ଅଫେରା ରାଇଜରେ ହ୍ୟୁମାନ୍ : ଝୁରୁଛନ୍ତି ଶ୍ରୋତା

ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖି ବୁଜିଥିଲେ ଚିରସବୁଜ ଗାୟକ ତଥା ଓଡ଼ିଆ ସଂଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି

human sagar

Photograph: (kanaknews)

କନକ ବ୍ୟୁରୋ  : ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖି ବୁଜିଥିଲେ ଚିରସବୁଜ ଗାୟକ ତଥା ଓଡ଼ିଆ ସଂଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି । ସଂଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି ତାଙ୍କ ଜୀବଦ୍ଦଶାରେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ  ୬୦ରୁ ଅଧିକ ଓଡ଼ିଆ ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥଲେ  

ଖାଲି ସେତିକି ନୁହେଁ, ସେ ଅନେକ କମର୍ସିଆଲ୍ ରେକର୍ଡରେ ବି ସ୍ବର ସଂଯୋଜନା କରିଥଲେ ଗତକାଲି ଥିଲା ୧୭ ନଭେମ୍ବର ୨୦୨୫ ।  ସତେ ଯେମିତି ସଙ୍ଗୀତ ଦୁନିଆ ପାଇଁ ଘୋଟି ଆସିଥିଲା କଳା ଅନ୍ଧାର ସତରେ ଗୋଟିଏ କଳାକାର ର ସ୍ଥାନ ପୂରଣ କେହି ବି କରିପାରିବେନି  ସମସ୍ତଙ୍କ ଆଖିରେ ଲୁହ    

 ସେଦିନ ଓଡ଼ିଆ ସଂଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ଶେଷ ନିଶ୍ବାସ ତ୍ୟାଗ କରିଲେ । ସେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ ବହୁ ଆଲବମ୍ ଗୀତ ବି ଗାଇଥିଲେ । ଦୁଇଜଣ ନିଜ ନିଜ ସମୟର ସର୍ବାଧିକ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର । ଅକ୍ଷୟ ମହାନ୍ତି ଜୀବନର ଅପରାହ୍ଣରେ ଥିଲେ । ହେଲେ କମ୍ ବୟସରେ ହ୍ୟୁମାନ ଆମକୁ ଛାଡ଼ିଗଲେ । ଦୁହିଁଙ୍କ ମଧ୍ୟରେ କେବଳ ଏଇ କଥା ସମାନ ଥିଲା ।  କିନ୍ତୁ ଅକ୍ଷୟ ମହାନ୍ତିଙ୍କ ସହ ସମକକ୍ଷ ହେବାର ଯୋଗ୍ୟତା ନଥିଲା ହ୍ୟୁମାନଙ୍କର ।

ଏଣେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ହ୍ୟୁମାନ ସାଗର କଟକର ଏକ ଘରୋଇ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି ହୋଇଥିଲେ ।  ଠିକ୍ ତା ପୂର୍ବରୁ ସେ ଏକ ଓଡ଼ିଆ ଛବିର ସଙ୍ଗୀତ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ।  ‘ଛକି ଶୂନ’ର  ମ୍ୟୁଜିକ୍ ସିଟିଂ ବି ଆରମ୍ଭ ହୋଇଥିଲା । ଏପରିକି ସେ ଉକ୍ତ ଫିଲ୍ମର ଦୁଇଟି ଗୀତର ସ୍ବର ସଂ‌ଯୋଜନା କାମ ଶେଷ କରିଥିଲେ । 

ଆହୁରି ତିନିଟି ଗୀତ କାମ ବାକି ରହିଛି । ହେଲେ ହଠାତ୍ ତାଙ୍କର ଦେହ ଖରାପ ହୋଇଗଲା ।  ଏଠାରେ ଯେଉଁ  ଓଡ଼ିଆ ସିନେମା କଥା କୁହାଯାଉଛି, ତାହା ହେଲା ଅନୁସନ୍ଧାନ ମୂଳକ ଥ୍ରିଲର ‘ଛକି ଶୂନ ’ । ଏଥିରେ ପ୍ରଥମ ଥର ଲାଗି ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ ହ୍ୟୁମାନ୍ ।

ଆମର ମ୍ୟୁଜିକ୍ ଓ ଟୁ ନାଇନ୍ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା  ଛକି ଶୂନରେ ସୁପରଷ୍ଟାର୍ ଅନୁଭବ ମହାନ୍ତି, ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା, ଉଦିତ ଗୁରୁ, ଜିତୁ ମଙ୍ଗରାଜ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ପ୍ରଯୋଜନାରେ ଅଛନ୍ତି ଏସ ଏମ ଏଣ୍ଟରଟେନମେଣ୍ଟର ଶୁଭମ ମହାନ୍ତି । ଏହାର ଲେଖକ-ନିର୍ଦ୍ଦେଶକ ହେଲେ ମାନସ ପଢ଼ିଆରୀ  ।

ଅଧିକ ପଢନ୍ତୁ..ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ୧୩ କି.ମି ରାସ୍ତା ପାଇଁ ଭଙ୍ଗାଯିବ ୫୧୭ ଘର

ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଡାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଥିଲା। ତାଙ୍କୁ ୭୨ ଘଣ୍ଟା ଅବଜରଭେସନରେ ରଖାଯାଇଥିଲା ।  

ହ୍ୟୁମାନ ସାଗରଙ୍କ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି  ।  ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ।  ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି  ।   ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି    

ତାଙ୍କ ଶେଷ ସିନେମା ୨୦୨୫ର ଅନୁଭବ ମହାନ୍ତି ଚାରିଧାମ ଥିଲା । ନଭେମ୍ବର ୨୫ ୧୯୯୦ରେ ହ୍ୟୁମାନ୍‌ ଜନ୍ମ ଗ୍ରହଣ କରିଥିଲେ   ପ୍ରାୟ ୧୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ହ୍ୟୁମାନ୍ ।  ଏପଟେ ତାଙ୍କୁ ମାରି ଦିଆଯାଇଛି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ତାଙ୍କ ମାଆ ଶେଫାଳି ସୁନା   ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅର୍ପିତା ଚୌଧୁରୀ ଏବଂ ପପୁ ପ୍ରଶାନ୍ତଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ମୋ ପୁଅର ମୃତ୍ୟୁ ପାଇଁ ଏହି ଦୁଇଜଣ ହିଁ ଦାୟୀ  

ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି । ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍‌ସରେ ଭିଡ଼ ଲଗାଇଥିଲେ। ପୂରା ଏମ୍‌ସ ପରିସର ସ୍ତମ୍ଭୀଭୂତ ହୋଇଯାଇଥିଲା । କାହା ମୁହଁରେ ଯେମିତି କିଛି କହିବାକୁ ଭାଷା ନଥିଲା । 

ରାତି ୯ଟା ୮ ମିନିଟରେ ପରଲୋକ ହେବା ପରେ ପ୍ରାୟ ସାଢେ ୧୧ଟା ବେଳକୁ ଏମ୍‌ସରୁ କଟକ ବାସଭବନ ଅଭିମୁଖେ ଯାଇଥିଲା ମୃତଦେହ । କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ହ୍ୟୁମାନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଏବଂ ଓଲିଉଡ୍ ଜଗତର ଜଣାଶୁଣା କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ମାନେ ଶେଷ ଦର୍ଶନ କରିଥିଲେ। ହ୍ୟୁମାନଙ୍କ କୁନି ଝିଅ ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଏହି ସମୟରେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ।

ଏବେ ଜାଣନ୍ତୁ ତାଙ୍କର ଗାଇଥିବା କିଛି ଗୀତ ....

କେମିତି ଭୁଲିବି ସେ ଅଭୁଲା ଦିନ

କୁଆଡେ ଗଲୁ ପାଗେଳୀ

କାଇଁ କାନ୍ଦୁଛୁ କହ

ତୁ ମେଘ ହେଇଯା

ଗଜରା ଗଭା ବାଲି

ମରିଯିବି ଧନ ତୋ ବିନା

ମନେ ତୁ ପଡୁଛୁ ଆଲୋ ପାଗେଳୀ

ଝରିଯାଏ ଲୁହ

ଏଡ଼େ ବେଇମାନି ତୁ

ମା ତୋ ବିନା

ସେଦିନୁ ମୁଁ ହୁନୁ ହୁନୁ

ହଜାରେ ଥର

ବୁଝିଯାରେ ହୃଦୟ ତୁ

କିଛି ଲୁହ ଝରି ଥିଲା ଖୁସିରେ

ହେଲା କି ପ୍ରେମ

ଏଡ଼େ ବେଇମାନି ତୁ

ମା...

 ଧିମା ଧିମା ଆଖି, ମିଠା ମିଠା ସ୍ବପ୍ନ

ସୁନ ଜରା

ଇସ୍କ ତୁ ହି ତୁ

ମୁସ୍କିଲ ହେ ଜୀନା

ମଲକା ମଲକା

ହାଏ ତୋ ପ୍ରେମର ରଙ୍ଗୋଲି

ଗଜଲ ଗଜଲ

ସବୁ ନଜର ଲାଗେ ପ୍ରେମ ନଜର

ନାରେ ନାରେ

ଫାଷ୍ଟ ଟାଇମ ଗୋଟେ ଝିଅ ତୁ

ଛାତି ଟା ରଗଡି ଦେଲାରେ

ବେବି ଓ ବେବି

ବାପା...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe