କନକ ବ୍ୟୁରୋ : ହସ,ଉଲ୍ଲାସ ଏବଂ ରଙ୍ଗର ପର୍ବ ହେଉଛି ହୋଲି । ଏହି ପର୍ବରେ ପରସ୍ପରକୁ ଫଗୁ ରଙ୍ଗ ଲଗାଇବାରେ ଯେତେ ଆନନ୍ଦ ମିଳେ  ତା’ଠାରୁ ଅଧିକ କଷ୍ଟ ରଙ୍ଗ ଛଡ଼ାଇବାରେ ହୁଏ । ଆଜିକାଲି ବଜାରରେ ମିଳୁଥିବା ପ୍ରତିଟି ରଙ୍ଗରେ କ୍ୟାମିକାଲ୍ ମିଶିଥାଏ ଯାହା ତ୍ବଚା ପାଇଁ ଆଦୌ ହିତକର ନୁହେଁ । ତେଣୁ ହୋଲି ଖେଳିବା ପୂର୍ବରୁ ମୁହଁ ଏବଂ ପୂରା ଶରୀରର ଉଚିତ ଯତ୍ନ ନନେଲେ ରଙ୍ଗ ତ ଛାଡ଼ିବାରେ କଷ୍ଟ ହୁଏ କିନ୍ତୁ କ୍ୟାମିକାଲ୍ ଯୋଗୁଁ ଦେହସାରା କୁଣ୍ଡାଇ ହୋଇ ଫୋଟକା ପରି ଫଳିଯାଏ । ଚେହେରାର ତ୍ବଚା ଶରୀରର ତ୍ବଚାଠାରୁ ଅଧିକ ନରମ ହେବା କାରଣରୁ ଯଦି ପୂର୍ବରୁ ହିଁ ଏହାକୁ ସୁରକ୍ଷା ନ ଦିଆଯାଏ ତେବେ ଚର୍ମର ଲୋମଛିଦ୍ର ଭିତରେ କ୍ୟାମିକାଲ୍ ଚାଲିଯାଏ । ଯାହାଦ୍ବାରା ପୋଡ଼ାଜଳା ହେବା , କୁଣ୍ଡାଇ ହେବା କିମ୍ବା ଛୋଟ ଛୋଟ ଫୋଟକା ପରି ଦାଗ ସମସ୍ୟା ଦେଖାଯାଏ । ବିଜ୍ଞାନ ଅନୁସାରେ ଯଦି ଚର୍ମ ଉପରେ ପୂର୍ବରୁ ହିଁ ସୁରକ୍ଷା କବଚ ଘୋଡ଼ାଇ ଦିଆଯାଏ ତେବେ ରଙ୍ଗ ଆଉ ତ୍ବଚା ଭିତରକୁ ପ୍ରବେଶ କରିପାରିବ ନାହିଁ ଏବଂ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ତେବେ ଆସନ୍ତୁ କିଛି ଟିପ୍ସ ବିଷୟରେ ଜାଣିବା ଯାହା ହୋଲି ରଙ୍ଗ ଠାରୁ ଲଢ଼ିବାକୁ ଆପଣଙ୍କୁ ଶକ୍ତି ଦେବ । 

Advertisment

ଆଗକୁ ପଢ଼ନ୍ତୁ : ମହାଯୁଦ୍ଧର ପ୍ରଭାବ : ସୁନା-ରୁପା ମାରିଲେ ଲଙ୍ଗ୍ ଜମ୍ପ୍ , ଏବେ ଗହଣା କିଣିବା ହୋଇଯିବ ସ୍ବପ୍ନ

ହୋଲି ପୂର୍ବ ଦିନ ଭଲରେ ଫେସୱାସ୍ ଲଗାଇ ମୁହଁ ସଫା କରନ୍ତୁ । ତା’ପରେ ନଡ଼ିଆତେଲ , ବାଦାମ ତେଲ କିମ୍ବା ଆଲୋଭେରା ଜେଲ୍ ଲଗାଇ ମସାଜ୍ କରନ୍ତୁ । ଏହା ମୁହଁରେ ସୁରକ୍ଷା କବଚ ସୃଷ୍ଟି କରିବ । ହୋଲି ଖେଳିବା ପାଇଁ ବାହାରକୁ ତ ନିଶ୍ଚୟ ଯିବେ ସେଥିପାଇଁ ଦେହରେ ଭଲ ଭାବରେ ସନସ୍କ୍ରିନ୍ ଲଗାଇ ଯାଆନ୍ତୁ । କାରଣ ସୂର୍ଯ୍ୟକିରଣ ଏବଂ କ୍ୟାମିକାଲ୍ ରଙ୍ଗ ଦୁଇଟା ମିଶି ତ୍ବଚାରେ ଦୁଇଗୁଣ ଅଧିକ କ୍ଷତି ପହଞ୍ଚାଇଥା’ନ୍ତି । ହୋଲି ଖେଳିବା ସମୟରେ ମୁହଁରେ ରଙ୍ଗ ରାଗିଲେ ବାରମ୍ବାର ଧୋଇବାର ଭୁଲ୍ ଆଦୌ କରନ୍ତୁ ନାହିଁ , ଆଖିରେ ରଙ୍ଗ ପଡ଼ିବା ଅଲଗା କଥା କିନ୍ତୁ ମୁହଁକୁ ଘସି ଘସି ଧୋଇବାର ଭୁଲ୍ କରନ୍ତୁନି । ଏହାଦ୍ବାରା ରଙ୍ଗ ଶରୀର ଭିତରକୁ ଅଧିକ ପ୍ରବେଶ କରିବ । ତେଣୁ ଖେଳିସାରିବା ପରେ ହିଁ ରଙ୍ଗ ଛଡ଼ାଇ ଗାଧାନ୍ତୁ । 

ରଙ୍ଗ ଖେଳିବା ପୂର୍ବରୁ ମୁହଁରେ ତେଲ ଲଗାନ୍ତୁ ଏବଂ ଗାଧୋଇବା ପରେ ଆଲୋଭେରା ଜେଲ୍ ଲଗାନ୍ତୁ ତୁରନ୍ତ ଆରମ ମିଳିବ । ଆଲୋଭେରାର ଥଣ୍ଡାପଣ ଶରୀରକୁ ରିଲାକ୍ସ କରିବ । ଗାଧୋଇବା ପରେ ତ୍ବଚାରେ ଘିଅ ଲଗାଇପାରନ୍ତି । ରଙ୍ଗ ଛଡ଼ାଇବା ପରେ ବେସନ ଏବଂ ହଳଦୀର ପ୍ୟାକ୍ ଶରୀରରେ ଲଗାନ୍ତୁ । ତ୍ବଚାରେ ଚନ୍ଦନ ପାଉଡର,ଗୋଲାପ ଜଳର ଫେସପ୍ୟାକ୍ ଲଗାନ୍ତୁ ସ୍କିନ୍ ଭଲ ରହିବ । ଗାଢ଼ ରଙ୍ଗ ଲାଗିଥିଲେ ଶରୀରରେ ଅଟା,ହଳଦୀ,ଲେମ୍ବୁରସ,ଦହି ଏବଂ ଟମାଟ ରସ ଲଗାଇ ରଙ୍ଗ ଛଡ଼ାନ୍ତୁ । ହୋଲି ଖେଳିବା ସମୟରେ ଆଖିରେ ଚଷମା ଏବଂ ମୁଣ୍ଡରେ ରୁମାଲ୍ ,ଓଢ଼ଣୀ କିମ୍ବା ଟୋପି ପିନ୍ଧି ଖେଳନ୍ତୁ । ରଙ୍ଗ ଖେଳନ୍ତୁ କିନ୍ତୁ ସତର୍କତାର ସହିତ ।