APARATMENT Photograph: (KANAK NEWS)
କନକ ବ୍ୟୁରୋ: ଆଉ ଚଳିବନି ବିଲ୍ଡରଙ୍କ ମନମାନି। ଏଣିକି ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ ମାଲିକାନା ସେଠାକାର ବାସଗୃହ କ୍ରେତାଙ୍କ ହାତକୁ ଯିବ। ଏଥିସହ ସହଜ ହେଲା ଆପାର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍। ମାତ୍ର ୨୦ ହଜାର ଟଙ୍କାରେ ରେଜିଷ୍ଟ୍ରେସନ୍ ହେବ ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ। ଆସୋସିଏସନ୍ ଅଫ ଆଲଟି ବା ବାସଗୃହ କ୍ରେତାଙ୍କ ସଂଘ ନାମରେ ପଞ୍ଜୀକୃତ ହେବ କମନ୍ ଏରିଆ। ଏଥିପାଇଁ ରେଜିଷ୍ଟ୍ରେସନ୍ ନିୟମରେ ସଂଶୋଧନ ଆଣିଲା ରାଜସ୍ବ ବିଭାଗ। ପୂର୍ବରୁ କମନ୍ ଏରିଆ ରେଜିଷ୍ଟ୍ରେସନ ଫିକୁ ନେଇ ଉପୁଜିଥିଲା ଦ୍ୱନ୍ଦ୍ଵ। ୨୦୨୩ ରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସ୍ୱତ୍ତ୍ୱ ଆଇନ ଆସିଥିବା ସତ୍ତ୍ବେ ଦ୍ୱନ୍ଦ୍ଵ ଯୋଗୁଁ ହୋଇପାରୁନଥିଲା କମନ୍ ଏରିଆ ରେଜିଷ୍ଟ୍ରେସନ, ଯାହାକି ଆପାର୍ଟମେଣ୍ଟ ପଞ୍ଜୀକରଣରେ ସାଜିଥିଲା ବଡ଼ ପ୍ରତିବନ୍ଧକ। ଫଳରେ ଆପାର୍ଟମେଣ୍ଟ ପଞ୍ଜୀକରଣ ଲାଗିଥିଲା ରୋକ୍।
ଆହୁରି ପଢ଼ନ୍ତୁ : 'ଭିବି-ଜି ରାମ-ଜି' ବିଲ୍କୁ ନେଇ ଥମୁନି ଝଡ଼: ଲୋକସଭାରେ ରାତି ୧ଟା ୩୫ ଯାଏ ଚାଲିଲା ବିତର୍କ
Follow Us