କନକ ବ୍ୟୁରୋ : ମିଲର୍ସଙ୍କ ଚାଉଳ ନେଉନି FCI । ସୁବର୍ଣ୍ଣପୁର ଜିଲ୍ଲା ମିଲର୍ସ ଆସୋସିଏସନ୍ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁରରେ ଖରିଫ ଚାଉଳ ଯୋଗାଣ ପୁନଃ ଆରମ୍ଭ କରିବାକୁ ଦାବି କରିଛନ୍ତି ମିଲର୍ସ । କେନ୍ଦ୍ର ସରକାର ଏପ୍ରିଲ ୨୦୨୬ ସୁଦ୍ଧା ଚାଉଳ ବିତରଣ ଶେଷ କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।
ଅଧିକ ପଢ଼ନ୍ତୁ : କେତେ ସୁରକ୍ଷିତ ମଲ୍ ? ଅଗ୍ନି ନିରାପତ୍ତା ବ୍ୟବସ୍ଥାର ହେଉଛି ତ ତଦାରଖ ?
କିନ୍ତୁ ସୁବର୍ଣ୍ଣପୁରରେ FCI ଚାଉଳ ନେଉ ନଥିବା ବେଳେ କିପରି ଭାବେ ଲକ୍ଷ ପୂରଣ କରିବେ ସେନେଇ ଚିନ୍ତାରେ ମିଲର୍ସ । ଏଯାଏଁ ୬୭ ପ୍ରତିଶତ ଚାଉଳ ନେଇଛି FCI I ବାକି ଚାଉଳ FCI ନେଉନଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ଜିଲ୍ଲା ମିଲର୍ସ ଆସୋସିଏସନ୍ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/25/millers-association-2026-02-25-18-55-02.jpg)