ଯନ୍ତ୍ରଣା ଭୋଗୁଛି ବରଗଡ଼ ଧନୁଯାତ୍ରାର ଯମୁନା, ଜରାଜୀର୍ଣ୍ଣ ଐତିହାସିକ ଜୀରା ନଦୀ

ବରଗଡ଼ ଓ ଅମ୍ବାପାଲି ମଝିରେ ବହିଯାଇଛି ଜୀରା ନଦୀ ତଥା ବରଗଡ଼ ଧନୁଯାତ୍ରାର ଯମୁନା । ଏବେ ନଦୀର ସ୍ଥିତି ସଂଗୀନ । ନଦୀରେ ମିଳୁଶି ନର୍ଦ୍ଦମା ଓ କଳକାରଖାନାର ପାଣି । ଅନେକ ସ୍ଥାନରେ ଜବରଦଖଲ କାରଣରୁ ବିଲକୁଲ୍‌ ପାଣି ନାହିଁ । ଶୁଖିଲା ପଡୁଛି ନଈପେଟ । ଜୀରା, କ୍ଷୀଣସ୍ରୋତା ନଦୀଟିଏ । କାହିଁ କେଉଁ କାଳରୁ ବହୁଛି ଏ ନଦୀ । ଛତିଶଗଡ଼ର ମଲିଖମନରୁ ବାହାରି, ବରଗଡ଼ ଜିଲ୍ଲା ବ୍ରାହ୍ମଣତୁରୁମ ନିକଟରେ ମହାନଦୀରେ ମିଶିଛି । ଏହି ଜୀରାର  ଉଭୟ ପଟେ ରହିଛି ପ୍ରାୟ ୮୮ଟି ଗାଁ । କେବଳ ବରଗଡ଼ ଜିଲ୍ଲାର ୭୫ଟି ଗାଁ ଥିବା ଜଣାପଡ଼େ ।

baragada

କନକ ବ୍ୟୁରୋ : ବରଗଡ଼ ଧନୁଯାତ୍ରାର ଗୋଟିଏ ଗୋଟିଏ ଉପାଦାନର ଇତିହାସ ବେଶ କୌତୁହଳପୂର୍ଣ୍ଣ। ଧନୁଯାତ୍ରା ସମୟରେ ବରଗଡ଼ ଓ ଅମ୍ବାପାଲିର ପ୍ରତିଟି ମଣିଷ ପାଲଟିଯାଆନ୍ତି ଜଣେଜଣେ ଅଭିନେତା । ଏପରିକି ଜୀବଜନ୍ତୁ, ନଦୀର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ମଥୁରାନଗରୀ ବରଗଡ ଓ ଗୋପପୁର ଅମ୍ବାପାଲି ମଝିରେ ରହିଛି ଐତିହାସିକ ଜୀରା ନଦୀ । ଯିଏ ତୁଲାଏ ଯମୁନା ଦାୟିତ୍ୱ । ଆଦିକାଳରୁ ପ୍ରବାହିତ ଏହି ନଦୀ ଆଜି ଜରାଜୀର୍ଣ୍ଣ । ପ୍ରଦୂଷିତ ପରିବେଶ, ସହରିକରଣ ଓ ଶିଳ୍ପୀକରଣ ଯୋଗୁଁ ସତ୍ତା ହରାଉଛି ଧନୁଯାତ୍ରାର ଯମୁନା । 

ଶୋଇ ପଡ଼ିଛି ବାରିପଦା ସହରର ସିସିଟିଭି କ୍ୟାମେରା, ୬୪ ରୁ ୫୭ ଅଚଳ, ପ୍ରହସନ ପାଲଟିଛି ସିଟି ସର୍ଭିଲାନ୍ସ ସିଷ୍ଟମ

 ବରଗଡ଼ ଓ ଅମ୍ବାପାଲି ମଝିରେ ବହିଯାଇଛି ଜୀରା ନଦୀ ତଥା ବରଗଡ଼ ଧନୁଯାତ୍ରାର ଯମୁନା । ଏବେ ନଦୀର ସ୍ଥିତି ସଂଗୀନ । ନଦୀରେ ମିଳୁଶି ନର୍ଦ୍ଦମା ଓ କଳକାରଖାନାର ପାଣି । ଅନେକ ସ୍ଥାନରେ ଜବରଦଖଲ କାରଣରୁ ବିଲକୁଲ୍‌ ପାଣି ନାହିଁ । ଶୁଖିଲା ପଡୁଛି ନଈପେଟ । ଜୀରା, କ୍ଷୀଣସ୍ରୋତା ନଦୀଟିଏ । କାହିଁ କେଉଁ କାଳରୁ ବହୁଛି ଏ ନଦୀ । ଛତିଶଗଡ଼ର ମଲିଖମନରୁ ବାହାରି, ବରଗଡ଼ ଜିଲ୍ଲା ବ୍ରାହ୍ମଣତୁରୁମ ନିକଟରେ ମହାନଦୀରେ ମିଶିଛି । ଏହି ଜୀରାର  ଉଭୟ ପଟେ ରହିଛି ପ୍ରାୟ ୮୮ଟି ଗାଁ । କେବଳ ବରଗଡ଼ ଜିଲ୍ଲାର ୭୫ଟି ଗାଁ ଥିବା ଜଣାପଡ଼େ । ଏହା ଅନେକଙ୍କ ପାଇଁ ଜୀବନରେଖା । ନଦୀକୂଳରେ ବସବାସ କରୁଥିବା ଲୋକେ ଜୀରା ଜଳରେ ଖରାଦିନିଆ ଫସଲ କରି ଗୁଜୁରାଣ ମେଣ୍ଟାଉଥିଲେ । ଧାନ ଚାଷ ମଧ୍ୟ କରୁଥିଲେ । ଧିବରମାନେ ମାଛ ଧରି ପରିବାର ପୋଷୁଥିଲେ । ଏବେ ସେସବୁ ଅତୀତ ।

ସରକାରୀ ଆବାସକୁ ମାଲକାନଗିରି ବଣ୍ଡାଙ୍କ ନା, କୋଠା ଘର କରିବାକୁ ଉଚିତ୍ ମଣୁନାହାନ୍ତି ଜନଜାତି ହିତାଧିକାରୀ

ଧନୁଯାତ୍ରା ସମୟରେ ଦ୍ୱାପର ଯୁଗର ଯମୁନା ଦାୟିତ୍ୱ ତୁଲାଉଥିବା ଜୀରା ଆଜି ଜରାଜୀର୍ଣ୍ଣ । ଶ୍ରୀକୃଷ୍ଣ ଓ ବଳରାମଙ୍କ ବାଲ୍ୟଲୀଳା, ଗୋପୀମାନଙ୍କ ବସ୍ତ୍ରହରଣ, ନଦୀର ବାଳୁକାରାଶିରେ ଅକ୍ରୁରଙ୍କ କୃଷ୍ଣପାଦ ଦର୍ଶନ, ଶ୍ରୀକୃଷ୍ଣଙ୍କୁ ମସ୍ତକରେ ଧରି ବସୁଦେବ ଘନ ଅନ୍ଧକାର ରାତିରେ ଯମୁନା ପାରିହେବାର ଦୃଶ୍ୟ ଏହି ନଦୀରେ ଦେଖିବାକୁ ମିଳେ । ରଂଗୀନ ଆଲୋକମାଳାରେ ଜୀରା ପାଲଟିଯାଏ ଯମୁନା । ସଂସ୍କୃତ ଗବେଷକଙ୍କ ମତରେ, ଜୀରା ନଦୀ ବିନା ଧନୁଯାତ୍ରାର ପରିକଳ୍ପନା ବି ଅଧାଅଧୁରା ।  ଗଙ୍ଗାର ପବିତ୍ର ଜଳ ପ୍ରଦୂଷିତ ହେବା ଭଳି ଜୀରା ବି ପ୍ରଦୂଷିତ ହୋଇଛି । ଜବରଦଖଲକାରୀଙ୍କ କବଜାକୁ ଚାଲିଯାଉଛି ନଦୀର ଉଭୟ ପାର୍ଶ୍ୱ। ବର୍ତ୍ତମାନ ନଈ ଜଳରେ ଶୌଚ ହେବା ବି କ୍ଷତିକାରକ। ଏତେପରେ ବି ନଦୀର ଅବସ୍ଥାରେ ସୁଧାର ଆଣିବା ପାଇଁ ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe