୨୩ ମୋତି , ୧୪୦୦ ହୀରା ; କେତେ ଦାମୀ ମିସ୍ ୟୁନିଭର୍ସ ମୁକୁଟ ?

ମିସ୍ ୟୁନିଭର୍ସ ମୁକୁଟରେ ୨୩ଟି ସାଉଥ୍ ଗୋଲ୍ଡେନ୍ ମୋତି ବ୍ୟବହାର କରାଯାଇଛି । ଏହି ମୋତିକୁ ଦୁର୍ଲଭ ବୋଲି କୁହାଯାଏ କାରଣ ଫିଲିପାଇନ୍ସର ଗଭୀର ସମୁଦ୍ରରେ ଏହା ମିଳିଥାଏ । ଯାହାକୁ ପାଇବା ଭାଗ୍ୟର କଥା ବୋଲି କୁହନ୍ତି ଫିଲିପାଇନ୍ସର ଲୋକେ ।

Miss Universe Taj

Miss Universe Taj Photograph: (KANAK NEWS)

କନକ ବ୍ୟୁରୋ :ବିବାଦ ଭିତରେ ମେକ୍ସିକୋର ଫାତିମା ବୋଶ୍ ମିସ୍ ୟୁନିଭର୍ସ ୨୦୨୫ର ମୁକୁଟ ନିଜ ନାଁରେ କରିଛନ୍ତି । ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଆୟୋଜିତ ହୋଇଥିବା ସମାରୋହରେ ତାଙ୍କୁ ମିସ୍ ୟୁନିଭର୍ସ ଘୋଷିତ କରାଯାଇଥିଲା । ସେହି ଗୋଟିଏ ମୁକୁଟ ଯିଏ ଜଣେ ସୁନ୍ଦରୀ ଯୁବତୀଙ୍କ ଭବିଷ୍ୟତକୁ ସମ୍ପୁର୍ଣ୍ଣ ରୂପେ ପରିବର୍ତ୍ତନ କରିଦିଏ । ସାରା ଦୁନିଆରେ ଚର୍ଚ୍ଚିତ କରାଏ , ସମ୍ମାନ ସହିତ କାମ ଏବଂ ଟଙ୍କା ରୋଜଗାରର ବାଟ ଫିଟାଏ ଏବଂ ଶେଷରେ ଇତିହାସରେ ନାଁ ମଧ୍ୟ ଲେଖାଇଦିଏ । ୧୯୫୨ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଚଳିତବର୍ଷ ୭୪ ତମ ସଂସ୍କରଣରେ ପହଞ୍ଚିଥିଲା । ଏହି ଯାତ୍ରାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଟି କ୍ରାଉନ୍ ପିନ୍ଧିସାରିଲେଣି ୧୦ ଜଣ ବିଶ୍ବସୁନ୍ଦରୀ । ଏହି କ୍ରାଉନକୁ ଡାଇମଣ୍ଡ ନେକ୍ସସ୍ ଲ୍ୟାବ୍ସ, ଡିଆଇସି ଏବଂ ମିକିମୋଟୋ ସମେତ ଅନେକ ଭିନ୍ନ ଭିନ୍ନ କମ୍ପାନି ଦ୍ୱାରା ନିର୍ମିତ କରାଯାଇଛି । ବିଶ୍ବସୁନ୍ଦରୀ ମୁକୁଟକୁ "ଦି ଲାଇଟ୍ ଅଫ୍ ଇନଫିନିଟି" ବୋଲି ମଧ୍ୟ କୁହାଯାଏ । ଯାହାକୁ ଫିଲିପାଇନ୍ସ କମ୍ପାନି ଜୁଏଲମର୍ ଡିଜାଇନ୍ କରିଥିଲେ ।

ସବୁଠାରୁ ବଡ଼ କଥା ହେଉଛି ଏହି ମୁକୁଟ ମେସିନ୍ ଦ୍ୱାରା ନୁହେଁ, ହାତରେ ତିଆରି କରାଯାଏ । ହାତରେ ତିଆରି ଏହି କ୍ରାଉନ୍ ସାଉଥ୍ ଗୋଲ୍ଡେନ୍ ପର୍ଲ ପାଇଁ ବେଶ୍ ଚର୍ଚ୍ଚିତ ଯାହାକୁ ଫିଲିପାଇନ୍ସର ଜାତୀୟ ରତ୍ନ ବୋଲି କୁହାଯାଏ । କ୍ରାଉନଟି ୧୮ କ୍ୟାରେଟ୍ ସୁନାରେ ତିଆରି ଏବଂ ଏଥିରେ ୧୪୦୦ ହୀରା ଖଚିତ ହୋଇଛି ଯାହା କ୍ରାଉନର ଶୋଭାକୁ ଦ୍ବିଗୁଣିତ କରୁଛି । 

ମିସ୍ ୟୁନିଭର୍ସ ମୁକୁଟରେ ୨୩ଟି ସାଉଥ୍ ଗୋଲ୍ଡେନ୍ ମୋତି ବ୍ୟବହାର କରାଯାଇଛି । ଏହି ମୋତିକୁ ଦୁର୍ଲଭ ବୋଲି କୁହାଯାଏ କାରଣ ଫିଲିପାଇନ୍ସର ଗଭୀର ସମୁଦ୍ରରେ ଏହା ମିଳିଥାଏ । ଯାହାକୁ ପାଇବା ଭାଗ୍ୟର କଥା ବୋଲି କୁହନ୍ତି ଫିଲିପାଇନ୍ସର ଲୋକେ । ଏହି କ୍ରାଉନକୁ ତିଆରି କରିବା ପାଇଁ ମହମର କୋଟ୍ ଦିଆଯାଏ । ଫିଲିପାଇନ୍ସରେ ବିଶ୍ବସୁନ୍ଦରୀ ମୁକୁଟ ତିଆରି କରିବା ଏକ ପରମ୍ପରା । କାରଣ ପିଢ଼ି ପରେ ପିଢ଼ି ଏହି କାମକୁ ଆଗକୁ ବଢ଼ାଇ ଚାଲିଛନ୍ତି । ଗହଣା କାରିଗର ପ୍ରଥମେ ଡିଜାଇନ୍ ତିଆରି କରିଥା’ନ୍ତି । ତା’ପରେ ମହମ ମଡେଲ୍ ଦିଆଯାଏ ତା’ପରେ ଆସେ ମୋତି ଏବଂ ଅନ୍ୟାନ୍ୟ କାମର ପ୍ରକ୍ରିୟା । 

ଅଧିକ ପଢ଼ନ୍ତୁ--ବାପା ମଦ ଛାଡ଼ିଲେନି ବୋଲି ଝିଅ ମୃତ୍ୟୁକୁ କରିନେଲା ନିଜର ; ଶବ ହେଲା ପରେ ଏବେ ବାପା ଶୁଣିବେ ତ ଝିଅର ମନକଥା ?

ତେବେ ଚଳିତବର୍ଷର ବିଶ୍ବସୁନ୍ଦରୀ ମୁକୁଟ ପିନ୍ଧିଥିବା ଫାତିମା ବୋଶ୍ ମେକ୍ସିକୋର ଟାବାସ୍କୋରେ ଜନ୍ମଗ୍ରହଣ କରିଛନ୍ତି । ମେକ୍ସିକୋ ସିଟିର ଇବେରୋଆମେରିକାନା ବିଶ୍ୱବିଦ୍ୟାଳୟରୁ ଫ୍ୟାଶନ୍ ଡିଜାଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ମିଲାନର ନୁଓଭା ଏକାଡେମିଆ ଡି ବେଲେ ଆର୍ଟି ଏବଂ ଭର୍ମଣ୍ଟର ଲିଣ୍ଡନ୍ ଇନଷ୍ଟିଚ୍ୟୁଟରେ ତାଲିମ ନେଇଥିଲେ । 

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫାତିମା ବୋଶଙ୍କୁ ସ୍କୁଲରେ ସହପାଠୀମାନଙ୍କ ଦ୍ବାରା ହଇରାଣ କରାଯାଉଥିଲା । ତାଙ୍କର ମିସ୍ ୟୁନିଭର୍ସ ଯାତ୍ରା ୨୦୧୮ ରେ ଟାବାସ୍କୋରେ ଫ୍ଲୋର୍ ଡି ଓରୋ କ୍ରାଉନ୍ ଜିତିବା ପରେ ଆରମ୍ଭ ହୋଇଥିଲା । ମିସ୍ ୟୁନିଭର୍ସ ୨୦୨୫ ସମୟରେ ଫାତିମା ମଧ୍ୟ ବିବାଦର ସମ୍ମୁଖୀନ ହୋଇଥିଲେ । ପ୍ରତିଯୋଗିତାର ନିର୍ଦ୍ଦେଶକ ନାୱାଟ୍ ଇଟସାରାଗ୍ରିସିଲ୍ ତାଙ୍କୁ ମଞ୍ଚ ଉପରେ ଭର୍ତ୍ସନା କରିଥିଲେ, ଯାହାକୁ ସେ ଅସମ୍ମାନଜନକ ବୋଲି ଭାବି ମଞ୍ଚ ଛାଡ଼ି ଦେଇଥିଲେ । ପରେ ସେ ସମ୍ମାନର ସହ ଫେରିଲେ ଏବଂ କ୍ରାଉନକୁ ନିଜ ନାଁରେ କଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe