ଜଙ୍ଗଲ ବିଭାଗ କେମିତି ଚାଲିଛି ବୟାନ କଲା ଜଙ୍ଗଲି ବାବୁଙ୍କ ସମ୍ପତ୍ତି : ଗ୍ରାଉଣ୍ଡ ଜିରୋରେ ପହଁଚିଲା କନକ ନ୍ୟୁଜ୍

Advertisment

ପଦବି ଥିଲା ଫରେଷ୍ଟର। କିନ୍ତୁ ଭିଜିଲାନସ ଜାରି କରିଥିବା ପ୍ରାରମ୍ଭିକ ତଥ୍ୟ କହେ ସେ ଜଣେ କୁବେର। ହଁ, କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ କଥା ହିଁ ଆମେ କହୁଛୁ ।

ପଦବି ଥିଲା ଫରେଷ୍ଟର। କିନ୍ତୁ ଭିଜିଲାନସ ଜାରି କରିଥିବା ପ୍ରାରମ୍ଭିକ ତଥ୍ୟ କହେ ସେ ଜଣେ କୁବେର। ହଁ, କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ କଥା ହିଁ ଆମେ କହୁଛୁ ।

7PM4

Photograph: (kanaknews)

କନକବ୍ୟୁରୋ : ପଦବି ଥିଲା ଫରେଷ୍ଟର। କିନ୍ତୁ ଭିଜିଲାନସ ଜାରି କରିଥିବା ପ୍ରାରମ୍ଭିକ ତଥ୍ୟ କହେ ସେ ଜଣେ କୁବେର। ହଁ, କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ କଥା ହିଁ ଆମେ କହୁଛୁ । ଭିଜିଲାନସ ତାଙ୍କୁ ଇତିମଧ୍ୟରେ ଗିରଫ କରିଛି । ହେଲେ ଜବତ ସମ୍ପତ୍ତିର ଉତ୍ସ ଏଯାଏଁ ଖୋଲିନି । ଗ୍ରାଉଣ୍ଡ ଜିରୋରୁ ଯେଉଁ ତଥ୍ୟ କନକ ନ୍ୟୁଜ ସାଉଁଟିଛି, ତାହା ହିଁ ଏବେ ଭିଜିଲାନସ ପାଇଁ ଆହ୍ୱାନ ପାଲଟିଛି ।  ପ୍ରଶ୍ନ ଉଠୁଛି, ନିରଞ୍ଜନଙ୍କ ପାଖରେ ଅଟକିବ ନା ଆଗକୁ ବଢ଼ିବ ଭିଜିଲାନସ। 

ଏସଆଇଆରକୁ ନେଇ ରାଜ୍ୟରୁ ରାଜ୍ୟକୁ ଡେଉଁଛି ବିବାଦ ; ବିଜେପି ଶାସିତ ଓଡ଼ିଶାରେ ପାଦ ଦେଲେ ଜ୍ଞାନେଶ

ପୁଳା ପୁଳା ସୁନା, ଟଙ୍କା, ଜମି, ଘର। ଗରିବ ଓଡ଼ିଶାର ଜଣେ ଧନୀ କର୍ମଚାରୀ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ  ସେମିଳିଗୁଡ଼ା ବନପାଳ ନିରଞ୍ଜନ ଶତପଥୀ ଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ହେଲେ ୬୨୫ଟଙ୍କା ଦରମାରୁ ଚାକିରି ଆରମ୍ଭ କରିଥିବା ଜଙ୍ଗଲବାବୁ କେମିତି କୁବେର ବନିଲେ, ସେ ରହସ୍ୟ ଏଯାଏଁ ଖୋଲିପାରାନାହାନ୍ତି ଭିଜିଲାନସ ବାବୁ। କାହାର ଆର୍ଶୀବାଦରେ ଏତେ ଅର୍ଥ ଅର୍ଜିଲେ, ସେ ବି ଚିହ୍ନଟ ହୋଇନାହାନ୍ତି  ।

 ହେଲେ ନିରଞ୍ଜନଙ୍କ  ସଂପତ୍ତି ପଛର ଗୁମର ଖୋଜିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି । ବନପାଳ ବାବୁ କେମିତି ବନୀକରଣ ଓ ସୌନ୍ଦର୍ଯ୍ୟୀକରଣ ନାଁରେ ସରକାରୀ ଯୋଜନା ଅର୍ଥକୁ ବାଏଁ ବାଏଁ ଉଡ଼ାଇଦେଇଛନ୍ତି, ଇଏ ତାର ଗୋଟିଏ ଉଦାହରଣ ମାତ୍ର। ଏଠାରେ ବନୀକରଣ କେବଳ କାଗଜପତ୍ରରେ ହୋଇଛି। କାମ୍ପା ଯୋଜନାରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବନୀକରଣ କରାଯାଇଥିଲା । 

ମନରେଗାରେ ବି ଲଗାଯାଇଥିଲା ଗଛ। ହେଲେ ଏ ଗଛର ସଂଖ୍ୟା ସଙ୍କେତ ଦେଉଛି ସରକାରୀ ଫାଇଲ ଓ ବାସ୍ତବତା ପଛର ସତ । ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ବାବୁ ଜଣଙ୍କ ବାଳଡ଼ା ଓ ସେମିଳିଗୁଡ଼ା ରେଞ୍ଜରେ ଥିବା ସମୟରେ ବହୁତ ଟଙ୍କା ହରିଲୁଟ୍ କରିଛନ୍ତି। ଜଙ୍ଗଲ ଜମିପଟ୍ଟା ଦେବା ନାଁରେ ବି ଆଦିବାସୀଙ୍କୁ ଲୁଟିଛନ୍ତି।  ୧୯୮୮ ମସିହାରେ ଚାକିରି ଜୀବନ ଆରମ୍ଭ କରିଥିଲେ ନିହାରରଞ୍ଜନ। ଆଉ ମାତ୍ର କେଇ ମାସ ପରେ ଅବସର ନେଇଥାନ୍ତେ। କିନ୍ତୁ ଅବସର ନେବା ପୂର୍ବରୁ ଜଂଗଲ ବାବୁ ଧରାପଡ଼ିବା ସହିତ ଧରାପଡ଼ିଛି ବନ ବିଭାଗର କେଳେଙ୍କାରୀ। ଏବେ ପ୍ରଶ୍ନ ଉଠୁଛି,  ଭିଜିଲାନ୍ସ ତଦନ୍ତ ଏଇଠି ଅଟକିବ ନା ବନୀକରଣ କେଳେଙ୍କାରୀର ରହସ୍ୟ ଫିଟିବ?  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe