କନକ ବ୍ୟୁରୋ : ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ଶିମିଳିପାଳରେ ରାତ୍ରିଯାପନ କରିଥିଲେ । ଆଜି ରାଷ୍ଟ୍ରପତି ଶିମିଳିପାଳ ବୁଲିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ରାଷ୍ଟ୍ରପତି ଭୁବନେଶ୍ବର ଫେରିଆସିବେ। ଭୁବନେଶ୍ବରରୁ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ରାଷ୍ଟ୍ରପତି ଛତିଶଗଡ଼ ଅଭିମୁଖେ ଯିବା ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି ।
ଅଧିକ ପଢନ୍ତୁ : ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ବରରେ ପହଞ୍ଚିଲେ ମହାମହିମ
ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ତାଙ୍କ ଶ୍ବଶୁର ଘର ଗାଁ ପାହାଡ଼ପୁରକୁ ଯାଇଥିଲେ । ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସେ ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବିତୀୟଦିନର ମୟୁରଭଂଜ ଗସ୍ତ ଏକପ୍ରକାର ବ୍ୟସ୍ତବହୁଳ ରହିଥିଲା। ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟଠାରୁ ଆରମ୍ଭ କରି ମହିଳା ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବା, ଜାହିରାପୀଠରେ ଆଶୀର୍ବାଦ ଭିକ୍ଷା, ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ସହିତ ସଂପର୍କ ଯୋଡ଼ିଥିଲେ ।
ଏହି ମାଟିର ଝିଅ ଭାବେ ଛାପ ଛାଡ଼ିଥିଲେ। ଦେଶର ପ୍ରଥମ ନାଗରିକଙ୍କୁ ପାଖରେ ପାଇ ସମସ୍ତେ ଭାବବିହ୍ବଳ ହୋଇଥିଲେ। ପାରମ୍ପରିକ ନୃତ୍ୟରେ ସ୍ବାଗତ କରିଥିଲେ। ରାଷ୍ଟ୍ରପତି ଶିମିଳିପାଳ ଯାଇ ଗୁରୁଗୁଡ଼ିଆଠାରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗତକାଲି ରାଇରଙ୍ଗପୁର ଗସ୍ତରେ ଆସି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ତାଙ୍କ ଶ୍ବଶୁରଘର ଗାଁ ପାହାଡ଼ପୁରକୁ ଯାଇଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ପାଛୋଟି ନେଇଥିଲେ।
ଏହାପରେ ସେ ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ରାଷ୍ଟ୍ରପତି ଚାଲିଚାଲି ମୁର୍ମୁଛକ ପର୍ଯ୍ୟନ୍ତ ଆସି ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହି ସମୟରେ ତାଙ୍କ ଭାଇ ତରଣୀସେନ ଓ ଝିଅ ଇତିଶ୍ରୀ ଉପସ୍ଥିତ ଥିଲେ । ସେଠାରୁ ଚାଲିଚାଲି ଗୋଷାଣୀପୀଠକୁ ଯାଇଥିଲେ। ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗ୍ରାମବାସୀ। ଗୋଷାଣୀ ପୀଠରେ ଦେବଦେବୀଙ୍କଠାରୁ ଆଶୀର୍ବାଦ ଭିକ୍ଷା କରି ଗ୍ରାମବାସୀଙ୍କ ସହିତ ଭାବ ବିନିମୟ କରିଥିଲେ। ଏହାପରେ ଜାହିରା ପୀଠକୁ ଯାଇ ଜାହିରା ଆୟୋ (ଜାହିରା ମାଆ)ଙ୍କ ଆଶୀର୍ବାଦ ନେଇଥିଲେ। ସେଠାରେ ମହିଳାମାନଙ୍କ ସହ ଆଲୋଚନା କରିବା ସହ ଗାଁର କିଛି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ।
ପରେ ପାହାଡ଼ପୁରସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଯାଇ ସେଠାରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ। ସେମାନଙ୍କ ସହିତ ପାଠପଢ଼ା ସଂପର୍କରେ ଆଲୋଚନା କରିଥିଲେ। ଗ୍ରାମର କିଛି ବେକାର ଯୁବକଯୁବତୀଙ୍କୁ ଡାକି କିପରି ରୋଜଗାରକ୍ଷମ ହୋଇପାରିବେ, ସେ ନେଇ ପରାମର୍ଶ ଦେଇଥିଲେ। ଏସ୍ଏଲ୍ଏସ୍ ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କୁ ବିଦ୍ୟାଳୟକୁ ସୁନ୍ଦର ଭାବରେ ପରିଚାଳିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Follow Us