FIH Photograph: (Kanak news)
କନକ ବ୍ୟୁରୋ: ହାଇଦ୍ରାବାଦର ଗୋଚିବୋଲି ହକି କମ୍ପ୍ଲେକ୍ସଠାରେ ଚଳିତ ମାସ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍-୨୦୨୬ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଲାଗି ଟିକେଟ ବିକ୍ରି ସୋମବାରଠୁ ଆରମ୍ଭ ହୋଇଛି। ଟିକେଟ ଦର ୨୫ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଇଷ୍ଟ ଷ୍ଟାଣ୍ଡ୍ ଟିକେଟ୍ ଦର ସର୍ବାଧିକ ୧୦୦ ଟଙ୍କା ଥିଲା ବେଳେ ନର୍ଥ ଷ୍ଟାଣ୍ଡର ୫୦ ଓ ସାଉଥ୍ ଷ୍ଟାଣ୍ଡର ଦଳ ୨୫ ଟଙ୍କା ରହିଛି। ଯେପରି ଅଧିକରୁ ଅଧିକ ଦର୍ଶକ ପଡ଼ିଆକୁ ଆସିପାରିବେ ତାହାକୁ ନଜରରେ ରଖି ହକି ଇଣ୍ଡିଆ ଟିକେଟ ଦର ଏଭଳି କମ୍ ରଖିଛି। ଟିକେଟ ଜିନି ୱେବ୍ପୋର୍ଟାଲ୍ ‘https://ticketgenie.in/ticket/FIH-Hockey-World-Cup-2026-Qualifiers’ରେ ଟିକେଟ୍ ମିଳିବ।
ଆହୁରି ପଢ଼ନ୍ତୁ... ସଞ୍ଜୁଙ୍କୁ ପ୍ରଶଂସା; ଅଭିଷେକଙ୍କୁ ସମାଲୋଚନା
ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସହ ଇଂଲଣ୍ଡ, ସ୍କଟଲାଣ୍ଡ, କୋରିଆ, ଇଟାଲି, ଉରୁଗୁଏ, ୱେଲ୍ସ ଓ ଅଷ୍ଟ୍ରିଆ ଭାଗ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଦଳ ବେଲ୍ଜିୟମ ଓ ନେଦରଲାଣ୍ଡ୍ସରେ ଅଗଷ୍ଟ ମାସରେ ହେବାକୁଥିବା ବିଶ୍ବକପ୍କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ପୁଲ୍-ଏରେ ଇଂଲଣ୍ଡ, କୋରିଆ, ଇଟାଲି ଓ ଅଷ୍ଟ୍ରିଆ ଥିଲା ବେଳେ ପୁଲ୍-ବି’ରେ ଭାରତ, ସ୍କଟଲାଣ୍ଡ, ଉରୁଗୁଏ ଓ ୱେଲ୍ସ ଅଛନ୍ତି। ଭାରତୀୟ ମହିଳା ଦଳ ମାର୍ଚ୍ଚ ୮ରେ ଉରୁଗୁଏ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୯ରେ ସ୍କଟଲାଣ୍ଡ ଓ ୧୧ରେ ୱେଲ୍ସକୁ ଭେଟି ପୁଲ୍ ପର୍ଯ୍ୟାୟ ଶେଷ କରିବ। ପ୍ରତି ପୁଲ୍ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍ରେ ପହଞ୍ଚିବେ। ସେମିଫାଇନାଲ୍ ମାର୍ଚ୍ଚ ୧୩ରେ ଏବଂ ଫାଇନାଲ୍ ଓ ତୃତୀୟ ସ୍ଥାନ ମ୍ୟାଚ୍ ୧୪ ତାରିଖରେ ଖେଳାଯିବ।
Follow Us