ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’ ; ମୁକିବାଲା ପାଇଁ ଯୋଦ୍ଧା ତୟାର

କାଳର ରୂପ ଯେତେ କରାଳ ହେଉ ନା କାହିଁକି, ପରିସ୍ଥିତି ଯେମିତି ଆସୁ ନା କାହିଁକି.. ପରର ଜୀବନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରନ୍ତି, ନିଜ ଜୀବନକୁ ପାଣି ଛଡାଇ ପାଣି ପବନ ସହ ସାମ୍ନାସାମ୍ନି ହୁଅନ୍ତି ।

5-CYCLONE-HEROS-RAJA-PKG-T

କନକ ବ୍ୟୁରୋ: ନିଜ ଜୀବନକୁ ଲୋଭ ଥାଏ ନା ପୁଳେ ପୁଳେ ଟଙ୍କା କି ପ୍ରଶଂସା । ତଥାପି ଏମାନେ ବିପର୍ଯ୍ୟୟ ବେଳର ବନ୍ଧୁ ବନି ଯାଆନ୍ତି, ସଙ୍କଟ ବେଳର ସଙ୍କଟମୋଚକ ସାଜନ୍ତି । ଏମାନେ ଥିଲେ ନା ଡରେଇ ପାରେ ବାତ୍ୟା, ନା ଭୟଭୀତ କରିପାରେ ବନ୍ୟା । ସବୁ ଆତଙ୍କ ଆସିବା ଆଗରୁ ଏମାନେ ଉଭା ହୁଅନ୍ତି, ସାହାରା ସାଜନ୍ତି... କାଳର ରୂପ ଯେତେ କରାଳ ହେଉ ନା କାହିଁକି, ପରିସ୍ଥିତି ଯେମିତି ଆସୁ ନା କାହିଁକି.. ପରର ଜୀବନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରନ୍ତି, ନିଜ ଜୀବନକୁ ପାଣି ଛଡାଇ ପାଣି ପବନ ସହ ସାମ୍ନାସାମ୍ନି ହୁଅନ୍ତି ।

ଅଧିକ ପଢ଼ନ୍ତୁ---  ଓଡ଼ିଶାର ୮ ଜିଲ୍ଲାକୁ ବିପଦ, ସତର୍କ ରହିବାକୁ କହିଲେ ସରକାର...

ହଁ, ଏମାନେ ଏନଡିଆରଫ୍ ଟିମ୍, ଓଡ୍ରାଫ୍ ଟିମ୍ ଓ ପୁଲିସ- ପ୍ରଶାସନ ନାଁରେ ପରୋପକାରୀ ବନ୍ଧୁ, ସରକାର ନାଁରେ ସାହାଯ୍ୟର ସାରଥୀ । ଏମାନେ ବିପର୍ଯ୍ୟୟ ବେଳର ବାହୁବଳୀ ଯୋଦ୍ଧା, ଏମାନେ ଭୟ ଭିତରର ଶକ୍ତ ଭରସା । ବିପଦ ଆସିବା ଆଗରୁ ଆ ବୋଲି ଡାକି ଅସୁରକ୍ଷିତ ଅଗଣାରୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଅନ୍ତି । ସେ ଫୋନି ହେଉ କି ଫାଇଲିନ, ତିତଲି ହେଉ କି ଅମ୍ଫାନ, ଗୁଲାବ, ଜୱାଦ ହେଉ କି ବାତ୍ୟା ଦାନା । ସବୁବେଳେ ଝଡ଼ର ପୂର୍ବାନୁମାନ କରି ପାଣିପାଗ ବିଭାଗ ସତର୍କ କରାଇବା ପରେ ସଜାଗ ହୁଅନ୍ତି ସରକାର । ଆଉ ତାପରେ ସରକାରଙ୍କ ସାରଥୀ ସାଜି ଗ୍ରାଉଣ୍ଡ ଜିରୋରେ ସୁରକ୍ଷାର କବଚ ସାଜି ଯାଆନ୍ତି ଏମାନେ । ଜିଲ୍ଲାପାଳ ହୁଅନ୍ତୁ କି ଏସପି, ତହସିଲଦାର ହୁଅନ୍ତୁ କି ଅନ୍ୟ ତଳିଆ ସରକାରୀ କର୍ମଚାରୀ । ସମସ୍ତେ ସଙ୍କଟ ଟାଳିବାକୁ ସଙ୍କଳ୍ପ ନିଅନ୍ତି ଆଉ ବାତ୍ୟା, ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଉଦ୍ୟମ ଚଳାନ୍ତି । ଜିରୋ କାଜୁଆଲିଟି ମିସନକୁ ସଫଳ କରିବାକୁ ସମସ୍ତେ ନିଜ ନିଜ ସ୍ତରରେ ଚେଷ୍ଟା କରନ୍ତି...

ବାତ୍ୟା ଆସିବା ଆଗରୁ ପ୍ରଭାବିତ ଅଞ୍ଚଳରେ ସତର୍କ କରାନ୍ତି ସରକାରୀ ବାବୁ । ମାଇକ ଯୋଗେ ସୁରକ୍ଷିତ ସ୍ଥାନ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ କୁହନ୍ତି । କାରଣ ପ୍ରଳୟ ପାଟିରୁ ପ୍ରତିଟି ଜୀବନ ବଞ୍ଚାଇବା ସମସ୍ତଙ୍କ ଲକ୍ଷ୍ୟ । ଗର୍ଭବତୀ ହୁଅନ୍ତୁ କି ବୃଦ୍ଧବୃଦ୍ଧା ଅବା ହୁଅନ୍ତୁ କୁନି କୁନି ପିଲା । ସେମାନଙ୍କୁ ଆଗୁଆ ଉଦ୍ଧାର କରିବାକୁ ପଦକ୍ଷେପ ନିଏ ପ୍ରଶାସନ । କଚ୍ଚା ଘରେ କାନ୍ଥ ପଡିଯିବାର ଆଶଙ୍କା ଥିବାରୁ ଖାଲି ମଣିଷ ନୁହେଁ ଗୃହପାଳିତ ପଶୁପକ୍ଷୀଙ୍କୁ ବି ସୁରକ୍ଷିତ ସ୍ଥାନକୁ ନିଆଯାଏ ।

ଜୀବନକୁ ଯେତିକି ଗୁରୁତ୍ୱ ଦିଆଯାଏ, ଜୀବୀକାକୁ ବି ସେତିକି ଗୁରୁତ୍ୱ ଦିଅନ୍ତି ବଡ଼ ବାବୁମାନେ । ଆଉ ଏ ସବୁ ସମ୍ଭବ ହୋଇଛି ସେବା ଓ ସୁରକ୍ଷା ପ୍ରତି ନିଷ୍ଠା ରଖିଥିବା ଜଣେ ଜଣେ ଯୋଦ୍ଧାଙ୍କ ପାଇଁ... ସେଇଥିପାଇଁ ତ ଆମେ କହୁ, ମୋନ୍ଥା ଭଳି ଯେତେ ବାତ୍ୟା, ଯେତେ ବିପଦ ଆସୁ, ଜବାବ ଦେବାକୁ ଏମାନେ ଅଛନ୍ତି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe