କନକ ବ୍ୟୁରୋ;  ହିମାଚଳ ଯାଉଥିଲେ ସାବଧାନ । ପରିସ୍ଥିତି ଦେଖି, ଅପଡେଟ ଖବର ଦେଖି ବୁଲିବାକୁ ଯାଆନ୍ତୁ । କାରଣ ପ୍ରବଳ ତୁଷାରପାତରେ କଲବଲ ପାହାଡ ରାଣୀ । ମନାଲି,  କୁଲ, ଧର୍ମଶାଳା, ମଣ୍ଡି, ଲାହୋଲ ସ୍ପିତରେ ପ୍ରବଳରୁ ଅତିପ୍ରବଳ ବରଫାତ ହେଉଛି । କେଉଁଠି ପର୍ଯ୍ୟଟକ ଫସିଛନ୍ତି, କେଉଁଠି ବରଫଖଣ୍ଡ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବୁଲିବାକୁ ଆସିଥିବା ଶତାଧିକ ସଂଖ୍ୟକ ପର୍ଯ୍ୟଟକ ଦୀର୍ଘଘଣ୍ଟା ଧରି ଗାଡିରେ ଫସିରହିଛନ୍ତି । ଆଖି ଜୁଆଡେ ପଡୁଛି ସେଠି କେବଳ ବରଫ ହିଁ ବରଫ । ୧୫ କିଲୋମିଟର ପର୍ଯ୍ୟନ୍ତ ଗାଡିମାନଙ୍କର ଲାଇନ ଲାଗିଛି ।

Advertisment

 ଅଧିକ ପଢନ୍ତୁ: ଦିଲ୍ଲୀ ଓ ଉତ୍ତର ଭାରତରେ ଝଡ଼ବର୍ଷା ଓ ତୁଷାରପାତ: ବରଫ ଚାଦର ତଳେ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ


ଗୁରୁତର ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ଭିଡ଼ ଯୋଗୁ ହୋଟେଲରେ ରୁମ୍ ମିଳୁନାହିଁ। ପର୍ଯ୍ୟଟକଙ୍କ ପ୍ରବଳ ଥଣ୍ଡାରେ ରାସ୍ତାରେ ରହିବା ପାଇଁ ପଡୁଛି ।   କିଛି ସ୍ଥାନରେ ବିଦ୍ୟୁତ ସରାବହ ବନ୍ଦ କାରଣରୁ  ହୋଟେଲଠୁ ଘର ସବୁଠି ପାଣି, ବିଜୁଳି ମିଳୁନି ।  ଏଭଳି ସ୍ଥିତି ଜମ୍ମୁକାଶ୍ମୀରରେ ଦେଖିବାକୁ ମିଳିଛି
 
ସେପଟେ ଆମେରିକାର ୧୮ ରାଜ୍ୟରେ ଚାଲିଛି ବରଫ ଝଡ । ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରାଜ୍ୟରେ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି । ଏଥିସହ ୯ ହଜାରରୁ ଅଧିକ ଘରୋଇ ଓ ଆନ୍ତର୍ଜାତିକ ଉଡାଣକୁ ରଦ୍ଦ କରି ଦିଆଯାଇଛି ।