କନକ ବ୍ୟୁରୋ: ଲୋକସଭାରେ ଉଠିଲା ଓଡ଼ିଶା ମଦ ପ୍ରସଙ୍ଗ । ଓଡ଼ିଶାରେ ମଦର ପ୍ରଚାର ପ୍ରସାର ପାଇଁ ସାମାଜିକ ବ୍ୟବସ୍ଥା ନଷ୍ଟ ହେଉଥିବା କହିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଓଡ଼ିଶାର ଗାଁ ମାନଙ୍କରେ ବ୍ୟାପକ ମାତ୍ରାରେ ମଦଭାଟିର ପ୍ରସାର ଚାଲିଥିବାରୁ ଗାଁ ମାନଙ୍କ ସାମାଜିକ ଅବସ୍ଥା ବିଗିଡ଼ିବାରେ ଲାଗିଛି । ଗାଁଗୁଡ଼ିକର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ଏହା ବୋଝ ସଦୃଶ ହେଲାଣି । ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଅବସ୍ଥା ଥିବାରୁ କେନ୍ଦ୍ର ସରକାର ଅବକାରୀ ବିଭାଗକୁ କେନ୍ଦ୍ର ଅଧୀନକୁ ନେବା ପାଇଁ ବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ମଦ ବ୍ୟବସାୟରେ ବର୍ଷକୁ ୫ ଶହ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି । କୌଣସି ମଦ ଭାଟିରେ ଅବକାରୀ ବିଭାଗ କିମ୍ବା ସ୍ବାସ୍ଥ୍ୟ ବିଭାଗ ନିୟମ ଅନୁସାରେ ମଦ ତିଆରି ହେଉନାହିଁ । ମଦ ବ୍ୟବସାୟୀମାନେ ଅଧିକ ଲାଭ ପାଇବା ପାଇଁ ୟୁରିଆ ଓ କିଛି ବିଷାକ୍ତ ପଦାର୍ଥ ମିଶ୍ରଣ କରି ମଦ ତିଆରି କରୁଥିବାରୁ ମଦ ମୃତ୍ୟୁ ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ।
ଲୋକସଭାରେ ଓଡ଼ିଶା ମଦ ପ୍ରସଙ୍ଗ; ଉଦବେଗ ପ୍ରକାଶ କଲେ ପ୍ରଦୀପ ପୁରୋହିତ
ଓଡ଼ିଶାରେ ମଦର ପ୍ରଚାର ପ୍ରସାର ନେଇ ଲୋକସଭାରେ ଉଦବେଗ । ସାମାଜିକ ବ୍ୟବସ୍ଥା ନଷ୍ଟ ହେଉଥିବା କହିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଅବକାରୀ ବିଭାଗକୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେବାକୁ ପ୍ରସ୍ତାବ ।
/kanak/media/media_files/2025/03/28/4FcrJHyanP5J1fk8axhA.jpg)