କନକ ବ୍ୟୁରୋ : ହ୍ୟୁମାନ ସାଗର ମୃତ୍ୟୁ ମାମଲା । ମର୍କତ ନଗର ପୋଲିସ୍ ଭୁବନେଶ୍ୱର ଏମସକୁ ମାଗିଲା ହ୍ୟୁମାନ ସାଗରଙ୍କ ଚିକିତ୍ସା ସଂପର୍କିତ ତଥ୍ୟ । ଶବ ବ୍ୟବଚ୍ଛେଦ ସମ୍ୱନ୍ଧୀୟ ତଥ୍ୟକୁ ହସ୍ତାନ୍ତର କରିବାକୁ ଏମ୍ସକୁ ନୋଟିସ କରିଛି ପୋଲିସ । ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ସନ୍ଦେହଜନକ ଓ ଏଥିରେ ୯ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ମର୍କତ ନଗର ଥାନାରେ ଏତଲା ଦେଇଥିଲେ ତାଙ୍କ ମାଆ। ଏତଲା ଅଧାରରେ ଅଭିଯୁକ୍ତଙ୍କୁ ଜେରା କରିବା ପୂର୍ବରୁ ଆନୁସଙ୍ଗିକ ପ୍ରକ୍ରିୟ ସାରିବାକୁ ଉଦ୍ୟମ କରୁଛି ପୋଲିସ । ଅଧିକ ପଢନ୍ତୁ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା, ତଦନ୍ତ ଦାବି କଲେ ପତ୍ନୀ ଶ୍ରେୟା ମିଶ୍ର
ଏହି କ୍ରମରେ ଭୁବନେଶ୍ୱର ଏମ୍ସକୁ ହ୍ୟୁମାନଙ୍କ ଚିକିତ୍ସା ସଂପର୍କିତ ତଥ୍ୟ ମଗାଯାଇଛି । ମର୍କତ ନଗର ଥାନା ଆଇଆଇସି ବଦଳି ହେଇଥିବାରୁ , ନୂଆ ଆଇଆଇସି ଯୋଗ ଦେବା ପରେ ଏହି ପକ୍ରିୟାକୁ ତ୍ୱରାନ୍ୱିତ କରିବେ ବୋଲି ସୂଚନା ମିଳିଛି । ଅଭିଯୋଗର ଗୋଟି ଗୋଟି ଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଥିଲେ । ହ୍ୟୁମାନଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ନହେବା ସମ୍ପର୍କରେ ଏମ୍ସର ଡାକ୍ତରଙ୍କ ସହ ଯୋଗାଯୋଗ କରଇଥିଲା ପୁଲିସ । କିଛି ଚିକିତ୍ସା ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ଆଣିଥିଲା ପୁଲିସ । ହୋଇଥିବା ଅଭିଯୋଗର ଗୋଟି ଗୋଟି କରି ତଦନ୍ତ ହେବ ବୋଲି ଡିସିପି କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/05/humane-sagar-2026-01-05-08-55-07.jpg)