ପଢ଼ିବାକୁ ପଡ଼ିଶା ଭରସା : ମହମବତି, ମୋବାଇଲ ଆଲୁଆରେ ଚାଲିଛି ଜୀବନ

ବରଗଡ଼କୁ ମାତ୍ର ୧୦ କିଲୋମିଟର ଦୂରରେ ଲେଉନିପଦର ଗାଁ । ରୁହନ୍ତି ୩୦ ପରିବାର । ଏଠି ସକାଳ ହେଲେ ଜୀବନ ଆରମ୍ଭ ହୁଏ ସତ କିନ୍ତୁ ସଞ୍ଜ ବୁଡ଼ିଲେ ଡର ମାଡ଼ିଆସେ 

NO LIGHT

Photograph: (KANAKNEWS)

କନକ ବ୍ୟୁରୋ : ବରଗଡ଼କୁ ମାତ୍ର ୧୦ କିଲୋମିଟର ଦୂରରେ ଲେଉନିପଦର ଗାଁ । ରୁହନ୍ତି ୩୦ ପରିବାର । ଏଠି ସକାଳ ହେଲେ ଜୀବନ ଆରମ୍ଭ ହୁଏ ସତ କିନ୍ତୁ ସଞ୍ଜ ବୁଡ଼ିଲେ ଡର ମାଡ଼ିଆସେ  ।  ଚାରିଆଡ଼ ଘୋଟିଯାଏ ଅନ୍ଧାର ।  ହାତ ଗୋଡ଼ ଯେପରି ବାନ୍ଧି ହୋଇଯାଏ  ।  ନା ଆଉ କିଛି କାମ କରିବାକୁ ଇଚ୍ଛା ହୁଏ ନା ପିଲାଙ୍କର ପଢ଼ିବାକୁ ଇଚ୍ଛା । କାରଣ ଘର ଭିତର ବାହାର ଚାରିଆଡ଼େ ତ ଅନ୍ଧାର ।  ଏ ଅନ୍ଧାରରେ କିଏ କ’ଣ କରିବ? 

ଅଧିକ ପଢନ୍ତୁ ...ପୁଣେ ଜମି ଚୁକ୍ତିକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି, ଅଡ଼ୁଆରେ ଅଜିତ ପାୱାର

ଗତ ୨୦ ବର୍ଷ ହେଲେ ଏମିତି ଅନ୍ଧାରରେ ବୁଢ଼ିଯାଏ ଏ ଗାଁ ।  ଶାସନ କରି କରି ବିଜେଡି ସରକାର ଗଲେ ବିଜେପି ସରକାର ଆସିଲା ।  ସେତେବେଳେ ସିଏ କଥା ଦେଇଥିଲେ ଏବେ ଇଏ ବି ପ୍ରତିଶୃତି ଦେଉଛନ୍ତି  କିନ୍ତୁ  ସମୟ ଅନୁଯାୟୀ  ସବୁ ଭୁଲିଯାଉଛନ୍ତି ।  ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ସମସ୍ତଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଗାଁ ଲୋକେ ।  ବିଜୁଳି ପାଇଁ ନେହୁରା ହୋଇ ହୋଇ ଥକିଗଲେଣି କିନ୍ତୁ କେହି କିଛି ଶୁଣିବାକୁ ନାରାଜ  । 

ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି , ଏମାନଙ୍କ ପାଇଁ ଗୋଟେ କଥା ମାତ୍ର  ।  ଯେଉଁଠି ସାରା ଦୁନିଆ ଡିଜିଟାଲ ଯୁଗର ଉପର ପାହାଚରେ ଛଡ଼ା ହେଲାଣି ଏଠି ବିଦ୍ୟୁତ ନାହିଁ ।  ଟିଭି, କମ୍ପ୍ୟୁଟର ଚଳାଇବା  ଏମାନଙ୍କ ପାଇଁ ନୂଆ କଥା, ମୋବାଇଲ କଥା ନକହିବା ଭଲ ।  ମୋବାଇଲ ଏମାନଙ୍କ ପାଇଁ ଆଲୋକ ଦେଖିବାର ଗୋଟେ ଜରିଆ । 

ଅଧିକ ପଢନ୍ତୁ.. ଧୀରେ ଧୀରେ ରାଜ୍ୟରେ ବଢ଼ୁଛି ଶୀତ, ଦାରିଙ୍ଗିବାଡ଼ିରେ ୧୫ ଡିଗ୍ରି ତଳେ ରାତିର ତାପମାତ୍ରା, ଟ୍ୱିନ୍ ସିଟିରେ ବି ରାତିରେ ଖସୁଛି ପାରଦ

ଆର ଗାଁକୁ ଯାଇ ମୋବାଇଲ ଚାର୍ଜ କରି ଆଣିଲେ ଘରେ ଫ୍ଲାସ୍ ଲାଇଟ୍ ଲଗାଇ ପାଠ ପଢ଼ାଠାରୁ ଆରମ୍ଭ କରି ଘର କାମ ସବୁ କରୁଛନ୍ତି ଏ ଗାଁର ଲୋକେ ।  ଆଉ କାହା ସହ ଟିକେ କଥା ହେବାକୁ ତ ପଡ଼ିଶା ଗାଁ ଉପରେ ଭରସା ନକଲେ ନହୁଏ । ଆଉ ୨୦ ବର୍ଷ ପରେ ବରଗଡ଼ ଏଡିଏମ୍ କହୁଛନ୍ତି, ବିଦ୍ୟୁତ ବିଭାଗକୁ ଜଣାଇଛନ୍ତି, ତଥ୍ୟ ସଂଗ୍ରହ ପରେ ଯାହା ପଦକ୍ଷେପ ନିଆଯିବ।   ସରକାର କହୁଛନ୍ତି ବିକଶିତ ଓଡ଼ିଶା କଥା । ହେଲେ ଯେଉଁଠି ମହମ ଆଉ ମୋବାଇଲରେ ଲାଇଟରେ ଜୀବନ ଚାଲୁଛି, ସେଠି ବିକଶିତ ଓଡ଼ିଶାର କଥା କହିବା ମୂର୍ଖାମୀ ନୁହେଁ  ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe