କନକ ବ୍ୟୁରୋ : ହୋଲି ପାଇଁ ସାରା ଓଡ଼ିଶା ଏବେ ଉତ୍ସବ ମୁଖର ହୋଇଉଠିଛି । ଫଗୁ ଦଶମୀରୁ ହିଁ ପୁର ପଲ୍ଲୀରେ ରଙ୍ଗ ଓ ଆନନ୍ଦର ମାହୋଲ ତିଆରି ହୋଇଯାଇଛି । ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଫଗୁ ରଙ୍ଗରେ ମହକୁଛି, ଆଉ ଜୟ ରାଧେ ଗୋବିନ୍ଦ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ଲୋକେ ରଙ୍ଗ ଓ ଅବିର ବୋଳାବୋଲି ହୋଇ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି । ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ । 

Advertisment

ପବିତ୍ର ଦୋଳ ପୂର୍ଣ୍ଣିମା ହେଉଛି ଗୋପାଳ ଜାତି ସମୂହଙ୍କ ଏକ ଶ୍ରେଷ୍ଠପର୍ବ । ଏହି ଅବସରରେ ଗୋପାଳମାନେ ଗୋ-ସମ୍ପଦ ଅଥବା ଗୋମାତାଙ୍କ ସେବା ପୂଜା ଧେନୁପୂଜା କରି ମଙ୍ଗଳ କାମନା କରିଥାନ୍ତି । ଗୋପୂଜନ ଅବସରରେ ସ୍ୱାଦିଷ୍ଟ ଭୋଜନ ସହ ନୂତନ ବସ୍ତ୍ର ପରିଧାନ ହେଉଛି ଏହି ପର୍ବର ଅନ୍ୟତମ ଅଂଶ । ନୂତନ ବସ୍ତ୍ରରେ ସଜ୍ଜିତ ଗୋପାଳମାନେ ଲଉଡ଼ି ଖେଳ କରି ଗ୍ରାମ୍ୟ ପରିକ୍ରମା ପୂର୍ବକ ଆନନ୍ଦିତ ହେବା ସହ ଏକ ମଧୁମୟ ପରିବେଶ ସୃଷ୍ଟି କରି ପଲ୍ଲୀଜୀବନକୁ କୁସୁମିତ, ଆନନ୍ଦିତ ଓ ପୁଲକିତ କରି ଗଢ଼ି ତୋଳିଥାନ୍ତି ।

ଅଧିକ ପଢନ୍ତୁ : ଗାଢ଼ ରଙ୍ଗ ଲାଗିଲେ ଛଡ଼ାଇବେ କେମିତି ? ଘରୋଇ ଉପଚାର ଆପଣାଇ ଖେଳନ୍ତୁ ହୋଲି

ହୋଲି ଖେଳିବା ସମୟରେ ସୁରକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ 
ରଙ୍ଗରେ କେମିକାଲ୍ ଥିଲେ ଚର୍ମରୋଗ, ଆଖିରେ ଜଳନ୍, ଶ୍ୱାସକଷ୍ଟ ହୋଇପାରେ 
ହୋଲି ଖେଳିବା ପାଇଁ ସାବଧାନତା ସହ ରଙ୍ଗ ବାଛନ୍ତୁ 
କେବଳ ପ୍ରାକୃତିକ / ହର୍ବାଲ / ଅର୍ଗାନିକ୍ ରଙ୍ଗ ବ୍ୟବହାର କରନ୍ତୁ 
କେମିକାଲ୍ ରଙ୍ଗ ବ୍ୟବହାର କରନ୍ତୁ ନାହିଁ
ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ ତେଲ/ ଲୋସନ୍ ଲଗାନ୍ତୁ
ମୁହଁ, କାନ, ନାକ, ହାତ-ପାଦ, କେଶରେ ତେଲ ଲଗାନ୍ତୁ 
ମୁହଁ ଓ ଶରୀରରେ ସନ୍‌ସ୍କ୍ରିନ୍ (SPF 30+) ଲଗାନ୍ତୁ
ରଙ୍ଗ ଖେଳିବା ସମୟରେ ଆଖି ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ
ରଙ୍ଗ ଖେଳିବା ସମୟରେ ସନ ଙ୍ଗ୍ଲାସ୍ / ଚଷମା / ପ୍ରୋଟେକ୍ଟିଭ୍ ଗ୍ଲାସ୍ ପିନ୍ଧନ୍ତୁ
ଆଖିରେ ରଙ୍ଗ ପଶିଲେ ସଫା ପାଣିରେ ୧୦-୧୫ ମିନିଟ୍ ଧୋଇଦିଅନ୍ତୁ
ରଙ୍ଗ ଖେଳିବା ପରେ ସାବୁନ୍ / ଶାମ୍ପୁରେ ଗରମ ପାଣିରେ ଧୋଇନିଅନ୍ତୁ
ଆଖି/ଚର୍ମରେ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ରଙ୍ଗ ଖେଳିବା ବେଳେ ଶିଶୁଙ୍କ ଉପରେ ନଜର ରଖନ୍ତୁ