ଅବସର ପରେ ସରକାରୀ କ୍ବାର୍ଟର ଦଖଲ ଅନୁଚିତ : ହାଇକୋର୍ଟଙ୍କ କଡା ରାୟ

Advertisment

ଅବସର ଗ୍ରହଣ ବା ବଦଳି ପରବର୍ତ୍ତୀ କାଳରେ ସରକାରୀ କର୍ମଚାରୀ ଅନୁମତିପ୍ରାପ୍ତ ଅବଧି ପରେ କ୍ବାର୍ଟର ଅକ୍ତିଆରରେ ରଖିବା ଅନୁଚିତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି ।

ଅବସର ଗ୍ରହଣ ବା ବଦଳି ପରବର୍ତ୍ତୀ କାଳରେ ସରକାରୀ କର୍ମଚାରୀ ଅନୁମତିପ୍ରାପ୍ତ ଅବଧି ପରେ କ୍ବାର୍ଟର ଅକ୍ତିଆରରେ ରଖିବା ଅନୁଚିତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି ।

High Court

କନକ ବ୍ୟୁରୋ : ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଅବସର ଗ୍ରହଣ ବା ବଦଳି ପରବର୍ତ୍ତୀ କାଳରେ ସରକାରୀ କର୍ମଚାରୀ ଅନୁମତିପ୍ରାପ୍ତ ଅବଧି ପରେ କ୍ବାର୍ଟର ଅକ୍ତିଆରରେ ରଖିବା ଅନୁଚିତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଆଇନଗତ ବିବାଦ ବା ମୋକଦ୍ଦମା ଆଳରେ ସରକାରୀ ଆବାସରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିବା ଅକ୍ଷମଣୀୟ । ଏଭଳି ଦଖଲକାରୀ ବୁଝିବା ଦରକାର ଯେ ସରକାରୀ ଆବାସ କେବଳ ଏକ ସୀମିତ ବିଶେଷ ସୁବିଧା, ଅଧିକାର ନୁହେଁ।  ଚାକିରି ଶେଷ ହେବା ପରେ ବା ବଦଳି ପରେ କର୍ମଚାରୀ ଦୀର୍ଘଦିନ ସରକାରୀ କ୍ବାର୍ଟରେ ରହିବା ଗୁରୁତର ଅନୈତିକ ଆଚରଣ ବୋଲି କୋର୍ଟ କହିଛନ୍ତି । ଏଥିସହିତ ଅବସର ପରେ ସରକାରୀ କ୍ବାର୍ଟରରେ ରହିଥିବା ସରକାରୀ କର୍ମଚାରୀ ଏ ସଂପର୍କିତ ସଂପୂର୍ଣ୍ଣ ଅବଧି ପାଇଁ ଜରିମାନା ଭଡ଼ା ରାଶି ପଇଠ ନକରିବାକୁ ଜଣିକିଆ ବିଚାରପତି ଦେଇଥିବା ରାୟ ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଦାୟର ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ : ବେଆଇନ ଭାବେ ଶିକ୍ଷକଙ୍କ ବଦଳି କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲା : ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ତୁରନ୍ତ ଏ ସଂପର୍କିତ ରିପୋର୍ଟ ପ୍ରଦାନ କର

ଜଣିକିଆ ବିଚାରପତିଙ୍କ ରାୟ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଏଥି ସହିତ ମାମଲାର ପ୍ରତିପକ୍ଷ ତଥା ଅବସର ପରେ କ୍ବାର୍ଟର ନିଜ ଅକ୍ତିଆରରେ ରଖିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ଟି ସମାନ ମାସିକ କିସ୍ତିରେ ପ୍ରତିପକ୍ଷ ଏହି ରାଶି ଜମା କରିବେ । ଯଦି ଏଥିରେ ଅବହେଳା ହୁଏ ତେବେ ପ୍ରତି ଦିନର ବିଳମ୍ବ ପାଇଁ ଅତିରିକ୍ତ ୨ଶହ ଟଙ୍କା ପ୍ରତିପକ୍ଷ ଦେବେ । ଏ ବାବଦ ସମଗ୍ର ଅର୍ଥ ରାଜ୍ୟ ଆଇନସେବା ପ୍ରାଧିକରଣକୁ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe