୩ ନା’ ୪ ମାର୍ଚ୍ଚ ? କେବେ ପାଳିବେ ହୋଲି? କ’ଣ କହୁଛନ୍ତି ଜ୍ୟୋତିଷ ?

Advertisment

ଜ୍ୟୋତିଷ ଗଣନା ଅନୁଯାୟୀ ହୋଲିକା ଦହନ ମାର୍ଚ୍ଚ ୨ ତାରିଖରେ ପଡୁଛି ଯେତେବେଳେ ରଙ୍ଗର ପର୍ବ ହୋଲି ୪ ମାର୍ଚ୍ଚରେ ପାଳିତ ହେବ । ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଏବଂ ସିନ୍ଧୁ ଗ୍ରନ୍ଥ ଉପରେ ଆଧାରିତ ଜ୍ୟୋତିଷଙ୍କ ଅନୁସାରେ ଫାଲଗୁଣ ମାସ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ ୨ ରେ ପଡୁଛି ।

ଜ୍ୟୋତିଷ ଗଣନା ଅନୁଯାୟୀ ହୋଲିକା ଦହନ ମାର୍ଚ୍ଚ ୨ ତାରିଖରେ ପଡୁଛି ଯେତେବେଳେ ରଙ୍ଗର ପର୍ବ ହୋଲି ୪ ମାର୍ଚ୍ଚରେ ପାଳିତ ହେବ । ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଏବଂ ସିନ୍ଧୁ ଗ୍ରନ୍ଥ ଉପରେ ଆଧାରିତ ଜ୍ୟୋତିଷଙ୍କ ଅନୁସାରେ ଫାଲଗୁଣ ମାସ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ ୨ ରେ ପଡୁଛି ।

holi

holi Photograph: (KanakNews)

କନକ ବ୍ୟୁରୋ : ଚଳିତ ବର୍ଷ ହୋଲି ପର୍ବକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି । ଏହାର ମୁଖ୍ୟ କାରଣ ହେଉଛି ୩ ମାର୍ଚ୍ଚ ୨୦୨୬ରେ ଚନ୍ଦ୍ରଗ୍ରହଣ । ଜ୍ୟୋତିଷ ଗଣନା ଅନୁଯାୟୀ ହୋଲିକା ଦହନ ମାର୍ଚ୍ଚ ୨ ତାରିଖରେ ପଡୁଛି ଯେତେବେଳେ ରଙ୍ଗର ପର୍ବ ହୋଲି ୪ ମାର୍ଚ୍ଚରେ ପାଳିତ ହେବ । ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଏବଂ ସିନ୍ଧୁ ଗ୍ରନ୍ଥ ଉପରେ ଆଧାରିତ ଜ୍ୟୋତିଷଙ୍କ ଅନୁସାରେ ଫାଲଗୁଣ ମାସ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ ୨ ରେ ପଡୁଛି । ଶାସ୍ତ୍ର ଅନୁସାରେ ଭାଦ୍ରବ ଶେଷ ହେବା ପରେ କିମ୍ବା ଭାଦ୍ରବ ଶେଷ ସମୟକୁ ହୋଲିକା ଦହନ କରାଯାଏ । ହୋଲିକା ଦହନ ପାଇଁ ସର୍ବୋତ୍ତମ ସମୟ ୨ ମାର୍ଚ୍ଚ ରାତି ୧୨:୫୦ ରୁ ୨:୦୨ ସମୟ ରହିବ । ୩ ମାର୍ଚ୍ଚରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଫାଲଗୁଣ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ହେବ । ଗ୍ରହଣ ଯୋଗୁଁ ଭାରତରେ ହୋଲି ପରଦିନ ଚୈତ୍ର କୃଷ୍ଣ ପକ୍ଷ ପ୍ରତିପଦ ପାଳିତ ହେବ । 

ଆଗକୁ ପଢ଼ନ୍ତୁ : ୧୫ ନା’ ୧୬ ? କେଉଁ ତାରିଖରେ ପଡୁଛି ମହାଶିବରାତ୍ରି ?

ଜ୍ୟୋତିଷ ଗଣନା ଅନୁସାରେ ମାର୍ଚ୍ଚ ୩ ଫାଲଗୁନ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ଚନ୍ଦ୍ର ସନ୍ଧ୍ୟା ୫:୫୯ ରେ ଉଦିତ ହେବ ଏବଂ ଗ୍ରହଣ ଅପରାହ୍ନ ୩:୨୦ ରେ ଆରମ୍ଭ ହେବ । ଗ୍ରହଣର ମଧ୍ୟାହ୍ଣ ସମୟ ସନ୍ଧ୍ୟା ୫:୦୪ ରେ ହେବ ଏବଂ ଶେଷ ସମୟ ସନ୍ଧ୍ୟା ୬:୪୭ ରେ ହେବ । ମାର୍ଚ୍ଚ ୩ ସନ୍ଧ୍ୟାବେଳେ ଭାରତର ସବୁ ସ୍ଥାନରେ ଚନ୍ଦ୍ର ବାହାରିବା ପରେ ଗ୍ରହଣ ୫:୫୯ ପରେ ଦୃଶ୍ୟମାନ ହେବ । ତେବେ କେବଳ ଗ୍ରହଣର ଶେଷ ସମୟ ହିଁ ଭାରତରେ ଦୃଶ୍ୟମାନ ହେବ । କାରଣ ଏହା ଚନ୍ଦ୍ର ବାହାରିବା ପୂର୍ବରୁ ହିଁ ଆରମ୍ଭ ହୋଇଯିବ । ସନାତନ ଧର୍ମ ଅନୁସାରେ, ସୂର୍ଯ୍ୟଗ୍ରହଣର ୧୨ ଘଣ୍ଟା ପୂର୍ବରୁ ଏବଂ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୁଏ । ଏହି ଗଣନା ଅନୁସାରେ ୩ ମାର୍ଚ୍ଚ ସକାଳ ୬:୨୦ ରେ ସୂତକ କାଳ ଆରମ୍ଭ ହେବ । ହୋଲି ସମୟରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଭାରତ ସହିତ ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ । ତେଣୁ ୪ ମାର୍ଚ୍ଚରେ ସାରା ଭାରତରେ ହୋଲି ପାଳନ କରିବା ଠିକ୍ ରହିବ । ମାର୍ଚ୍ଚ ୨ରେ ଭାଦ୍ର ପୁଞ୍ଚ ସମୟରେ ରାତି ୧୨:୫୦ ପରେ ହୋଲିକା ଦହନ କରିବା ଶାସ୍ତ୍ର ଅନୁସାରେ ଉପଯୁକ୍ତ ବୋଲି କୁହାଯାଏ । 
 

ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୫:୧୮ ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୩ ତାରିଖ ସନ୍ଧ୍ୟା ୪:୩୩ ପର୍ଯ୍ୟନ୍ତ ରହିବ । ତେଣୁ ୨ ତାରିଖରେ ପୂର୍ଣ୍ଣିମା ପଡୁଛି । ତଥାପି ଭାଦ୍ର ୨ ତାରିଖ ସନ୍ଧ୍ୟା ୫:୧୮ ରୁ ଆରମ୍ଭ ହେବ । ତେଣୁ, ଭାଦ୍ର ପୁଚ୍ଛ ସମୟରେ ରାତି ୧୨:୫୦ ରୁ ରାତି ୨:୦୨ ପର୍ଯ୍ୟନ୍ତ ହୋଲିକା ଦହନ କରିବା ଶାସ୍ତ୍ର ଅନୁସାରେ ଉପଯୁକ୍ତ ବୋଲି କୁହାଯାଏ । ପ୍ରଚଳିତ ମାନ୍ୟତା ଅନୁସାରେ ହୋଲିକା ଦହନର ପରଦିନ ମାର୍ଚ୍ଚ ୩ ତାରିଖରେ ହୋଲି ପାଳନ କରାଯିବା ଉଚିତ । ଏହି ଦିନ ସନ୍ଧ୍ୟାରେ ଚନ୍ଦ୍ରଗ୍ରହଣ ହେବ ଯାହା ସନ୍ଧ୍ୟା ୫.୫୯ ରୁ ସନ୍ଧ୍ୟା ୬.୪୭ ପର୍ଯ୍ୟନ୍ତ ରହିବ । ଗ୍ରହଣ ଶେଷ ହେବା ପରେ ୩ ତାରିଖରେ ଚୌସଠ ଦେବୀଙ୍କ ଯାତ୍ରା ଏବଂ ପୂଜା କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe