କେତେ ଧନୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର? ନୀତୀଶଙ୍କ ପାଖରେ ଅଛି କେତେ ସମ୍ପତ୍ତି?

ବିହାରରେ ପୁଣିଥରେ ଆରମ୍ଭ ହୋଇଛି ନୀତୀଶ ରାଜ । ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ପୁଣିଥରେ ଶପଥ ଗ୍ରହଣ କରିଥିବାବେଳେ, ତାଙ୍କ ସହିତ ଦୁଇ ଡେପୁଟି ସିଏମ୍ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତେବେ ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଜେପିର ବଡ଼ ବଡ଼ ନେତାଙ୍କୁ ଦେଖିବାକୁ ମିଳିଛି । ହେଲେ ଆଜି ଆମେ ୧୦ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତୀଶ କୁମାରଙ୍କ ସମ୍ପତ୍ତି ବିଷୟରେ କହିବୁ, ଯାହାକି ଆପଣ ବିଲକୁଲ୍ ଜାଣିନଥିବେ ।

NITISH KUMAR NET WORTH

NITISH KUMAR NET WORTH Photograph: (KANAK NEWS)

କନକ ବ୍ୟୁରୋ: ବିହାରରେ ପୁଣିଥରେ ଆରମ୍ଭ ହୋଇଛି ନୀତୀଶ ରାଜ । ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ପୁଣିଥରେ ଶପଥ ଗ୍ରହଣ କରିଥିବାବେଳେ, ତାଙ୍କ ସହିତ ଦୁଇ ଡେପୁଟି ସିଏମ୍ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତେବେ ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଜେପିର ବଡ଼ ବଡ଼ ନେତାଙ୍କୁ ଦେଖିବାକୁ ମିଳିଛି । ହେଲେ ଆଜି ଆମେ ୧୦ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତୀଶ କୁମାରଙ୍କ ସମ୍ପତ୍ତି ବିଷୟରେ କହିବୁ, ଯାହାକି ଆପଣ ବିଲକୁଲ୍ ଜାଣିନଥିବେ । 

ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୀର୍ଘ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ ବି, ନୀତୀଶଙ୍କ ମୋଟ ସମ୍ପତ୍ତି ହେଲା ମାତ୍ର ୧ କୋଟି ୬୪ ଲକ୍ଷ ଟଙ୍କା । ମିଳିଥିବା ରିପୋର୍ଟ ଅନୁସାରେ ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ଏହା ୨ କୋଟିରୁ କମ୍ ହେବ ।  ବର୍ତ୍ତମାନ ସମୟରେ ନୀତୀଶଙ୍କ ପାଖରେ ୨୧ ହଜାର ୫୨ ଟଙ୍କା ନଗଦ ଟଙ୍କା ଥିବାବେଳେ, ବ୍ୟାଙ୍କରେ ୬୦ ହଜାର ଟଙ୍କା ରହିଛି । ଏହାସହିତ ତାଙ୍କ ପାଖରେ ପାଖାପାଖି ଦେଢ଼ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀଙ୍କଠାରୁ ସମ୍ରାଟ ଚୌଧୁରୀ ଧନୀ

ସେହିପରି ବିହାରରେ ତାରାପୁର ସିଟରୁ ଜିତି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ସମ୍ରାଟ ଚୌଧୀରଙ୍କ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବିହାରର ଏହି ଡେପୁଟି ସିଏମଙ୍କ ସମ୍ପତ୍ତି, ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିଠାରୁ ଢେର୍ ଗୁଣ ଅଧିକ । ମିଳିଥିବା ରିପୋର୍ଟ ଅନୁସାରେ, ସମ୍ରାଟ ଚୌଧୁରୀଙ୍କ ମୋଟ ସମ୍ପତ୍ତିର ଦାମ ୧୧ କୋଟି ୩୪ ଲକ୍ଷ । ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨ ଲକ୍ଷ ଟଙ୍କା ନଗଦ ଟଙ୍କା ଥିବାବେଳେ, ପାଖାପାଖି ୨୭ ଲକ୍ଷ ଟଙ୍କା ବ୍ୟାଙ୍କ୍ ଡିପୋଜିଟ୍ ରହିଛି । ଏହାସହିତ ସମ୍ରାଟ ଚୌଧୁରୀଙ୍କ ପାଖରେ ୪୦ ଲକ୍ଷ ଟଙ୍କାର ସୁନା, ୩୨ ଲକ୍ଷ ଟଙ୍କାର ସେୟାର ବଣ୍ଡ, ୧୦ ଲକ୍ଷ ଟଙ୍କାର ଲାଇଫ୍ ଇନ୍ୟୁରାନ୍ସ ରହିଛି । ଏହାସହିତ ସମ୍ରାଟ ଚୌଧୁରୀଙ୍କ ନାଁରେ ଗୋଟିଏ ବୋଲେରୋ ମଧ୍ୟ ରହିଛି, ଯାହାର ମୂଲ୍ୟ ପାଖାପାଖି ୭ ଲକ୍ଷ ଟଙ୍କା ହେବ ।

ଆହୁରି ପଢ଼ନ୍ତୁ : ବିହାରରେ ନୀତୀଶ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

ବିଜୟ କୁମାର ସିହ୍ନା ସବୁଠୁ ଧନୀ

ବିହାରର ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ଭିତରେ ସବୁଠୁ ଧନୀ ହେଉଛନ୍ତି ବିଜୟ କୁମାର ସିହ୍ନା । ମିଳିଥିବା ରିପୋର୍ଟ ଅନୁସାରେ, ତାଙ୍କ ପାଖରେ ମୋଟ ୧୧ କୋଟି ୬୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଏହାସହିତ ତାଙ୍କ ଉପରେ ୧ କୋଟି ୨୧ ଲକ୍ଷ ଟଙ୍କାର ଋଣ ମଧ୍ୟ ଅଛି ବୋଲି ସେ ନିଜ ଆଫିଡେଭିଟରେ ଜଣାଇଛନ୍ତି । 
ମିଳିଥିବା ସୂଚନା ଅନୁସାରେ ବିଜୟ ସିହ୍ନାଙ୍କ ପାଖରେ ୧ ଲକ୍ଷ ୨୫ ହଜାର ନଗଦ ଟଙ୍କା ରହିଥିବାବେଳେ, ବ୍ୟାଙ୍କ ଖାତାରେ ପାଖାପାଖି ୬୦ ଲକ୍ଷ ଟଙ୍କା ରହିଛି । ଏହାବାଦ୍ ସେ ବଣ୍ଡ୍ ଏବଂ ସୁନା ମଧ୍ୟ ରଖିଛନ୍ତି ।

ଆହୁରି ପଢ଼ନ୍ତୁ : ନୀତୀଶଙ୍କ ମନ୍ତ୍ରିମଣ୍ଡଳ, ସାମ୍ନାକୁ ଆସିଲା ଲିଷ୍ଟ; ଏହି ନେତା ହେବେ ବିହାରରେ ମନ୍ତ୍ରୀ

ତେବେ ଆଜିଠୁ ବିହାରରେ ଆରମ୍ଭ ହୋଇଛି ନୀତୀଶ ରାଜ । ରେକର୍ଡ ସଂଖ୍ୟକ ୧୦ ଥର ପାଇଁ ଆଜି ସେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଉ ତାଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର କିଛି ନେତା ମଧ୍ୟ ଆଜି ନିଜ ପଦର ଶପଥ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe