ଟିକେଟ୍ ନନେଲେ ଟୋକା ଖାଇବାକୁ ଦେବନି .. ବାରବାଟୀ ଷ୍ଟାଡିୟମରେ ଟିକେଟ୍ ନେବା ପାଇଁ ରାତିଅନିଦ୍ରା ମହିଳା , ବୃଦ୍ଧା ।

ରୋଚକ କଥା ହେଉଛି କ୍ରିକେଟ୍ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ ଥିବା ମହିଳା ଓ ବୃଦ୍ଧା ଷ୍ଟାଡିୟମ ବାହାରେ ଟିକେଟ୍ ଖଣ୍ଡିଏ ପାଇଁ ରାତିରୁ ଲମ୍ବାଲାଇନ୍ ଲଗାଇଛନ୍ତି । ଟିକେଟ୍ କାହା ପାଇଁ କିଣିବେ ପ୍ରଶ୍ନ କଲେ କହୁଛନ୍ତି , ‘ଆମ ପିଲା ଆସିବେ କ୍ରିକେଟ୍ ଦେଖିବେ । ଧୋନୀ , କୋହଲି , ରାହୁଲ୍ ଦ୍ରାବିଡ୍ ସବୁ ବାରବାଟୀକୁ ଆସିବେ ବୋଲି କହୁଛନ୍ତି ମହିଳା ।

ଅଦ୍ୟତନ ହୋଇଛି
Toka

Toka Photograph: (Kanak News)

ବାରବାଟୀ ବ୍ୟାଟେଲ ପାଇଁ ବଢୁଛି କ୍ରେଜ। ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେବ ଅଫଲାଇନ ଟିକେଟ୍। ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଖଣ୍ଡିଏ ମିଳିଯିବ, ସେଇ ଆଶାରେ କ୍ରିକେଟପ୍ରେମୀ । ସକାଳ ୯ଟାରୁ ଅଫଲାଇନ ଟିକେଟ ବିକ୍ରି ହେବାକୁ ସ୍ଥିର ହୋଇଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ରାତିର ଅନ୍ଧକାରକୁ ଖାତିର ନକରି ବ୍ୟାରିକେଡରେ ଛିଡା ହେଲେଣି କ୍ରିକେଟପ୍ରେମୀ। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କିଣିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି ।

women
women Photograph: (google)

ତେବେ ସବୁଠୁ ରୋଚକ କଥା ହେଉଛି କ୍ରିକେଟ୍ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ ଥିବା ମହିଳା ଓ ବୃଦ୍ଧା ଷ୍ଟାଡିୟମ ବାହାରେ ଟିକେଟ୍ ଖଣ୍ଡିଏ ପାଇଁ ରାତିରୁ ଲମ୍ବାଲାଇନ୍ ଲଗାଇଛନ୍ତି । ଟିକେଟ୍ କାହା ପାଇଁ କିଣିବେ ପ୍ରଶ୍ନ କଲେ କହୁଛନ୍ତି , ‘ଆମ ପିଲା ଆସିବେ କ୍ରିକେଟ୍ ଦେଖିବେ । ଧୋନୀ , କୋହଲି , ରାହୁଲ୍ ଦ୍ରାବିଡ୍ ସବୁ ବାରବାଟୀକୁ ଆସିବେ ବୋଲି କହୁଛନ୍ତି ମହିଳା । ଟିକେଟ୍ ପାଇଁ କିଏ ଟଙ୍କା ଦେଉଛନ୍ତି କି ପ୍ରଶ୍ନରେ ମହିଳା ଚିଡ଼ିଯାଇ କହୁଛନ୍ତି , ଆମେ ଟଙ୍କା ପାଇଁ ଛିଡା ହେଉନାହୁଁ ,ଟିକେଟ୍ ନନେଲେ ଆମ ଟୋକା ରାଗିବେ । ଖାଇବାକୁ ଦେବେନି , କିଏ ଏତେ ଅଶାନ୍ତିରେ ରହିବ । ସେଥିପାଇଁ ଆମେ ରାତିରୁ ଲାଇନ୍ ଲଗାଇଛୁ । ଟିକେଟ୍ ପାଇଁ ମହିଳାମାନଙ୍କ ଭିତରୁ କିଛି ଗଜପତି , ଗଞ୍ଜାମ ଭଳି ଦୂରଦୁରାନ୍ତରୁ ଆସିଥିବା କଥା ମଧ୍ୟ କହୁଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଟିକେଟ ଟିଏ ଲୋଡ଼ା। ସେଥିପାଇଁ ଯେତେ ସମୟ ହେଉ ପଛେ ଅପେକ୍ଷା କରିବୁ।

ତେବେ ପ୍ରଶ୍ନ ଉଠୁଛି କ୍ରିକେଟପ୍ରେମୀ ଯେଉଁଠି ଟିକେଟ୍ ଖଣ୍ଡିଏ ନପାଇ ଖେଳ ଦେଖିବାରୁ ବଞ୍ଚିତ ହୋଇ ନିରାଶ ହେଉଛନ୍ତି , ସେହି ସ୍ଥାନରେ ଏହି ମହିଳାମାନେ ସତରେ ନିଜ ଘରଲୋକଙ୍କ ପାଇଁ କିଣୁଛନ୍ତି ତ ଟିକେଟ୍ ? ନା ଟଙ୍କା ଆଶାରେ ଏମାନଙ୍କୁ ରାତିଅନିଦ୍ରା କରି ଛିଡ଼ା କରାଇଛନ୍ତି ଅନ୍ୟ କେହି ? 


 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe