ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଭୁବନେଶ୍ୱର ଏମସକୁ ଚିକିତ୍ସା ସଂପର୍କିତ ତଥ୍ୟ ମାଗିଲା କଟକ ମର୍କତ ନଗର ପୁଲିସ୍

Advertisment

ଶବ ବ୍ୟବଚ୍ଛେଦ ସମ୍ୱନ୍ଧୀୟ ତଥ୍ୟ ହସ୍ତାନ୍ତର କରିବାକୁ ନୋଟିସ । ମୃତ୍ୟୁ ପାଇଁ ୯ ଜଣଙ୍କ ସଂପୃକ୍ତି ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ ମାଆ ସେଫାଳି

ଶବ ବ୍ୟବଚ୍ଛେଦ ସମ୍ୱନ୍ଧୀୟ ତଥ୍ୟ ହସ୍ତାନ୍ତର କରିବାକୁ ନୋଟିସ । ମୃତ୍ୟୁ ପାଇଁ ୯ ଜଣଙ୍କ ସଂପୃକ୍ତି ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ ମାଆ ସେଫାଳି

Humane Sagar

Humane Sagar Photograph: (KanakNews)

କନକ ବ୍ୟୁରୋ : ହ୍ୟୁମାନ ସାଗର ମୃତ୍ୟୁ ମାମଲା । ମର୍କତ ନଗର ପୋଲିସ୍ ଭୁବନେଶ୍ୱର ଏମସକୁ ମାଗିଲା ହ୍ୟୁମାନ ସାଗରଙ୍କ ଚିକିତ୍ସା ସଂପର୍କିତ ତଥ୍ୟ । ଶବ ବ୍ୟବଚ୍ଛେଦ ସମ୍ୱନ୍ଧୀୟ ତଥ୍ୟକୁ ହସ୍ତାନ୍ତର କରିବାକୁ ଏମ୍ସକୁ ନୋଟିସ କରିଛି ପୋଲିସ । ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ସନ୍ଦେହଜନକ ଓ ଏଥିରେ ୯ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ମର୍କତ ନଗର ଥାନାରେ ଏତଲା ଦେଇଥିଲେ ତାଙ୍କ ମାଆ। ଏତଲା ଅଧାରରେ ଅଭିଯୁକ୍ତଙ୍କୁ ଜେରା କରିବା ପୂର୍ବରୁ ଆନୁସଙ୍ଗିକ ପ୍ରକ୍ରିୟ ସାରିବାକୁ ଉଦ୍ୟମ କରୁଛି ପୋଲିସ । ଅଧିକ ପଢନ୍ତୁ:  କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା, ତଦନ୍ତ ଦାବି କଲେ ପତ୍ନୀ ଶ୍ରେୟା ମିଶ୍ର

ଏହି କ୍ରମରେ ଭୁବନେଶ୍ୱର ଏମ୍ସକୁ ହ୍ୟୁମାନଙ୍କ ଚିକିତ୍ସା ସଂପର୍କିତ ତଥ୍ୟ ମଗାଯାଇଛି । ମର୍କତ ନଗର ଥାନା ଆଇଆଇସି ବଦଳି ହେଇଥିବାରୁ , ନୂଆ ଆଇଆଇସି ଯୋଗ ଦେବା ପରେ ଏହି ପକ୍ରିୟାକୁ ତ୍ୱରାନ୍ୱିତ କରିବେ ବୋଲି ସୂଚନା ମିଳିଛି ।  ଅଭିଯୋଗର ଗୋଟି ଗୋଟି ଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଥିଲେ ।  ହ୍ୟୁମାନଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ନହେବା ସମ୍ପର୍କରେ ଏମ୍ସର ଡାକ୍ତରଙ୍କ ସହ ଯୋଗାଯୋଗ କରଇଥିଲା ପୁଲିସ । କିଛି ଚିକିତ୍ସା ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ଆଣିଥିଲା ପୁଲିସ । ହୋଇଥିବା ଅଭିଯୋଗର ଗୋଟି ଗୋଟି କରି ତଦନ୍ତ ହେବ ବୋଲି  ଡିସିପି  କହିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe