କନକ ବ୍ୟୁରୋ: କର୍ଣ୍ଣାଟକରେ ଶୁକ୍ରବାର ସକାଳେ ଭୟଙ୍କର ସିରିଜ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ବେଙ୍ଗାଲୁରୁର ହୋସକୋଟ୍- ଦୋବ୍ସପେଟ୍ ନିକଟ ଏମ୍ ସତ୍ୟବାରା ନିକଟରେ ଦ୍ରୁତଗତିରେ ଯାଉଥିବା ଏସ୍ୟୁଭି କାର୍ ନିୟନ୍ତ୍ରଣ ହରାଇ ଏକ ମୋଟର ସାଇକେଲକୁ ପଛରୁ ଧକ୍କା ଦେଇଥିଲା । ଏସ୍ୟୁଭି ହୋସକୋଟରୁ ଦେବନାହଲ୍ଲି ଅଭିମୁଖେ ଯାଉଥିବାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ମୋଟର ସାଇକେଲ ଓ ପରେ ଏକ କ୍ୟାଣ୍ଟର ଟ୍ରକ୍କୁ ଧକ୍କା ଦେଇଥିଲା । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଅନ୍ୟ ଏକ କାର୍ ସହିତ ମଧ୍ୟ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ: ରାୟଗଡାରେ ବ୍ରେକ୍ ଫେଲ୍ ହେଲା ପୁଲିସ ବସ୍ , ଟଳିଲା ବଡ଼ ଦୁର୍ଘଟଣା
ଏସ୍ୟୁଭିରେ ବସିଥିବା ୬ ଜଣ ଲୋକ ଓ ମୋଟର ସାଇକେଲ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି । ମୃତକମାନେ ବେଙ୍ଗାଲୁରୁର କୋଥାନୁରର ବାସିନ୍ଦା ବୋଲି ଅନୁମାନ କରାଯାଉଛି । ସେମାନଙ୍କ ପରିଚୟ ମିଳିପାରି ନାହିଁ । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ହୋସକୋଟ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/accidents-near-bengaluru-2026-02-13-13-15-30.jpg)