ନୂଆବର୍ଷକୁ ସ୍ୱାଗତ ପାଇଁ ପ୍ରବଳ ଉତ୍ସାହ. ବିଭିନ୍ନ ପର୍ଯ୍ୟଟନସ୍ଥଳ ଓ ଧାର୍ମିକ ପୀଠରେ ଅସମ୍ଭାଳ ଭିଡ଼

Advertisment

ଆଉ କିଛି ଘଣ୍ଟାର ଅପେକ୍ଷା । ସରିବ ୨୦୨୫, ଆସିବ ୨୦୨୬ । ନୂଆବର୍ଷକୁ ଉତ୍ସାହ,ଉଦ୍ଦୀପନା ଓ ଖୁସିର ସ୍ବାଗତ ଜଣାଇବାକୁ କାହାର ବା ଇଚ୍ଛା ନଥାଏ । ତେଣୁ ଘର ପରିବାର ସାଙ୍ଗସାଥୀଙ୍କୁ ନେଇ ସହ ମନପସନ୍ଦର ପର୍ଯ୍ୟଟନସ୍ଥଳୀରେ  ପହଁଚୁଛନ୍ତି ଲୋକ । କିଏ ବରଫପାତର ମଜା ନେବାକୁ ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ, କାଶ୍ମୀର ଓ ହିମାଚଳରେ ପହଞ୍ଚିଛି ତ ପୁଣି କିଏ ରାଜସ୍ଥାନ ମରୂଭୂମିରେ ପହଁଞ୍ଚିଛନ୍ତି  ।

ଆଉ କିଛି ଘଣ୍ଟାର ଅପେକ୍ଷା । ସରିବ ୨୦୨୫, ଆସିବ ୨୦୨୬ । ନୂଆବର୍ଷକୁ ଉତ୍ସାହ,ଉଦ୍ଦୀପନା ଓ ଖୁସିର ସ୍ବାଗତ ଜଣାଇବାକୁ କାହାର ବା ଇଚ୍ଛା ନଥାଏ । ତେଣୁ ଘର ପରିବାର ସାଙ୍ଗସାଥୀଙ୍କୁ ନେଇ ସହ ମନପସନ୍ଦର ପର୍ଯ୍ୟଟନସ୍ଥଳୀରେ  ପହଁଚୁଛନ୍ତି ଲୋକ । କିଏ ବରଫପାତର ମଜା ନେବାକୁ ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ, କାଶ୍ମୀର ଓ ହିମାଚଳରେ ପହଞ୍ଚିଛି ତ ପୁଣି କିଏ ରାଜସ୍ଥାନ ମରୂଭୂମିରେ ପହଁଞ୍ଚିଛନ୍ତି  ।

new year

କନକ ବ୍ୟୁରୋ : ଆଜି ବର୍ଷର ଶେଷ ଦିନ, କାଲି ନୂଆବର୍ଷ । ୨୦୨୫କୁ ଖୁସିରେ ବିଦାୟ ଜଣାଇ ୨୦୨୬କୁ ଉତ୍ସାହର ସହ ସ୍ବାଗତ ଜଣାଇବାକୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଧାର୍ମିକପୀଠରେ ଜମିଛି ପ୍ରବଳ ଭିଡ଼ ।କାଶ୍ମୀରଠୁ ନେଇ ରାଜସ୍ଥାନ, ମଥୁରାଠୁ ନେଇ ଆଯୋଧ୍ୟାରେ ଅସମ୍ଭାଳ ଭିଡ ଜମିଛି ।

ଆଉ କିଛି ଘଣ୍ଟାର ଅପେକ୍ଷା । ସରିବ ୨୦୨୫, ଆସିବ ୨୦୨୬ । ନୂଆବର୍ଷକୁ ଉତ୍ସାହ,ଉଦ୍ଦୀପନା ଓ ଖୁସିର ସ୍ବାଗତ ଜଣାଇବାକୁ କାହାର ବା ଇଚ୍ଛା ନଥାଏ । ତେଣୁ ଘର ପରିବାର ସାଙ୍ଗସାଥୀଙ୍କୁ ନେଇ ସହ ମନପସନ୍ଦର ପର୍ଯ୍ୟଟନସ୍ଥଳୀରେ  ପହଁଚୁଛନ୍ତି ଲୋକ । କିଏ ବରଫପାତର ମଜା ନେବାକୁ ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ, କାଶ୍ମୀର ଓ ହିମାଚଳରେ ପହଞ୍ଚିଛି ତ ପୁଣି କିଏ ରାଜସ୍ଥାନ ମରୂଭୂମିରେ ପହଁଞ୍ଚିଛନ୍ତି  । ସେପଟେ ବର୍ଷର ଶେଷ ସୂର୍ଯ୍ୟଦୋୟ ଓ ସୂର୍ଯ୍ୟାସ୍ତର ମନଲୋଭା ମୁହୁର୍ତ୍ତକୁ ସାଉଁଟିବାକୁ କନ୍ୟାକୁମାରୀ, ଗେଟୱେୟ ଅଫ ଇଣ୍ଡିଆ ସହ ବିଭିନ୍ନ ସମୁଦ୍ରକୂଳକୁ ଆସିଛନ୍ତି ଦୂରଦୂରାନ୍ତର ପର୍ଯ୍ୟଟକ  ।

ମନ ମୋହୁଛି ଯାଜପୁରର ବାରୁଣାବନ୍ତ ; ପର୍ଯ୍ୟଟନସ୍ଥଳୀକୁ ଜୀବନ୍ତ କରିଛନ୍ତି ସରପଞ୍ଚ

ସେପଟେ ଭକ୍ତି ଓ ଆସ୍ଥା ସହ ଭଗବାନଙ୍କ ଆରାଧାନା କରି ନୂଆବର୍ଷକୁ ସ୍ବାଗତ ଜଣାଇବା ଦେଶର ପ୍ରମୁଖ ଧାମିର୍କସ୍ଥଳ ମଥୁରା,ବାରଣାସୀ, ଅଯୋଧ୍ୟାକୁ ଆସିଲେଣି ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ନୂଆବର୍ଷ ଦିନ ପର୍ଯ୍ୟଟକଙ୍କ  ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିର ପ୍ରଶାସନ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କିଛି ସ୍ଥାନରେ ଭିଆଇପି ଦର୍ଶକନୁ ୩ ତାରିଖ ପର୍ୟ୍ୟନ୍ତ ବନ୍ଦ କରାଯାଇଛି । ନୂଆବର୍ଷକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ସନ୍ଦିଗ୍ଧ ବ୍ୟକ୍ତି ବା ଜିନିଷ ଦେଖିଥିଲେ ନିକଟସ୍ଥ ପୁଲିସ ଥାନାରେ ଅଭିଯୋଗ କରିବାକୁ ଅପିଲ କରିଛି ସ୍ଥାନୀୟ ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe