କନକବ୍ୟୁରୋ :  ଦେଶି ଘିଅ ମହଙ୍ଗା ହେବା କାରଣରୁ ବଜାରରେ ଭେଜାଲ ଘିଅ ବିକ୍ରି ଧୁମ୍ ବଢ଼ୁଛି ।  ଏହାକୁ ନେଇ ଗ୍ରାହକ ଭାରି ଚିନ୍ତାରେ ।  ତେବେ ସୋସିଆଲ ମିଡଆ ଇନଫ୍ଲୁଏନ୍ସର ରେବନ୍ତ ହିମାତ୍ସିଗକା କହିଛନ୍ତି , ଘରେ ଦେଶି ଘିଅର ଶୁଦ୍ଧତା ଜାଣିବାକୁ ଏକ ସହଜ ଉପାୟ ବତାଇଛନ୍ତି  ।  ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)ର ପରୀକ୍ଷଣ ଉପରେ ଏହା ଆଧାରିତ ।

Advertisment

ଶୀତଦିନେ  ଭାରତୀୟ ପରିବାରର ଅଧିକାଂଶ ରୋଷେଇ ଘରେ ଘିଅର ବ୍ୟବହାର ଅଧିକ ହୁଏ ।  ଯଦିଓ ଲୋକେ ଖରା ଦିନରେ ଦେଶି ଘିଅର ବ୍ୟବହାର କମ୍ ହୋଇଥାଏ , କିନ୍ତୁ ଶୀତଦିନେ ପନିପରିବା ଉପରେ ଘିଅ ଦେଇ ପରଟା ଖାଇବାକୁ ଭଲପାଆନ୍ତି । ଦେଶୀ ଘିଅ କୁ  ସୁପର ଫୁଡ୍ ଭାବେ ବିବେଚନା କରାଯାଏ ।  ଦେଶୀ ଘିଅ ମହଙ୍ଗା । ତେଣୁ ଏହାକୁ ଅପମିଶ୍ରିତ କରି ବଜାରରେ  ବିକ୍ରି କରୁଛନ୍ତି ।

ବଜାରରେ ଏବେ ଅନେକ ବ୍ରାଣ୍ଡର ଦେଶୀ ଘିଅ ଉପଲବ୍ଧ , ଯାହା ଲୋକଙ୍କ ପାଇଁ କେଉଁଟି ଅସଲି କୋଉଟା ନକଲି ତାହା ନିର୍ଣ୍ଣୟ କରିବା କଷ୍ଟକର ହୋଇପଡ଼େ । ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରେଭନ୍ତ ହିମାତ୍ସିଗକା  ତାଙ୍କ ମିଡିଆ ଚ୍ୟାନେଲ ’ ଫୁଡ୍ ଫାର୍ମର ମାଧ୍ୟମରେ ଲୋକଙ୍କୁ ଖାଦ୍ୟ ଓ ପାନୀୟ ବାବଦରେ ସତର୍କ କରାଇବା ସହ ଘିଅର ଶୁଦ୍ଧତା ପରଖିବାକୁ ସହଜ ଓ ସରଲ ଉପାୟ ବତାଇଛନ୍ତି  ।

ରେଭନ୍ତ ନିକଟରେ ତାଙ୍କ ଇନଷ୍ଟାରେ ଏକ ଟ୍ବିଟ୍  ସେୟାର କରିଛନ୍ତି  ।  ଘିଅର ଶୁଦ୍ଧତା ପରୀକ୍ଷା କରିବାକୁ ଏକ ପାତ୍ରରେ ଘିଅ ନେବାକୁ ପଡ଼ିବ ଏବଂ ତା’ପରେ ଏଥିରେ ଆୟୋଡିନ୍ ମିଶାନ୍ତୁ । ଦୁଇଟିକୁ ଭଲଭାବେ ମିଶାନ୍ତୁ ।  ମିଶ୍ର ପରେ ଯଦି ଘିଅର ରଙ୍ଗ  ନୀଳ ହୋଇଯାଏ ତେବେ ଜାଣିବେ ଯେ ଆପଣ କିଣିଥିବା ଘିଅ ନକଲି  ।  ଯଦି ଘିଅର ରଙ୍ଗ ବଦଳେନାହିଁ  କିମ୍ବା ଇସତ୍ ହଳଦିଆ ଦେଖାଯାଏ ତେବେ ଜାଣିବେ ଆପଣ କିଣିଥିବା ଘିଅ ଶୁଦ୍ଧ  ଏବଂ ଅସଲି ।

ପ୍ରେମାନନ୍ଦଜୀ କହିଲେ... କାହା ପାଦ ଛୁଇଁଲେ ହୁଏ ଅମଙ୍ଗଳ ?

ଶୀତଦିନେ ଦେଶି ଘିଅ ମହୌଷଧି ଭଳି କାମ ଦିଏ ।  ଏହା ଶରୀରରେ ଉଷ୍ମତା ରକ୍ଷା କରିବା ସହ ଶରୀରରେ ରୋଗ ପ୍ରତିଶେଧକ ଶକ୍ତି ଭାବେ  କାମ କରେ  ।  ଏହା ଥଣ୍ଡା ଓ ଭାଇରାଲ ସଂକ୍ରମଣକୁ ଆଶଙ୍କା ହ୍ରାସ କରିଥାଏ ।  ଏହା ପାଚନ ପ୍ରଣାଳୀକୁ ସୁସ୍ଥ ରଖେ । ଶୀତଦିନେ ଦେଶି ଘିଅ ସେବନ କଲେ ଆଣ୍ଠୁ ଗଣ୍ଠି ସମସ୍ୟା  ଦୂର ହୁଏ  ।  ଏହା ଚର୍ମକୁ ଶୁଷ୍କ ହେବାକୁ ଦିଏନାହିଁ ।  ଏହାକୁ ସ୍ନାୟୁ ରୋଗର ଚିକିତ୍ସାରେ ବି ବ୍ୟବହାର କରାଯାଏ । ପ୍ରତିଦିନ ଦୁଇ ନାକ ପୁଡ଼ାରେ ଦୁଇ ଠୋପା ଲେଖାଏଁ  ଘିଅ ପକାଇଲେ ମାଇଗ୍ରେନ୍  ସମସ୍ୟା ଦୂର ହେବା ସହ ମୁଣ୍ଡ ବିନ୍ଧା ଯନ୍ତ୍ରଣା ଦୂର ହୁଏ   । ଏହା ସ୍ମୃତିଶକ୍ତି ତୀକ୍ଷ୍ନ କରିଥାଏ