କନକ ବ୍ୟୁରୋ :  କିଏ ଆଇଟି କ୍ଷେତ୍ରରେ ଥିଲେ ତ କିଏ ଡିପ୍ଲୋମା ଏବଂ ପିଜି କରିଥିଲେ । ଆଉ କିଏ ବ୍ୟାଙ୍କିଙ୍ଗ ସେକଟରରେ କାମ କରୁଥିଲେ। ମାତ୍ର ସେ ସବୁକୁ ପଛରେ ପକାଇ ଏବେ ଦେଶ ପାଇଁ ସେବା କରିବାର ପଥକୁ ଆପଣାଇଛନ୍ତି । ଗୃହରକ୍ଷୀ ବାହିନୀରେ ଯୋଗ ଦେଇଛନ୍ତି ଶତାଧିକ ଯୁବକ ଯୁବତୀ ।

Advertisment

ଅଧିକ ପଢ଼ନ୍ତୁ:ସରକାରୀ ଚାକିରି ନାଁରେ ୫୦ରୁ ଅଧିକ ଆଶାୟୀଙ୍କୁ ଚୂନ, ବନ୍ଧାହେଲେ ୨ କନେଷ୍ଟବଳ, ଜଣେ ଗୃହରକ୍ଷୀ ସମେତ ୬ ଅଭିଯୁକ୍ତ

୮୨ ଦିନର କଡ଼ା ଟ୍ରେନିଂ, ମନରେ କିଛି କରିବାର ସଂକଳ୍ପ । ଆଉ ତା ପରେ ଆଜିର ଏ ଖୁସିର ମୁହୂର୍ତ୍ତ । ମୋନାଲିସା ନାୟକ । ବ୍ୟାଚ୍ ନମ୍ୱର୍ ୩୯୭। ଏଜୁକେସନରେ ପିଜି କରିଥିବା ମୋନାଲିସାଙ୍କ ଛୋଟ ବେଳୁ ଇଚ୍ଛା ଥିଲା ପୁଲିସରେ ଯୋଗଦେଇ ଲୋକଙ୍କ ସେବା କରିବାକୁ । ଆଉ ଗୃହରକ୍ଷୀ ବାହିନୀରେ ଯୋଗଦେଇ ଆଜି ସେ ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି । ସେହିପରି କୃଷ୍ଣଚନ୍ଦ୍ର ସାହୁ । ଗ୍ରାଜୁଏସନ୍ ପରେ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିଲେ । ବାପା ଓ ବଡ଼ ଭାଇ ପୁଲିସରେ ଥିବାରୁ ତାଙ୍କର ମଧ୍ୟ ସ୍ବପ୍ନ ଥିଲା ପୁଲିସରେ ଭର୍ତ୍ତି ହେବାକୁ । ଏବେ ବ୍ୟାଙ୍କିଙ୍ଗ୍‌ ସେକ୍ଟରର ଛାଡି ସେ ପିନ୍ଧିଛନ୍ତି ପୁଲିସ ବର୍ଦ୍ଦି । 

ଅଧିକ ପଢ଼ନ୍ତୁ: ରାଜ୍ୟରେ ବାହାରିଲା୨୫୦୦ ଗୃହରକ୍ଷୀ ପଦବୀ : ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 ମୋନାଲିସା ଓ କୃଷ୍ଣଚନ୍ଦ୍ରଙ୍କ ଭଳି ଅନେକ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଗୃହରକ୍ଷୀ ବାହିନୀରେ ଯୋଗ ଦେଇଛନ୍ତି। ରାଉରକେଲା ରିଜର୍ଭ ପୁଲିସ ଲାଇନ୍ ପଡ଼ିଆରେ ନବନିଯୁକ୍ତ ହୋଇଥିବା ୧୧୮ ଗୃହରକ୍ଷୀଙ୍କ ଦୀକ୍ଷାନ୍ତ ସମାରୋହ ହୋଇଛି। ମହିଳା ଓ ପୁରୁଷ ବର୍ଗରେ ପାରଦର୍ଶିତା ଦେଖାଇଥିବା ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀଙ୍କୁ ସମ୍ମାନିତ କରାଯାଇଛି। ନିଜର ପୁଅ ଝିଅମାନଙ୍କୁ ପୁଲିସ ପୋଷାକରେ ଦେଖି ପରିବାର ଲୋକେ ବି ବେସ୍ ଖୁସି।