କନକ ବ୍ୟୁରୋ : ହୋଲିରେ ନଈରେ ଗାଧୋଇ ନାବାଳକଙ୍କ ମୃତ୍ୟୁ। କଟକ ବଡ଼ମ୍ବା ଟି ସେତୁ ନିକଟରେ ହୋଲି ଖେଳି ସାରି ଗାଧୋଇବାବେଳେ ଅଘଟଣ। ୩ ଜଣ ଗାଧୋଇବାବେଳେ ଜଣେ ନାବାଳକ ଭାସିଗଲେ। ନାବାଳକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା ବୋଲି ଜଣାପଡିଛି। ବାଙ୍କୀ ବୈଦେଶ୍ୱର ଦମକଳ ବାହିନୀ ପହଁଚି ମହାନଦୀ ସ୍ରୋତ ରୁ ନାବାଳକଙ୍କୁ ଉଦ୍ଧାର କରି ବଡମ୍ବା ମେଡିକାଲ ରେ ଭର୍ତ୍ତି କରିଥିବାବେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ : ଗାଢ଼ ରଙ୍ଗ ଲାଗିଲେ ଛଡ଼ାଇବେ କେମିତି ? ଘରୋଇ ଉପଚାର ଆପଣାଇ ଖେଳନ୍ତୁ ହୋଲି
ହୋଲି ପର୍ବରେ ଦେହରେ ରଙ୍ଗ ଅବିର ଲାଗିବା ପୂର୍ବରୁ ଲାଗିଲା ରକ୍ତର ଛିଟା । କାର ଦୁର୍ଘଟଣାରରେ ଦୁଇ ପୁଅ ସମେତ ବାପା ଗୁରୁତର। ଏଭଳି ଏକ ଦୁଃଖଦ ଖବର ଆସିଛି ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଦୋରପାଲିରୁ । ମିଲିଥିବା ସୂଚନା ଅନୁସାରେ ଜଗଦଳପୁର ଥାନା ଅନ୍ତର୍ଗତ ଗୌଡ଼ମାଲ ଗାଁର ସୁରଜ ମେହେର ଓ ତାଙ୍କ ଦୁଇ ସହଯୋଗୀ ଗୋଟିଏ କାରରେ ବାଲିଯୋରୀ ବଜାରକୁ ଯାଉଥିଲେ । ଗୁଦେରପାଲି ଘେଁସାଲି ନଦୀ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛରେ ପିଟି ହୋଇଥିଲା । ସ୍ଥାନୀୟ ଲୋକ ଗୁରୁତର ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବରଗଡ ଖେଦାପାଲିସ୍ଥିତ ଡାକ୍ତରଖାନାକୁ ପଠାଇଛନ୍ତି ।
Follow Us