କନକ ବ୍ୟୁରୋ : ମାସେ ପରେ ଓଡ଼ିଶାର ପାଳି ପଡ଼ିବ । ଏସ ଆଇଆର ପାଦ ପକାଇବା ପୂର୍ବରୁ ଓଡ଼ିଶାରେ ପାଦ ଥାପି ତାତି ମାପୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ ।  ମୁଖ୍ୟ ନିର୍ବାଚନ କମିସନ ଜ୍ଞାନେଶ କୁମାର ଖୋଲାଖୋଲି ନ କହିଲେ ବି ସଙ୍କେତ ଦେଇଛନ୍ତି ଯେ ଏହି ତିନିଦିନିଆ ଗସ୍ତରେ ହିଁ ଏସଆଇଆରର ଶୁଭ ପଡ଼ିବ।  ହେଲେ ଏବେଠୁ ଚିହିଁକିଲେଣି ବିରୋଧୀ । ଆଉ ଆରମ୍ଭ ହୋଇଗଲାଣି ବୟାନବାଜି। … ରାଜ୍ୟ ପରେ ରାଜ୍ୟ ଡେଉଁଛି ଏସଆଇଆର ବିବାଦ ।  ବିହାର ଚର୍ଚ୍ଚା ଥମିନି ଏବେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜନୀତିରେ ଚାଲିଛି ଏସଆଇଆର୍ କମ୍ପନ।  ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ପାଳି । ଅର୍ଥାତ୍ ଆସନ୍ତା ଫେବ୍ରୁଆରି ମାସରେ ଓଡ଼ିଶାରେ ଏସଆଇଆର ଲାଗୁ ପ୍ରକ୍ରିୟା ଆରମ୍ଭ ହେବ ।   

Advertisment

ବାଲେଶ୍ବର ଭାସ୍କରଗଞ୍ଜ ହୋଟେଲ୍‌ରେ ହତ୍ୟାକାଣ୍ଡ : ସାଙ୍ଗ ଅଟକ, ମହିଳା ଫେରାର..

ହେଲେ ଓଡ଼ିଶାରେ ପ୍ରଚଣ୍ଡ ଶୀତ ଭିତରେ ଏସଆଇଆରର ତାତି ମାପିବା ଲାଗି ପାଦ ଥାପିଛନ୍ତି ମୁଖ୍ୟ ନିର୍ବାଚନ କମିସନ। ଖୋଲିଖୋଲି କେହି କିଛି କହୁନାହାନ୍ତି, କିନ୍ତୁ ସମସ୍ତଙ୍କ ଅଲକ୍ଷ୍ୟରେ ରାଜ୍ୟରେ ଏସଆଇଆରର ଶୁଭ ପଡ଼ିଥିବା ଚର୍ଚ୍ଚା ଜୋର ଧରିଲାଣି ।  ୨୯ ତାରିଖ ଅପରାହ୍ନରେ ଓଏୟୁଟି ଅଡିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିବେ ଇସିଆଇ।

ଭୋଟର ତାଲିକା ସଂଶୋଧନ କେମିତି ତ୍ରୁଟିଶୂନ୍ୟ ହେବ ତାହା ବୁଝାଇବେ ।  ସର୍ବଦଳୀୟ ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  ଏସଆଇଆର ପ୍ରସ୍ତୁତି ଦେଖି ଚିହିଁକିଲେଣି ବିରୋଧୀ। ପଶ୍ଚିମବଂଗ ଓ ଉତ୍ତରପ୍ରଦେଶର ଉଦାହରଣ ଦେଇ ପିସିସି ସଭାପତି ତୀବ୍ର ସମାଲୋଚନା କରିଛନ୍ତି। ରୋକଠୋକ ଶୁଣାଇଛନ୍ତି,  ତାଲିକାରୁ ପ୍ରକୃତ ଭୋଟର ବାଦ ପଡ଼ିଲେ କିଛି ଭଲ ହେବନି। ବିଜେଡି ବି ଅସନ୍ତୋଷ ଅଜାଡ଼ିଛି। ବିଜେପି କହିଛି, ବିରୋଧୀ ଡରୁଛନ୍ତି, ଭୋଟର ନୁହେଁ।  

ଓଡ଼ିଶାରେ ଶାସନରେ ଅଛି ବିଜେପି। ଏଣୁ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି ନିର୍ବାଚନ ଆୟୋଗ। ଏହାରି ଭିତରେ ସମସ୍ତଙ୍କ ନଜର ରହିଛି, ବିଏଲଓଙ୍କୁ କଣ ଜ୍ଞାନ ଦେଉଛନ୍ତି ଜ୍ଞାନେଶ କୁମାର।