ଲୋକଙ୍କ ସେବା ପାଇଁ କେମିତି ପୂରଣ ହେବ ସରକାରଙ୍କ ପ୍ରତିଶ୍ରୁତି, ଖାଲିପଡ଼ିଛି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ

Advertisment

ଜାନୁଆରି ୧ ତାରିଖ ଓ ପରେ ପରେ ଫେବ୍ରୁଆରି ୫ ତାରିଖରେ ପ୍ରାଶାସନିକ ସ୍ତରରେ ବଡ ଧରଣର ଅଦଳବଳଦ କରାଗଲା। କିଛି ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ପାହ୍ୟାକୁ ପଦୋନ୍ନତି ଦେଲେ ସରକାର। ହେଲେ ଶାସନ ବ୍ୟବସ୍ଥାରେ ବଡ ବିଲକ୍ଷଣ ଦେଖିବାକୁ ମିଳିଛି। ମୁଖ୍ୟ ଶାସନ ସଚିବ ପାହ୍ୟାର କୃଷି ଉତ୍ପାଦ କମିସନର ବା ଏପିସି ପଦ ଏଯାଏଁ ଫାଙ୍କା ପଡିଛି।

ଜାନୁଆରି ୧ ତାରିଖ ଓ ପରେ ପରେ ଫେବ୍ରୁଆରି ୫ ତାରିଖରେ ପ୍ରାଶାସନିକ ସ୍ତରରେ ବଡ ଧରଣର ଅଦଳବଳଦ କରାଗଲା। କିଛି ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ପାହ୍ୟାକୁ ପଦୋନ୍ନତି ଦେଲେ ସରକାର। ହେଲେ ଶାସନ ବ୍ୟବସ୍ଥାରେ ବଡ ବିଲକ୍ଷଣ ଦେଖିବାକୁ ମିଳିଛି। ମୁଖ୍ୟ ଶାସନ ସଚିବ ପାହ୍ୟାର କୃଷି ଉତ୍ପାଦ କମିସନର ବା ଏପିସି ପଦ ଏଯାଏଁ ଫାଙ୍କା ପଡିଛି।

16a

କନକ ବ୍ୟୁରୋ : ପଦବୀ ଅଛି, ପଦାଧିକାରୀ ନାହାନ୍ତି। ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପ୍ରତିଶ୍ରୁତି ଭିତରେ ଗୁରୁତ୍ବପୂର୍ଣ୍ଣ ପଦବୀ ଫାଙ୍କା ପଡୁଛି । ଏପିସି ପଦରେ କେହି ନଥିବାରୁ କୃଷକଙ୍କ କଲ୍ୟାଣ ଏବେ କେବଳ କାଗଜ କଲମରେ ସୀମିତ ଅଛି। ସେହିଭଳି ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାସ୍ତବତା ସେତେବେଳେ ପଦାରେ ପଡିଛି ଯେତେବେଳେ ଲୋକାୟୁକ୍ତ ପଦବୀ ୨୦ ମାସ ଧରି ଅଚଳ ପଡିଛି। ଏସବୁ ଭିତରେ ସରକାରଙ୍କ ନିରବ ଆଭିମୁଖ୍ୟକୁ ନେଇ ନାକ ଟେକୁଛନ୍ତି ଲୋକ।

ଜାନୁଆରି ୧ ତାରିଖ ଓ ପରେ ପରେ ଫେବ୍ରୁଆରି ୫ ତାରିଖରେ ପ୍ରାଶାସନିକ ସ୍ତରରେ ବଡ ଧରଣର ଅଦଳବଳଦ କରାଗଲା। କିଛି ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ପାହ୍ୟାକୁ ପଦୋନ୍ନତି ଦେଲେ ସରକାର। ହେଲେ ଶାସନ ବ୍ୟବସ୍ଥାରେ ବଡ ବିଲକ୍ଷଣ ଦେଖିବାକୁ ମିଳିଛି। ମୁଖ୍ୟ ଶାସନ ସଚିବ ପାହ୍ୟାର କୃଷି ଉତ୍ପାଦ କମିସନର ବା ଏପିସି ପଦ ଏଯାଏଁ ଫାଙ୍କା ପଡିଛି। ସରକାରଙ୍କ ନଜରରେ ରହି ମଧ୍ୟ ନ୍ୟାୟ ପାଉନି ଏପିସି ପଦ।  ରାଜ୍ୟର କୃଷି ନୀତି ପ୍ରସ୍ତୁତ, ଚାଷୀଙ୍କ ଉତ୍ପାଦନ ବୃଦ୍ଧି, ଚାଷୀଙ୍କ ଆୟ ବୃଦ୍ଧି, ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଦିଗରେ କାର୍ଯ୍ୟ କରିଥାଏ ଏପିସି । ହେଲେ ୨୦୨୨ରୁ ଏହି ଗୁରୁତ୍ବପୂର୍ଣ୍ଣ ପଦ ଯେପରି ଗୁରୁତ୍ବ ହରାଇ ସାରିଛି। ଚାଷୀଙ୍କ ବିକାଶ ପାଇଁ ସରକାର ଉଦ୍ୟମ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏପିସି ପଦକୁ ଫାଙ୍କା ପକାଇବା କେତେଦୂର ଯଥାର୍ଥ ତାକୁ ନେଇ ଉଠିଛି ପ୍ରଶ୍ନ। 

ଅଧିକ ପଢ଼ନ୍ତୁ :  ବାହାରୁନି 'ଓଏଏସ୍' ପଦବୀ : ଆଶାୟୀ ହତାଶ

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇଥିବା କହୁଛନ୍ତି ସରକାର। ହେଲେ ଦୁର୍ନୀତିର ଖୋଳତାଡ କରୁଥିବା ଲୋକାୟୁକ୍ତ ଗତ ୨୦ ମାସ ହେବ ଅଚଳ ପଡିଛି। ତେଣୁ ଲୋକଙ୍କ ସରକାରରେ ଦୁର୍ନୀତି ବିରୋଧରେ ଲଢ଼େଇ କେମିତି ଚାଲିଛି, ତାହା ବେଶ୍‌ ଅନୁମେୟ। ଲୋକାୟୁକ୍ତ ଆଇନ୍‌-୨୦୧୪ର ସଂଶୋଧନ ପାଇଁ ସରକାର ବିଚାର କରୁଥିବା ସଂକେତ ମିଳିଛି। ତେବେ ପ୍ରଶ୍ନ ଉଠୁଛି, ପୂର୍ବ ଆଇନ ସଂଶୋଧନର ଆବଶ୍ୟକତା କାହିଁକି ପଡ଼ୁଛି?  ଲୋକଙ୍କ ସରକାରଙ୍କ ଲୋକଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ପ୍ରତିଶୃତି ମିଳିଥିଲା। ହେଲେ ଲୋକାୟୁକ୍ତ ଓ ଏପିସି ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଫାଙ୍କା ପଡ଼ିଥିବାରୁ କେମିତି ପୂରା ହେବ ଲୋକଙ୍କ ସ୍ବାର୍ଥ? ତାହା ସବୁଠୁ ବଡ ପ୍ରଶ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe