କନକବ୍ୟୁରୋ : ସିସିଟିଭିରେ ବଡ଼ବିଲ ବ୍ୟାଙ୍କ ଲୁଟ୍ର ଚିତ୍ର। କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ମହାରାଷ୍ଟ୍ର ବ୍ୟାଙ୍କରୁ ହୋଇଥିବା ବଡ଼ ଧରଣର ଡ଼କାୟତି ଘଟଣାରେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ୍ । କେମିତି ଡକାୟତ ମାନେ ବାଇକ୍ରେ ଆସି ବ୍ୟାଙ୍କରୁ ଲୁଟି ନେଉଛନ୍ତି, ତାହା କ୍ୟାମେରାରେ କଏଦ୍ ହୋଇଛି । ୫ଟି ବାଇକରେ ୬ଜଣ ଦୁର୍ବୃତ୍ତ ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଭିତରକୁ ପଶିଥିଲେ। ପ୍ରଥମେ ମ୍ୟାନେଜରଙ୍କ ନିକଟକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହାପରେ ଅନ୍ୟ ଗ୍ରାହକମାନଙ୍କୁ ଏକ ଘରେ ପଶାଇ ବନ୍ଦ କରି ଦେଇ, ଲକର୍ ତାଲା ଆଣି ୫କୋଟି ଟଙ୍କାରୁ ଅଧିକ ସୁନା ଏବଂ ନଗଦ ୮ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଖୋଳତାଡ଼ ଚଳାଇଛି । ଖୁବ୍ ଶୀଘ୍ର ଧରାପଡିବେ ବୋଲି ଆଶା କରାଯାଉଛି ।
ପୁଲିସ ସୂଚନା ଅନୁଯାୟୀ, ୬ଜଣ ଲୁଟେରା ହେଲମେଟ୍, ମାସ୍କ ପିନ୍ଧି ବ୍ୟାଙ୍କ ଭିତରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ପାଖରେ ବନ୍ଧୁକ ଥିଲା। ସମସ୍ତେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ। ଲୁଟେରାମାନେ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ତିନିଜଣ କର୍ମଚାରୀ ଓ ୪ ଜଣ ଗ୍ରାହକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତଙ୍କ ନିକଟରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଗ୍ରାହକମାନଙ୍କୁ ଏକ କୋଠରିରେ ପୂରାଇ ବାହାରପଟୁ ବନ୍ଦ କରି ଦେଇଥିଲେ। କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କ୍ୟାସ୍ କାଉଣ୍ଟର୍ରୁ ୮ଲକ୍ଷ ଟଙ୍କା ଏବଂ ଲକର୍ରୁ ୫କେଜି ସୁନାଗହଣା ଲୁଟି ନେଇଥିଲେ। ଲୁଟ୍ ସୁନାଗହଣାର ଆନୁମାନିକ ମୂଲ୍ୟ ୭କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ସେହିପରି ଲୁଟେରାମାନେ ଗଲାବେଳେ ସିସିଟିଭି ଡିଭିଆର୍ ମେସିନ୍କୁ ଖୋଲି ନେଇଛନ୍ତି ।
ବ୍ୟାଙ୍କ ପରିଚାଳକ ଅଶୋକ କୁମାର ବର୍ଣ୍ଣୱାଲଙ୍କଠାରୁ ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇ ଯାଞ୍ଚକୁ ଜୋର୍ଦାର କରାଯାଇଛି। ବ୍ୟାଙ୍କ ପକ୍ଷରୁ ୮ଲକ୍ଷ ଟଙ୍କା ଓ ୫ କିଲୋ ସୁନା ଲୁଟ୍ ହୋଇଥିବା ନେଇ ଅଭିଯୋଗ କରାଯାଇଛି । ପୁଲିସର ପ୍ରାଥମିକ ତଦନ୍ତରୁ ୪ଲକ୍ଷ ୩୪ହଜାର ଟଙ୍କା, ଡିଭିଆର୍ ମେସିନ୍ ଚୋରି ହୋଇଛି ଏବଂ କେତେ ସୁନା ଅଳଙ୍କାର ଚୋରି ହୋଇଛି, ସେନେଇ ତଦନ୍ତ କରାଯାଉଥିବା କୁହାଯାଇଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ତିନିଟି ସ୍ବତନ୍ତ୍ର ଟିମ୍ ଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।
ଅଧିକ ପଢନ୍ତୁ .... ବେଆଇନ୍ ଖଣି କାରବାରକୁ ନେଇ ଖୋର୍ଦ୍ଧା ବେଗୁନିଆରେ ଗୁଳିକାଣ୍ଡ : ଜଣେ ଯୁବକ ମୃତ୍ୟୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/20/bank-looit-2026-01-20-08-45-23.jpg)