ଜମି ଜମା ବିବାଦକୁ ନେଇ ଗୃହବନ୍ଦି ମାମଲା, ଖବର ପ୍ରସାରଣ ପରେ ହଟିଲା ଅବରୋଧ

Advertisment

ଏହି ଜାଗା ବିବାଦକୁ ନେଇ କୋର୍ଟ ଫଇସଲା ବେଜ ପରିବାର ସପକ୍ଷରେ ଯିବାରୁ, ସେମାନେ କଂକ୍ରିଟ ପାଚେରି ତିଆରି କରି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲେ। ଯାହାଫଳରେ କୁଶିଆ ବାରିକଙ୍କ ପରିବାର ୩ ଦିନ ହେଲା ଗୃହବନ୍ଦୀ ଥିବା ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା। ଏହାପରେ ଆଜି ଅଗ୍ନିଶମ ଦଳ ସହ ଜିଲ୍ଲା ପ୍ରଶାସନ ପହଞ୍ଚି ପାଚେରି ଭାଙ୍ଗିଛି । ଡାକ୍ତରୀ ଦଳ କୁସିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି। ଏବେ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଓ ପୌରପାଳିକା ସହଯୋଗରେ ଅବରୋଧ ହଟାଯାଇଛି । 

balasore

କନକ ବ୍ୟୁରୋ : ଜମି ବିବାଦରୁ ଗୋଟିଏ ପରିବାର ଗୃହବନ୍ଦୀ ଥିବା ଘଟଣା । ବାଲେଶ୍ୱର ସହଦେବଖୁଣ୍ଟାର ଏହି ଘଟଣା ସଂପର୍କରେ କନକ ନ୍ୟୁଜରେ ଖବର ବାଜିବା ପରେ, ତତ୍ପର ହେଲା ପ୍ରଶାସନ। ବ୍ରଜେଶ୍ୱର ମନ୍ଦିର ନିକଟ ପୁରୁଣା ଭଙ୍ଗା ମାଟିଘରେ ରହୁଥିବା କୁଶିଆ ବାରିକଙ୍କ ପରିବାରକୁ ଉଦ୍ଧାର କରାଯାଇଛି । ଏଥିସହ ତାଙ୍କ ଘରକୁ ଯାଆସ ପାଇଁ ରାସ୍ତା ଅବରୋଧ କରୁଥିବା ପାଚେରିକୁ ବି ଭାଙ୍ଗିଛି ପ୍ରଶାସନ । ଅଭିଯୋଗ ଅନୁସାରେ, ୮୫ ବର୍ଷୀୟ କୁସିଆ ବାରିକ ପତ୍ନୀଙ୍କ ମୃତ୍ୟୁ ପରେ ଝିଅକୁ ଧରି, ଦୀର୍ଘବର୍ଷ ହେବ ଏହି ଜାଗାରେ ରହି ଆସୁଛନ୍ତି । ଏବେ ସେ ନିଜେ ଶଯ୍ୟାଶାୟୀ ଥିବା ବେଳେ, ରେକର୍ଡ ଅନୁସାରେ ସେ ରହୁଥିବା ଜାଗାକୁ ରାସ୍ତା ନଥିଲା। ଫଳରେ ପଡ଼ୋଶୀ ବେଜ ପରିବାର ଜାଗା ଦେଇ ସେ ପାଦଚଲା ରାସ୍ତାରେ ଯାଆସ କରୁଥିଲେ। ଏହି ଜାଗା ବିବାଦକୁ ନେଇ କୋର୍ଟ ଫଇସଲା ବେଜ ପରିବାର ସପକ୍ଷରେ ଯିବାରୁ, ସେମାନେ କଂକ୍ରିଟ ପାଚେରି ତିଆରି କରି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲେ। ଯାହାଫଳରେ କୁଶିଆ ବାରିକଙ୍କ ପରିବାର ୩ ଦିନ ହେଲା ଗୃହବନ୍ଦୀ ଥିବା ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା। ଏହାପରେ ଆଜି ଅଗ୍ନିଶମ ଦଳ ସହ ଜିଲ୍ଲା ପ୍ରଶାସନ ପହଞ୍ଚି ପାଚେରି ଭାଙ୍ଗିଛି । ଡାକ୍ତରୀ ଦଳ କୁସିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି। ଏବେ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଓ ପୌରପାଳିକା ସହଯୋଗରେ ଅବରୋଧ ହଟାଯାଇଛି । 

ଅଧିକ ପଢ଼ନ୍ତୁ : ବାଲେଶ୍ୱର ଭୋଗରାଇରେ ସରକାରୀ ଜାଗାରେ ବେଆଇନ ଗୃହ ନିର୍ମାଣ, ବିରୋଧ କରି ଗାଁରେ ଉତ୍ତେଜନା

ଏଠାରେ କହିରଖୁ କି, ଗୋଟିଏ ପରିବାର ୩ ଦିନ ଧରି ଗୃହବନ୍ଦି ରହିବା ଘଟଣାକୁ ପ୍ରଶାସନ ଜାଣିଶୁଣି ଅଣଦେଖା କରିଥିଲା, ନା କାହା ଚାପରେ ଅଣଦେଖା କରିଥିଲା । ଏହାସହ ସ୍ଥାନୀୟ ଲୋକମାନେ କ'ଣ ଜାଣିନଥିଲେ । ଯଦି ସବୁ ଜାଣିଥିଲେ ତେବେ ଗୋଟିଏ ପରିବାର ୩ ଦିନ ଗୃହବନ୍ଦି ରହିବା ପଛରେ କାହାକୁ ଦୋଷ ଦିଆଯିବ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe