କନକ ବ୍ୟୁରୋ: ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପ ହ୍ୟୁମାନ ସାଗର ମୃତ୍ୟୁ ଘଟଣା । ହ୍ୟୁମାନଙ୍କ ମୃତ୍ୟୁକୁ ସନ୍ଦେହଜନକ କହି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ତାଙ୍କ ମାଆ । କଟକ ମର୍କତ ନଗର ଥାନାରେ ଏତଲା କରିଛନ୍ତି ହ୍ୟୁମାନଙ୍କ ମା ଶେଫାଳି ସୁନା । ଆଜି ସକାଳେ ମର୍କତନଗର ଥାନାରେ ପହଞ୍ଚି ସେ ଏତଲା ଦେଇଛନ୍ତି । ଏତଲାରେ ଦର୍ଶାଇଛନ୍ତି, ତାଙ୍କ ପୁଅର ଅସମୟରେ ଓ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ସମସ୍ତ ସମ୍ଭାବ୍ୟ ଦିଗରେ ତଦନ୍ତ କରି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁସାରେ କଠୋର ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ଶେଫାଳି ସୁନା ।
ଅଧିକ ପଢନ୍ତୁ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା, ତଦନ୍ତ ଦାବି କଲେ ପତ୍ନୀ ଶ୍ରେୟା ମିଶ୍ର
ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ମା ଶେଫାଳୀ ସୁନା । ହ୍ୟୁମାନଙ୍କୁ ମରିବା ଭଳି ପରିସ୍ଥିତି ସୃଷ୍ଟି କରାଯାଇଥିଲା । କେଉଁ ପରିସ୍ଥିତିରେ ହ୍ୟୁମାନଙ୍କ ମୃତ୍ୟୁ ହୋଇଛି ତାହା ପରିବାର ଲୋକଙ୍କୁ ଏପର୍ଯ୍ୟନ୍ତ ଅନ୍ଧାରରେ ରଖାଯାଇଛି । ହ୍ୟୁମାନଙ୍କ ପ୍ରତି ଅତ୍ୟାଚାର, ଭୟ ସହ ଚାପ ପ୍ରୟୋଗ କରାଯାଉଥିଲା । ଚିକିତ୍ସାରେ ଅବହେଳା ଓ ବଡ଼ ଧରଣର ଆର୍ଥିକ ହେରଫେର ରହିଥିବା ନେଇ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମା ଶେଫାଳୀ ସୁନା ଅଭିଯୋଗ କରିଛନ୍ତି ।
ଗତ ୩ରୁ ୪ ବର୍ଷ ଧରି ହ୍ୟୁମାନଙ୍କ ସହ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷକୁ ତଦନ୍ତ ପରିସରକୁ ନେବାକୁ ତାଙ୍କ ମାଆ ଏତଲାରେ ଲେଖିଛନ୍ତି। ହ୍ୟୁମାନଙ୍କ ସ୍ତ୍ରୀ ଓ ତାଙ୍କ ପରିବାର, ହ୍ୟୁମାନଙ୍କ ବାନ୍ଧବୀ ଓ ତାଙ୍କ ପରିବାର ଏହାସହ ତାଙ୍କ ମ୍ୟାନେଜର ଓ କିଛି ବନ୍ଧୁକୁ ପଚରାଉଚରା କରିବାକୁ ଅନୁରୋଧ କରିଛନ୍ତି । ୮ ଜଣରୁ ଅଧିକ ଲୋକଙ୍କ ନାଁରେ ଏତଲା ଦେଇଛନ୍ତି ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା । ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ ତାଙ୍କ ମାଆ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଓ ଅନ୍ୟ ବ୍ୟକ୍ତିମାନଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରି ନ୍ୟାୟ ଦେବାକୁ ଶେଫାଳି ସୁନା ଅନୁରୋଧ କରିଛନ୍ତି । ଏଥିସହ ସେ ପ୍ରମାଣ ନଷ୍ଟ ହେବାର ଆଶଙ୍କା କରି ସମସ୍ତ ଡିଜିଟାଲ ପ୍ରମାଣ ସଂଗ୍ରହ କରିବାକୁ ମର୍କତନଗର ଥାନା ପୁଲିସକୁ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/21/humane-2025-12-21-15-36-40.jpg)