ନୀଳଗିରି ଏନଏସି ଅଫିସରେ ହାଇଡ୍ରାମା, ଧାରଣାରେ ବସିଲେ କାଉନସିଲର

Advertisment

ଏନ୍ଏସି ଅଫିସରେ ହାଇଡ୍ରାମା । ଧାରଣାରେ ବସିଲେ କାଉନସିଲର । କାଉନସିଲର, ଚେୟାରମେନ ଓ ଅଧିକାରୀ  ମୁହାଁମୁହିଁ । ସଫେଇ ଗାଡ଼ି ଉଦ୍‌ଘାଟନ ବେଳେ ନଡିଆ ଫଟେଇବାକୁ ବାରଣ କଲେ କାଉନସିଲର୍ ।

ଏନ୍ଏସି ଅଫିସରେ ହାଇଡ୍ରାମା । ଧାରଣାରେ ବସିଲେ କାଉନସିଲର । କାଉନସିଲର, ଚେୟାରମେନ ଓ ଅଧିକାରୀ  ମୁହାଁମୁହିଁ । ସଫେଇ ଗାଡ଼ି ଉଦ୍‌ଘାଟନ ବେଳେ ନଡିଆ ଫଟେଇବାକୁ ବାରଣ କଲେ କାଉନସିଲର୍ ।

NAC Office

NAC Office Photograph: (Kanak News)

କନକ ବ୍ୟୁରୋ : ଏନ୍ଏସି ଅଫିସରେ ହାଇଡ୍ରାମା । ଧାରଣାରେ ବସିଲେ କାଉନସିଲର । କାଉନସିଲର, ଚେୟାରମେନ ଓ ଅଧିକାରୀ  ମୁହାଁମୁହିଁ । ସଫେଇ ଗାଡ଼ି ଉଦ୍‌ଘାଟନ ବେଳେ ନଡିଆ ଫଟେଇବାକୁ ବାରଣ କଲେ କାଉନସିଲର୍ । ଶେଷରେ ଫାଟିଲା ନଡ଼ିଆ, ହେଲେ ଲେମ୍ୱୁରେ ଚଢ଼ିଲାନି ଗାଡ଼ିର ଚକା । ନୀଳଗିରି ଏନଏସି  କାର୍ଯ୍ୟାଳୟରେ ନୂଆ କରି ଆସିଥିବା ସଫେଇ ଗାଡ଼ିର ଉଦ୍‌ଘାଟନ ପୂଜା ସମୟରେ ଏନଏସି ଅଧ୍ୟକ୍ଷ ଓ ଅଧିକାରୀଙ୍କ ସହ ସହ ୧୦ ନମ୍ବର ୱାର୍ଡ କାଉନସିଲର ଗୌରାଙ୍ଗ ବିନ୍ଧାଣିଙ୍କ ଯୁକ୍ତିତର୍କ ହୋଇଥିଲା ।

ଅଧିକ ପଢନ୍ତୁ : ଶିକ୍ଷକ ବଦଳିକୁ ନେଇ ଛାତ୍ରୀଙ୍କ ହାଇଡ୍ରାମା: ସ୍କୁଲରେ ତାଲା, ରାସ୍ତାରେ ଆନ୍ଦୋଳନ, ପରୀକ୍ଷା ବାଧାପ୍ରାପ୍ତ

 ପୂର୍ବରୁ ବ୍ୟାଟେରୀ ଚାଳିତ ଗାଡ଼ି ବାରମ୍ବାର ଖରାପ ହେଉଥିବାରୁ ନୂଆ ଗାଡ଼ି କିଣାଯିବା ପାଇଁ ବୈଠକ ହୋଇଥିଲା । ହେଲେ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ଏବେ କାଉନସିଲରଙ୍କ ଅଜାଣତରେ ଅଧ୍ୟକ୍ଷ ଓ ଅଧିକାରୀ ପୁଣି ବ୍ୟାଟେରୀ ଗାଡ଼ି ଆଣିଥିବା ଅଭିଯୋଗ କରି ଧାରଣାରେ ବସିଥିଲେ କାଉନସିଲର । ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନଏସି ନିର୍ବାହୀ ଅଧିକାରୀ । କହିଛନ୍ତି ସମସ୍ତ କାର୍ଯ୍ୟ ସଠିକ ଟେଣ୍ଡର ପକ୍ରିୟାରେ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe