କନକ ବ୍ୟୁରୋ : ଏନ୍ଏସି ଅଫିସରେ ହାଇଡ୍ରାମା । ଧାରଣାରେ ବସିଲେ କାଉନସିଲର । କାଉନସିଲର, ଚେୟାରମେନ ଓ ଅଧିକାରୀ ମୁହାଁମୁହିଁ । ସଫେଇ ଗାଡ଼ି ଉଦ୍ଘାଟନ ବେଳେ ନଡିଆ ଫଟେଇବାକୁ ବାରଣ କଲେ କାଉନସିଲର୍ । ଶେଷରେ ଫାଟିଲା ନଡ଼ିଆ, ହେଲେ ଲେମ୍ୱୁରେ ଚଢ଼ିଲାନି ଗାଡ଼ିର ଚକା । ନୀଳଗିରି ଏନଏସି କାର୍ଯ୍ୟାଳୟରେ ନୂଆ କରି ଆସିଥିବା ସଫେଇ ଗାଡ଼ିର ଉଦ୍ଘାଟନ ପୂଜା ସମୟରେ ଏନଏସି ଅଧ୍ୟକ୍ଷ ଓ ଅଧିକାରୀଙ୍କ ସହ ସହ ୧୦ ନମ୍ବର ୱାର୍ଡ କାଉନସିଲର ଗୌରାଙ୍ଗ ବିନ୍ଧାଣିଙ୍କ ଯୁକ୍ତିତର୍କ ହୋଇଥିଲା ।
ଅଧିକ ପଢନ୍ତୁ : ଶିକ୍ଷକ ବଦଳିକୁ ନେଇ ଛାତ୍ରୀଙ୍କ ହାଇଡ୍ରାମା: ସ୍କୁଲରେ ତାଲା, ରାସ୍ତାରେ ଆନ୍ଦୋଳନ, ପରୀକ୍ଷା ବାଧାପ୍ରାପ୍ତ
ପୂର୍ବରୁ ବ୍ୟାଟେରୀ ଚାଳିତ ଗାଡ଼ି ବାରମ୍ବାର ଖରାପ ହେଉଥିବାରୁ ନୂଆ ଗାଡ଼ି କିଣାଯିବା ପାଇଁ ବୈଠକ ହୋଇଥିଲା । ହେଲେ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ଏବେ କାଉନସିଲରଙ୍କ ଅଜାଣତରେ ଅଧ୍ୟକ୍ଷ ଓ ଅଧିକାରୀ ପୁଣି ବ୍ୟାଟେରୀ ଗାଡ଼ି ଆଣିଥିବା ଅଭିଯୋଗ କରି ଧାରଣାରେ ବସିଥିଲେ କାଉନସିଲର । ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନଏସି ନିର୍ବାହୀ ଅଧିକାରୀ । କହିଛନ୍ତି ସମସ୍ତ କାର୍ଯ୍ୟ ସଠିକ ଟେଣ୍ଡର ପକ୍ରିୟାରେ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/26/nac-office-2026-02-26-08-17-12.jpg)