କନକ ବ୍ୟୁରୋ : ବଜେଟର ଆକାର ବୃଦ୍ଧି କରି ବାହାବା ନେଉଛନ୍ତି ସରକାର। ହେଲେ ଆର୍ଥିକ ବର୍ଷ ସରିବାକୁ ବସିଥିବା ବେଳେ ବଜେଟ ଖର୍ଚ୍ଚର ପ୍ରତିଶତକୁ ଦେଖିଲେ ମୁଣ୍ଡ ଘୂରାଇଦେବ। ଦାବି ମୁତାବକ ଅର୍ଥ ଦେଇଥିଲେ ମୁଖ୍ୟମନ୍ତ୍ରୀ ହେଲେ ପ୍ରାଶାସନିକ ଓ ବିଭାଗ ସ୍ତରରେ ତାଳମେଳ ଅଭାବର ଦଶା ଭୋଗୁଛନ୍ତି ରାଜ୍ୟବାସୀ । ଖର୍ଚ୍ଚ ହୋଇପାରୁନି ବଜେଟ, କେମିତି ହେବ ବିକାଶ ? ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ହାତଖୋଲା ଅର୍ଥ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଭାଗ ଗୁଡିକ ପାଇଁ ଅପର୍ଯ୍ୟାପ୍ତ ଟଙ୍କା ଆବଣ୍ଟନ ହୋଇଛି । ହେଲେ ବିଧାନସଭାରୁ ଯେଉଁ ଉତ୍ତର ଆସିଛି ତାହା ଉଭୟ ଶାସନ ଓ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଛି ।
ଚଳିତ ଆର୍ଥିକ ବର୍ଷ ସରିବାକୁ କାଉଣ୍ଟଡାଉନ ଆରମ୍ଭ ହେଲାଣି । ହେଲେ ଏଯାଏଁ ୩୯ଟି ବିଭାଗର ବଜେଟ୍ ଖର୍ଚ୍ଚ ୭୫ ପ୍ରତିଶତରୁ କମ୍ ରହିଛି । ବିପର୍ଯ୍ୟୟପ୍ରବଣ ଓଡ଼ିଶାରେ ବିଭାଗୀୟ ଖର୍ଚ୍ଚ ସବୁଠୁ ଅଧିକ ନିରାଶ କରିଛି। ୧୩ ହଜାର ୭୨୪ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୩.୪୬ ପ୍ରତିଶତ । ସେହିଭଳି ଯୁବ ମନ୍ତ୍ରୀ ସୂରଜଙ୍କ ଦାୟିତ୍ବରେ ଥିବା ଖେଳ ବିଭାଗ ୮୩୧ କୋଟିରୁ ମାତ୍ର ୨୨ ପ୍ରତିଶତ ଖର୍ଚ୍ଚ କରି ଝୁଣ୍ଟିଛି। ଅସ୍ମିତାର କଥା କହୁଥିବା ସରକାରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଖର୍ଚ୍ଚ ମାତ୍ର ୩୩.୩୭ ପ୍ରତିଶତରେ ସୀମିତ। ଓଡ଼ିଶାକୁ ଶିଳ୍ପ ହବ୍ କରିବାର ସ୍ବପ୍ନ ଦେଖୁଥିବା ସରକାରଙ୍କ ଖଣି ଓ ଇସ୍ପାତ, ଶିଳ୍ପ, ଏମ୍ଏସ୍ଏମ୍ଇ ବିଭାଗର ଖର୍ଚ୍ଚ ଆଶା ଠାରୁ ଅଧିକ ଦୁର୍ବଳ। ବିଭାଗ ବଜେଟ ଖର୍ଚ୍ଚ କରିପାରୁନଥିବା ବେଳେ ଏହାର କାରଣ ସାମ୍ନାକୁ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।
ଅଧିକ ପଢ଼ନ୍ତୁ---ମିଲର୍ସଙ୍କ ଚାଉଳ ନେଉନି FCI; ସରକାରଙ୍କୁ ଦାବିପତ୍ର ପ୍ରଦାନ କଲେ ସୁବର୍ଣ୍ଣପୁର ମିଲର୍ସ ଆସୋସିଏସନ୍
କାହିଁକି ହୋଇପାରୁନି ବଜେଟ୍ ଖର୍ଚ୍ଚ?
ପ୍ରାଶାସନିକ ଓ ଆର୍ଥିକ ଅନୁମତିରେ ବିଳମ୍ବ
ମନ୍ଥର ଗତିରେ ଟେଣ୍ଡର ପ୍ରକ୍ରିୟା
ଜମି ଅଧିଗ୍ରହଣ ଓ ଆଇନଗତ ଅନୁମତିରେ ସମସ୍ୟା
ବୈଷୟିକ ମାନବସମ୍ବଳ ସଙ୍କଟ
ଦୁର୍ବଳ ପ୍ରକଳ୍ପ ଯୋଜନା ଓ ଅନୁଧ୍ୟାନ
ଏସବୁ ଭିତରେ ଧନ୍ଦି ହେଉଛି ଓଡ଼ିଶାର ବଜେଟ। ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ହାତରେ ଆଉ ମାତ୍ର ମାସେ ସମୟ। ଏଭଳି ସ୍ଥିତିରେ ବଜେଟ ଟଙ୍କା କିଭଳି ଢଙ୍ଗରେ ଖର୍ଚ୍ଚ ହେବ ତାହା ସବୁଠୁ ବଡ ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/budget-2026-02-25-19-20-47.png)