‘ମୁଁ ହିନ୍ଦୁ ହୋଇଥିବାରୁ ଦଳ ମୋ ଟିକେଟ୍ କାଟିଲା’: ନିଶା ଚାଟାର୍ଜୀ

Advertisment

'ଜନତା ଉନ୍ନୟନ ପାର୍ଟି' (JUP) ରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି । ଦଳ ଲଞ୍ଚ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଦଳର ମୁଖ୍ୟ ହୁମାୟୁନ କବୀର ନିଜ ଦଳର ପ୍ରାର୍ଥୀ ଘୋଷଣା କରିଥିବା ନିଶା ଚାଟାର୍ଜୀଙ୍କ ଟିକେଟ୍ ରଦ୍ଦ କରିଦେଇଛନ୍ତି । ଏହା ପରେ ନିଶା ଅଭିଯୋଗ କରିଛନ୍ତି ଯେ କେବଳ ହିନ୍ଦୁ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଇଛି ।

'ଜନତା ଉନ୍ନୟନ ପାର୍ଟି' (JUP) ରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି । ଦଳ ଲଞ୍ଚ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଦଳର ମୁଖ୍ୟ ହୁମାୟୁନ କବୀର ନିଜ ଦଳର ପ୍ରାର୍ଥୀ ଘୋଷଣା କରିଥିବା ନିଶା ଚାଟାର୍ଜୀଙ୍କ ଟିକେଟ୍ ରଦ୍ଦ କରିଦେଇଛନ୍ତି । ଏହା ପରେ ନିଶା ଅଭିଯୋଗ କରିଛନ୍ତି ଯେ କେବଳ ହିନ୍ଦୁ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଇଛି ।

Nish Chatarjee

Nish Chatarjee Photograph: (kanak news)

କନକ ବ୍ୟୁରୋ :ପଶ୍ଚିମବଙ୍ଗରେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ନବଗଠିତ 'ଜନତା ଉନ୍ନୟନ ପାର୍ଟି' (JUP) ରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି । ଦଳ ଲଞ୍ଚ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଦଳର ମୁଖ୍ୟ ହୁମାୟୁନ କବୀର ନିଜ ଦଳର ପ୍ରାର୍ଥୀ ଘୋଷଣା କରିଥିବା ନିଶା ଚାଟାର୍ଜୀଙ୍କ ଟିକେଟ୍ ରଦ୍ଦ କରିଦେଇଛନ୍ତି । ଏହା ପରେ ନିଶା ଅଭିଯୋଗ କରିଛନ୍ତି ଯେ, କେବଳ ହିନ୍ଦୁ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଇଛି ।

ସୂଚନା ଅନୁସାରେ , ହୁମାୟୁନ କବୀର ନିକଟରେ ମୁର୍ଶିଦାବାଦରେ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ, ଯେଉଁଥିପାଇଁ ଟିଏମସି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ଏହା ପରେ ସେ JUP ଗଠନ କରିଥିଲେ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍‌ସର ତଥା ବ୍ୟବସାୟୀ ନିଶା ଚାଟାର୍ଜୀଙ୍କୁ କୋଲକାତାର ବାଲିଗଞ୍ଜ ଆସନରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲେ । ମାତ୍ର ଦିନକ ପରେ ସେ ନିଜ ନିଷ୍ପତ୍ତି ବଦଳାଇ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ---୨୦ ବର୍ଷ ପରେ ଏକାଠି ହେବେ ଦୁଇ ଭାଇ; ହାତ ମିଳାଇବେ ଉଦ୍ଧବ ଠାକର ,ରାଜ ଠାକରେ

ହୁମାୟୁନ କବୀର ଟିକେଟ୍ ରଦ୍ଦ କରିବା ପଛରେ ନିଶାଙ୍କର କିଛି ସୋସିଆଲ ମିଡିଆ ଭିଡିଓ ବା ରିଲ୍ସକୁ କାରଣ ଭାବେ ଦର୍ଶାଇଛନ୍ତି । ଦଳର ଦାବି ଅନୁଯାୟୀ, ସେହି ଭିଡିଓଗୁଡ଼ିକ ବିଧାନସଭା ଭଳି ପବିତ୍ର ଅନୁଷ୍ଠାନ ପାଇଁ ଉପଯୁକ୍ତ ନୁହେଁ । ଅନ୍ୟପଟେ ନିଶା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଯଦି କୌଣସି ଭିଡିଓ ଅଶ୍ଳୀଳ ଅଛି ତେବେ ତାହାକୁ ସାର୍ବଜନୀନ କରାଯାଉ । ସେ ପ୍ରଶ୍ନ କରିଛନ୍ତି ଯେ, ପ୍ରାର୍ଥୀ ଘୋଷଣା ପୂର୍ବରୁ ଦଳ କାହିଁକି ତାଙ୍କ ପୃଷ୍ଠଭୂମି ଯାଞ୍ଚ କରିନଥିଲା ?

ନିଶା ଏହାକୁ ନିଜର ଚରିତ୍ର ସଂହାର ବୋଲି କହିବା ସହ ଦଳର 'ସେକ୍ୟୁଲାର' ଚେହେରାକୁ କେବଳ ଏକ ଦେଖାଣିଆ ବୋଲି ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ ଧାର୍ମିକ ପରିଚୟ ଆଧାରରେ ତାଙ୍କୁ ବାଦ୍ ଦିଆଯାଇଛି । ଏଥିସହ ସେ ହୁମାୟୁନ କବୀରଙ୍କ ବିରୋଧରେ ମାନହାନି ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ଘଟଣା ପଶ୍ଚିମବଙ୍ଗ ରାଜନୀତିରେ ଏବେ ହଇଚଇ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe