କନକ ବ୍ୟୁରୋ : ସୁରକ୍ଷା ପାଇଁ ଭରସା କରାଯାଉଥିବା ପୁଲିସ ଏବେ ଭରସା ହରାଇଛି । ପୁଲିସ କଥା କହିଲେ କ୍ରିମିନାଲ ଆଉ ଡରୁନାହାନ୍ତି ଡରୁଛନ୍ତି ସାଧାରଣଜନତା । କାରଣ ପୁଲିସ ନିଜେ ପାଲଟୁଛି କ୍ରିମିନାଲ । ନିକଟରେ ଘଟିଥିବା ଏକ ଘଟଣା ପୂରା ମାମଲାର ପୋଲ ଖୋଲିଛି । ମନ୍ଦସୌର ମହ୍ଲାରଗଡ଼ ଥାନା ଅଞ୍ଚଳରେ ଏଭଳି ଏକ ଘଟିଛି ଯାହା ହଇଚଇ ସୃଷ୍ଟି କରିଛି। ଜଣେ କଲେଜ ଛାତ୍ର ବସରେ ଯାଉଥିବାବେଳେ ଜଣେ ସବଇନ୍ସପେକ୍ଟରଙ୍କ ସହ ଅନ୍ୟ ୩ ଜଣ ପେଲିସ କର୍ମୀ ତାଙ୍କୁ ବସରୁ ଉଠାଇ ଆଣି ୬ ଘଣ୍ଟା ଥାନାରେ ବନ୍ଦ ରଖିଲେ। ପଇସା ଦେବାକୁ କହିଥିଲେ ନଦେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଫିମ ରଖିଥିବା ମିଛ ମାମଲାରେ ଫଶାଇ ଜେଲ ପଠାଇଦେଲେ। ଏହି ମାମଲାରେ ପୁଲିସ ବିରୋଧରେ ଆପରାଧିକ ମାମଲା ଦାଏର କରିବା ସହ ସୋହନଲାଲଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ତାଙ୍କ ବଡ଼ଭାଇ ଓ ପରିବାର । 

Advertisment

ଅଧିକ ପଢ଼ନ୍ତୁ : ଯାତ୍ରା ହିରୋଇନ୍ ସୋନାଲିଙ୍କ ସାଙ୍ଘାତିକ ଅଭିଯୋଗ, ସୋନାଲିଙ୍କ ଅଭିଯୋଗ ପରେ ସ୍ୱାମୀଙ୍କୁ ଉଠାଇନେଲା ପୁଲିସ

 ଏହି ଘଟଣାରେ ଖୋଳତାଡ଼ ହେବାରୁ ଖୋଦ ମନ୍ଦସୌରର ଏସପି ବିନୋଦ ମିଣା କୋର୍ଟରେ ପହଞ୍ଚି ଦୋଷ ସ୍ବୀକାର କରିବା ସହ ସମ୍ପକ୍ତ ପୁଲିସ ଅଧିକାରୀଙ୍କ ଦୋଷକୁ ସାମ୍ନାକୁ ଆଣିଥିଲେ।  ଦୋଷୀ ପୁଲିସ କର୍ମୀ ଓ ଅଧିକୋରୀଙ୍କୁ ନିଲମ୍ବିତ କରାଯାଇଛି। ହେଲେ ଏସବୁ ଭିତରେ ଛାତ୍ର ସୋହନଲାଲର ଅବସ୍ଥା ଖରାପ ହୋଇଯାଇଛି । ଯୁକ୍ତ ଦୁଇରେ ଫାଷ୍ଟ ଡିଭିଜନରେ ପାସ୍ କରିବା ପରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ସୋହନ ଲାଲ ଏବେ ମାନସିକ ଅବସାଦରେ ଗତି କରୁଛନ୍ତି । ସବୁବେଳେ ଚୁପଚାପ ରହିବା ସହ ଘରୁ ବାହାରୁବାକୁ ଡରୁଛନ୍ତି। ପୁଲିସର ଦାଦାଗିରି ଜଣେ ଛାତ୍ରର ଭବିଷ୍ୟତ ଅନ୍ଧାର କରିଦେଲା। 

ଅଧିକ ପଢ଼ନ୍ତୁ : ଶୀତ ରାତିରେ କମ୍ୱଳ ବାଣ୍ଟିଲେ ସିପି, ରାସ୍ତା କଡ଼ରେ ଶୋଇଥିବା ଅସହାୟ ମାନଙ୍କୁ କମିଶନରେଟ୍ ପୁଲିସ ପକ୍ଷରୁ କମ୍ୱଳ ବଣ୍ଟା

ଏହା ଗୋଟି, ଘଟଣା ନୁହେଁ ସାରା ରାଜ୍ୟରେ ଏଭଳି ଶହଶହ  ଅପରାଧ ଘଟୁଛି ଯେଉଁଥିରେ ଅପରାଧୀ ଖୋଦ୍ ପୁଲିସ । ରାଜ୍ୟ ବିଧାନସଭା  ଅଧିବେଶନରେ କଂଗ୍ରେସ ବିଧାୟକ ବାଲା ବଚ୍ଚନ ଅପରାଧୀ ପୁଲିସର ପୂରା କୁଣ୍ଡଳି ଉପସ୍ଥାପନ କରିଥିଲେ। ଗତ ୨ ବର୍ଷ ଭିତରେ ମଧ୍ୟପ୍ରଦେଶ ପୁଲିସ ବିରୋଧରେ ୩୨୯ଟି ଆପରାଧିକ ମାମଲା ଦାଏର ହୋଇଛି । ଏଥିରୁ ୨୫୯ ଟି ମାମଲା କନଫର୍ମ ହୋଇଥିବାବେଳେ ୬୧ଟି ମାମଲାର ଏବେ ଯାଞ୍ଚ ଚାଲିଛି । 

ଯେଉଁ ରାଜ୍ୟରେ ପୁଲିସ ବିରୋଧରେ ଶହଶହ ସାଂଘାତିକ ମାମଲା, ଆଦର୍ଶ ଥାନାର ମାନ୍ୟତା ପାଇଥିବା ଥାନାର ପୁଲିସ ନିର୍ଦ୍ଦୋଶଙ୍କୁ ଧରିଆଣି ଶାସ୍ତି ଦେଉଥିବ, , ଯେଉଁ ଖେଶଦ୍ ଏସପି କାଠଗଡ଼ାରେ ଛଡ଼ା ହୋଇ ନିଜ ଭୁଲ ମାନୁଥିବ ତାକୁ କେବଳ ଘଟଣା କହିବା ଭୁଲ ବରଂ ଏହା ହେଉଛି  ସରକାରଙ୍କର, ପୂରା ସିଷ୍ଟମର ନୈତିକ ବିଫଳତା ।