ବଢ଼ିବାରେ ଲାଗିଛି । ଜଙ୍ଗଲରେ ଜନ୍ତୁ ଶିକାର କରି ବିକୁଥିଲେ । କିଏ ମାଂସ ନେବ? କିଏ ନେଇ କେଉଁଠାରେ ଦେବ ? ସବୁକିଛି ଚାଲିଥିଲା ହ୍ୱାଟ୍ସଆପ୍ ଗ୍ରୁପ୍ରେ । କୁଳଡିହା ଅଭୟାରଣ୍ୟରେ ଜଙ୍ଗଲୀ ମାଂସ ବ୍ୟବସାୟ, ଜନ୍ତୁ ଶିକାର ଘଟଣାରେ ପୁଣି ୬ ଶିକାରୀଙ୍କୁ ଗିରଫ କରାଯାଇଛି । ମୋଟ୍ ୯ ଶିକାରୀଙ୍କୁ ଗିରଫ କଲାଣି ବନବିଭାଗ ।
ବଜ୍ରକାପ୍ତା କାତି, ହାତୀ ଦାନ୍ତ ଓ ଜଙ୍ଗଲ ଜନ୍ତୁଙ୍କୁ ମାରି ମାଂସ ବ୍ୟବସାୟ ଘଟଣାରେ ଥିଲା ଶିକାରୀଙ୍କ ସମ୍ପୃକ୍ତି । ପୂର୍ବରୁ ପଞ୍ଚଲିଙ୍ଗେଶ୍ବର ବିଟ୍ ଅଧୀନରୁ ଦେଶୀ ବନ୍ଧୁକ ସହ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ କୁଟରା ଓ ଗୋଟିଏ ଝିଙ୍କ ମୃତଦେହ ପୂର୍ବରୁ ଉଦ୍ଧାର କରାଯାଇଥିଲା । ପଞ୍ଚଲିଙ୍ଗେଶ୍ବର ବିଟ୍ ଅଧୀନ ଶ୍ୟାମସୁନ୍ଦରପୁର ଅଞ୍ଚଳର କଟି ସିଂ, ମଙ୍ଗଲ ସିଂ ଏବଂ କଣ୍ଟାବଣିଆ ଅଞ୍ଚଳର ନାଥ ସିଂ ଓ ମୁଗୁନିପୁର ଗ୍ରାମର ଜୟନ୍ତ ମଲ୍ଲକ,ବିପନ ମଲ୍ଲିକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଆଜି ଉକ୍ତ ଘଟଣାରେ ପୁନଃ ୪ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ତେବେ ବାରମ୍ବାର ଅଭୟାରଣ୍ୟ ମଧ୍ୟକୁ ଶିକାରୀ ପ୍ରବେଶକରିବା କଉଠି ନା କଉଠି ବନବିଭାଗର ପାରିବାପଣିଆକୁ ଉପରେ ପ୍ରଶ୍ନ ଉଠାଇଛି ।
ଅଧିକ ପଢ଼ନ୍ତୁ---ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନକୁ ନେଇ ବିଜେଡିର ଟାର୍ଗେଟ୍
Follow Us