ମଦରୁ କେତେ ଟଙ୍କା ପାଉଛନ୍ତି ରାଜ୍ୟ ସରକାର ? କେତେ ଲୋକଙ୍କର ଗଲାଣି ଜୀବନ

Advertisment

୨୦୨୪ ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬.୧୪ କୋଟି ଟଙ୍କା ।  ୨୦୧୪ ରେ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪ ରେ ଏହାର ପରିମାଣ ବଢି ୭୭୫୬.୧୪ କୋଟି ଟଙ୍କାରେ ପହଞ୍ଚିଲାଣି

Updated On

୨୦୨୪ ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬.୧୪ କୋଟି ଟଙ୍କା ।  ୨୦୧୪ ରେ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪ ରେ ଏହାର ପରିମାଣ ବଢି ୭୭୫୬.୧୪ କୋଟି ଟଙ୍କାରେ ପହଞ୍ଚିଲାଣି

ଅଦ୍ୟତନ ହୋଇଛି
Liquor

Liquor Photograph: (kanak News)

କନକ ବ୍ୟୁରୋ: ରାଜ୍ୟରେ ମଦରୁ କେତେ ରାଜସ୍ବ ପାଉଛନ୍ତି ସରକାର । କେତେ ଲୋକଙ୍କର ମଦ ନେଲାଣି ଜୀବନ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପୂର୍ବ ସରକାର ସମୟରେ ମଦ ପିଇ ୫୨ ଜଣ ଲୋକ ପ୍ରାଣ ହରାଇଥିବା ସରକାରୀ ରେକର୍ଡ ରହିଛି ।

ସେହିପରି ୨୦୨୪ ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬.୧୪ କୋଟି ଟଙ୍କା ।  ୨୦୧୪ ରେ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪ ରେ ଏହାର ପରିମାଣ ବଢି ୭୭୫୬.୧୪ କୋଟି ଟଙ୍କାରେ ପହଞ୍ଚିଲାଣି । ଠିକ୍‌ ସେହିପରି ରାଜ୍ୟରେ ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ସଂଖ୍ୟା ୩୮୫୯ ରହିଛି । ରାଜ୍ୟ ସରକାର ଗତ ୩ ବର୍ଷରେ ମଦରୁ ୧୯ ହଜାର ୨୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛନ୍ତି । ଏହାସହ ୨୧-୨୨ ମସିହାରେ ୫ ହଜାର ୪୨୮ କୋଟି ରାଜସ୍ବ ଆଦାୟ ହୋଇଥିବା ବେଳେ ୨୨-୨୩ ରେ ୬ ହଜାର ୪୫୫ କୋଟି ଏବଂ ୨୩-୨୪ରେ ୭ ହଜାର ୨୧୬ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି । 

ସେପଟେ, ଲୋକସଭାରେ ଉଠିଲା ଓଡ଼ିଶା ମଦ ପ୍ରସଙ୍ଗ । ଓଡ଼ିଶାରେ ମଦର ପ୍ରଚାର ପ୍ରସାର ପାଇଁ ସାମାଜିକ ବ୍ୟବସ୍ଥା ନଷ୍ଟ ହେଉଥିବା କହିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଓଡ଼ିଶାର ଗାଁ ମାନଙ୍କରେ ବ୍ୟାପକ ମାତ୍ରାରେ ମଦଭାଟିର ପ୍ରସାର ଚାଲିଥିବାରୁ ଗାଁ'ର ସାମାଜିକ ଅବସ୍ଥା ବିଗିଡ଼ିବାରେ ଲାଗିଛି । ଗାଁ ଗୁଡ଼ିକର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ଏହା ବୋଝ ସଦୃଶ ହେଲାଣି ।

ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଅବସ୍ଥା ଥିବାରୁ କେନ୍ଦ୍ର ସରକାର ଅବକାରୀ ବିଭାଗକୁ କେନ୍ଦ୍ର ଅଧୀନକୁ ନେବା ପାଇଁ ବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ମଦ ବ୍ୟବସାୟରେ ବର୍ଷକୁ ୫ ଶହ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି । କୌଣସି ମଦଭାଟିରେ ଅବକାରୀ ବିଭାଗ କିମ୍ବା ସ୍ବାସ୍ଥ୍ୟ ବିଭାଗ ନିୟମ ଅନୁସାରେ ମଦ ତିଆରି ହେଉନାହିଁ । ମଦ ବ୍ୟବସାୟୀମାନେ ଅଧିକ ଲାଭ ପାଇବା ପାଇଁ ୟୁରିଆ ଓ କିଛି ବିଷାକ୍ତ ପଦାର୍ଥ ମିଶ୍ରଣ କରି ମଦ ତିଆରି କରୁଥିବାରୁ ମଦ ମୃତ୍ୟୁ ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe