କନକ ବ୍ୟୁରୋ : ଦେଶର ଜଣାଶୁଣା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଉପରେ କିଛି ଦିନ ହେବ ଜାତୀୟ ଯାଂଚ ଏଜେନ୍ସି ଚଢ଼ାଉ ଜାରି ରଖିଛି । ଏହାରି ଭିତରେ ଅନୀଲଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ନାମରେ ଆସିଛି ସାଂଘାତିକ ଦୁର୍ନୀତି ଅଭିଯୋଗ । ସିବିଆଇ ତରଫରୁ ଅନମୋଲଙ୍କ ନାମରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ୨୨୮ କୋଟି ଟଙ୍କା କାରବାରରେ ହେରଫେର କରିଥିବା ନେଇ ଅଭିଯୋଗ ଆଣିଛି । ଏହି ମାମଲା ରିଲିୟାନ୍ସ ହୋମ୍ ଫାଇନାନ୍ସ ଲିମିଟେଡ ସହ ଜଡ଼ିତ ଋଣ ସହ ଯୋଡ଼ା ହୋଇଛି । ଏହି ମାମଲାରେ ପ୍ରଥମରୁ କିଛି କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏବେ ଆସନ୍ତୁ ଜାଣିବା ଏହି ମାମଲାରେ ଅନମୋଲଙ୍କ ଉପତେର କ'ଣ ଅଭିଯୋଗ ରହିଛି ?
ଅଧିକ ପଢ଼ନ୍ତୁ : ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଇଡି ଝଟ୍କା, ଋଣ ଠକେଇ ମାମଲାରେ ଭୁବନେଶ୍ବର, ନଭି ମୁମ୍ବାଇ, ପୁଣେ ଓ ଚେନ୍ନାଇରେ ଥିବା ସମ୍ପତି ଜବତ
ୟୁନିୟନ ବ୍ୟାଙ୍କର ଅଭିଯୋଗ ପରେ ସିବିଆଇ ଅନମୋଲଙ୍କ ନାମରେ ମାମଲା ରୁଜୁ କରିଛି । ଅଭିଯୋଗରେ ରିଲିୟାନ୍ସ ହୋମ ଫାଇନାନ୍ସ ଲିମିଟେଡର ନିର୍ଦ୍ଦେଶକ ଭାବେ ଅନମୋଲଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଯାଇଛି । ବ୍ୟାଙ୍କର ଅଭିଯୋଗ ରହିଛି କି, ରିଲିୟାନ୍ସ ହୋମ ଫାଇନାନ୍ସ ଯେଉଁ ଋଣ ଟଙ୍କାକୁ ବ୍ୟବସାୟରେ ବିନିଯୋଗ କରିବା କଥା ତାକୁ ଅନ୍ୟ ସ୍ଥାନରେ ବିନିଯୋଗ କରିଛି । ଫଳରେ ବ୍ୟାଙ୍କକୁ ୨୨୮ କୋଟି ଟଙ୍କାର କ୍ଷତି ହୋଇଛି ।
ଅଧିକ ପଢ଼ନ୍ତୁ : ୧୭ ହଜାର କୋଟି ଟଙ୍କା ହେରଫେର ମାମଲା, ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ଚଢ଼ାଉ
ରିଲିୟାନ୍ସ ହୋମ ଫାଇନାନ୍ସ ଲିମିଟେଡ ୟୁନିୟନ ବ୍ୟାଙ୍କର ମୁମ୍ବାଇ ଏସସିଏଫ୍ ବ୍ରାଞ୍ଚରୁ ୪୫୦ କୋଟି ଟଙ୍କାର କର୍ପୋରେଟ୍ ଲୋନ ନେଇଥିଲା । ଋଣର ନିୟମ ମୁତାବକ ଇଏମଆଇ, ସୁଧ ଓ ଆବଶକୀୟ କାଗଜପତ୍ର ଜମା କରିବାର ଥିଲା । ହେଲେ ଫରେନସିକ୍ ଅଡ଼ିଟରେ ଖୁଲାସା ହୋଇଛି କି, ଯେଉଁ ଉର୍ଦ୍ଦେଶ୍ୟରେ ଋଣ କମ୍ପାନି ନେଇଥିଲା, ସେ ଋଣ ଟଙ୍କାକୁ ସେହି ସ୍ଥାନରେ ବିନିଯୋଗ ନକରି ଅନ୍ୟ ସ୍ଥାନରେ ବିନିଯୋଗ କରିଛି । ଅର୍ଥାତ ଋଣ ଟଙ୍କାକୁ ବ୍ୟାଙ୍କର ବିନା ଅନୁମତିରେ ଅନ୍ୟ ସ୍ଥାନରେ ବ୍ୟବହାର କରାଯାଇଛି ।
ଅଧିକ ପଢ଼ନ୍ତୁ : ବଢ଼ିଲା ବିଶିଷ୍ଠ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଅଡୁଆ : ୧୭ ହଜାର କୋଟି ମନି ଲଣ୍ଡ୍ରିଂ ମାମଲାରେ ଇଡିର ସମନ
ଗ୍ରାଣ୍ଡ ଥ୍ରୋଟନର ଫରେନସିକ୍ ରିପୋର୍ଟ ମୁତାବକ ୨୦୧୬ ରୁ ୨୦୧୯ ମଧ୍ୟରେ ଋଣ ଟଙ୍କାକୁ ଡାଇଭଟ୍ କରାଯାଇଥିଲା । ବ୍ୟାଙ୍କର ଅଭିଯୋଗ କି, କମ୍ପାନିର ନିର୍ଦ୍ଦେଶକ ବ୍ୟାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । କେବଳ ସେତିକି ନୁହେଁ କମ୍ପାନି ସମୟ ଅନୁସାରେ ଇଏମଆଇ ଦେଇନାହିଁ । ଏହି କାରଣରୁ ୨୦୧୯ ସେପ୍ଟେମ୍ବର ୩୦ ତାରିଖରେ କମ୍ପାନିର ବ୍ୟାଙ୍କ ଖାତାକୁ ଏନପିଏ ଘୋଷିତ କରାଯାଇଥିଲା । ସେପଟେ ଫଣ୍ଡ ଡାଇଭଟ୍ ବେଳେ କମ୍ପାନିର ନିର୍ଦ୍ଦେଶକ ଥିଲେ ଅନୀଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀ । ସିବିଆଇର ଅଭିଯୋଗ ହୋଛି ସେ ଜୟ ଅନମୋଲ ଋଣ ଟଙ୍କାକୁ ବ୍ୟାଙ୍କର ବିନା ଅନୁମତିରେ ଶର୍ତ୍ତର ଉଲ୍ଲଂଘନ କରିଛି । ସିବିଆଇ ତରଫରୁ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୦ ଆଧାରରେ ଅପରାଧିକ ଷଡଯନ୍ତ୍ର ଓ ଧାରା ୪୨୦ ମୁତାବକ ଠକେଇ ଭଳି ଧାରାରେ ମାମଲା ରୁଜୁ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/11/ambani-2025-12-11-11-19-09.jpg)