କନକ ବ୍ୟୁରୋ; ପୁଣି କଂଗ୍ରେସ ନେତା ପୃଥ୍ବୀରାଜ ଚଭଣଙ୍କ ବିବାଦୀୟ ବୟାନ । ପୃଥ୍ୱୀରାଜଙ୍କ ବିବାଦୀୟ ବୟାନକୁ ନେଇ ଏବେ ଦେଶର ରାଜନୀତି ସରଗରମ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦% ଶୁଳ୍କ ଲଗାଇବା ପ୍ରସଙ୍ଗରେ ଚଭାନ୍ ଚକିତ କଲା ଭଳି ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି, "ଭେନେଜୁଏଲାରେ ଯାହା ଘଟିଲା, ତାହା କ’ଣ ଭାରତରେ ହୋଇପାରେ? ଟ୍ରମ୍ପ କ’ଣ ଆମ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିବେ? ଚଭାନ୍ଙ୍କ ଏହି ମନ୍ତବ୍ୟ ପରେ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହାକୁ କଂଗ୍ରେସର 'ଭାରତ ବିରୋଧୀ ମାନସିକତା' ବୋଲି କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ପ୍ରତିଦିନ ନିମ୍ନ ସ୍ତରକୁ ଖସୁଛି । ବିଜେପି ଅଭିଯୋଗ କରିଛି, କଂଗ୍ରେସ ଦେଶର ସମ୍ମାନକୁ ବିଶ୍ୱ ଦରବାରରେ କ୍ଷୁଣ୍ଣ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/06/prithviraj-chavan-2026-01-06-22-02-53.jpg)