ଆସାମ କଂଗ୍ରେସରେ ମହାନାଟକ, ସକାଳେ ଇସ୍ତଫା, ଅପରାହ୍ନରେ ପ୍ରତ୍ୟାହାର

Advertisment

ଭୂପେନ ବୋରାଙ୍କ ଇସ୍ତଫା ଖବର ପ୍ରଚାର ହେବା ମାତ୍ରେ ଆସାମ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଥିଲା। ୧୦ ବର୍ଷ ବ୍ୟବଧାନରେ ପୁଣି କ୍ଷମତାକୁ ଫେରବା ପାଇଁ ଆଶା ରଖିଥିବା କଂଗ୍ରେସ ଲାଗି ଏହାଠାରୁ ବଡ଼ ବିପର୍ଯ୍ୟୟ କିଛି ନଥିଲା। ଭୂପେନଙ୍କୁ ମନାଇବା ପାଇଁ ତୁରନ୍ତ ପ୍ରଦେଶ କଂଗ୍ରେସ ସଭାପତି ଗୌରବ ଗୋଗୋଇ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଭୂପେନଙ୍କ ବାସଭବନରେ ପହଞ୍ଚିଥିଲେ। ମାତ୍ର ଏତେଶୀଘ୍ର ମାନିବାକୁ ପ୍ରସ୍ତୁତ ନଥିଲେ ଭୂପେନ । ଶେଷରେ ତାଙ୍କୁ ମନାଇବା ପାଇଁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସାହାଯ୍ୟ ନେବାକୁ ପଡ଼ିଥିଲା। 

A9

କନକ ବ୍ୟୁରୋ : ଆଗାମୀ ଦୁଇମାସ ମଧ୍ୟରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ କଂଗ୍ରେସକୁ ବହୁ ସ୍ଥାନରେ ଝଟକା ଲାଗୁଛି । ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କ ମନୋମୁଖୀ କାର୍ଯ୍ୟର  ବିରୋଧ କରି ପୂର୍ବତନ ସଭାପତି ଭୂପେନ ବୋରା ଆଜି ସକାଳେ ଦଳରୁ ଇସ୍ତଫା ଦେଇଥିଲେ। ପରେ    ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଅନୁରୋଧ କ୍ରମେ ଇସ୍ତଫା ପ୍ରତ୍ୟାହାର କରିଛନ୍ତି।

ଭୂପେନ ବୋରାଙ୍କ ଇସ୍ତଫା ଖବର ପ୍ରଚାର ହେବା ମାତ୍ରେ ଆସାମ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଥିଲା। ୧୦ ବର୍ଷ ବ୍ୟବଧାନରେ ପୁଣି କ୍ଷମତାକୁ ଫେରବା ପାଇଁ ଆଶା ରଖିଥିବା କଂଗ୍ରେସ ଲାଗି ଏହାଠାରୁ ବଡ଼ ବିପର୍ଯ୍ୟୟ କିଛି ନଥିଲା। ଭୂପେନଙ୍କୁ ମନାଇବା ପାଇଁ ତୁରନ୍ତ ପ୍ରଦେଶ କଂଗ୍ରେସ ସଭାପତି ଗୌରବ ଗୋଗୋଇ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଭୂପେନଙ୍କ ବାସଭବନରେ ପହଞ୍ଚିଥିଲେ। ମାତ୍ର ଏତେଶୀଘ୍ର ମାନିବାକୁ ପ୍ରସ୍ତୁତ ନଥିଲେ ଭୂପେନ । ଶେଷରେ ତାଙ୍କୁ ମନାଇବା ପାଇଁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସାହାଯ୍ୟ ନେବାକୁ ପଡ଼ିଥିଲା। 

କେରଳ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର କମିଟି ଉପାଧ୍ୟକ୍ଷ ହେଲେ ଶଶୀ ଥରୁର, ଭୋଟରଙ୍କ ଉପରେ ପ୍ରଭାବ ଥିବାରୁ ଦଳ ଦେଲା  ଦାୟିତ୍ୱ

୨୦୨୧ରୁ ଆସାମ କଂଗ୍ରେସର ସଭାପତି ରୂପେ କାର୍ଯ୍ୟ କରିଥିବା ଭୂପେନ ବୋରାଙ୍କ ସ୍ଥାନରେ ୨୦୨୫ ମେ ମାସରେ ଗୌରବ ଗୋଗୋଇଙ୍କୁ ନିଯୁକ୍ତି ଦିଆଯାଇଥିଲା।  ବିଜେିପିର ହିମନ୍ତ ବିଶ୍ବଶର୍ମାଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଆସାମରେ କଂଗ୍ରେସକୁ ବଞ୍ଚାଇ ରଖିବାରେ ଦୁଇଥରର ବିଧାୟକ ଭୂପେନ ବୋରାଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା । ମାତ୍ର ଗୌରବ ଗୋଗୋଇଙ୍କ ନିଯୁକ୍ତି ପରେ ଭୂପେନ ନିଜକୁ ଏକଘରିକିଆ ମନେ କରିଥିଲେ। ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ମନୋନୟନ ପରେ ମଧ୍ୟ  ଟିକେଟ୍ ବାଣ୍ଟିବାରେ  ଗୌରବଙ୍କ ଭୂମିକାକୁ ନେଇ ଭୂପେନ  ବେଶ୍ ଅସନ୍ତୁଷ୍ଟ ଥିଲେ। ଫଳରେ ଆଜି ସେ ଦଳରୁ ଇସ୍ତଫା ଦେଇଥିଲେ ।

କଂଗ୍ରେସର ଏଭଳି ସ୍ଥିତିରୁ ଫାଇଦା ଉଠାଇବା ପାଇଁ ଆଗେଇ ଆସିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମ। ହିମନ୍ତଙ୍କ କଠୋର ସମାଲୋଚକ ଭାବେ ଜଣାଶୁଣା ଭୂପେନଙ୍କ ପାଇଁ ବିଜେପିର ଦ୍ବାର ଖୋଲା ଅଛି ବୋଲି କହିବାକୁ ହିମନ୍ତ ପଛାଇ ନଥିଲେ । ମାତ୍ର କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇ ନଥିଲେ ମଧ୍ୟ ଏହି ସନ୍ଧି କେତେଦୂର ତିଷ୍ଠି ରହିବ, ତାହା ଖୁବଶୀଘ୍ର ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe