କନକ ବ୍ୟୁରୋ : ଆଲର୍ଟରେ ଅରୁଣାଚଳପ୍ରଦେଶ । ଏଥରକ ଚୀନ ପାଇଁ ନୁହେଁ ପାକିସ୍ତାନ ପାଇଁ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । କାରଣ ଅରୁଣାଚଳରେ ପାକିସ୍ତାନୀ ଗୁପ୍ତଚରଙ୍କ ଗତିବିଧି ବଢ଼ିବାରେ ଲାଗିଛି । ଗତ ୧୦ଦିନ ଭିତରେ ୪ଜଣ ଗୁପ୍ତଚର ଧରାପଡାଯିବା ପରେ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ିଛି । ଗିରଫ ସନ୍ଦିଗ୍ଧ ଭାରତୀୟ ନାଗରିକ ଗତିବିଧି ବାବଦରେ ସୂଚନା ଦେଉଥିବା ଜଣାପଡିଛି । ଉଭୟ ପାକିସ୍ତାନ ଓ ଚୀନ ସହ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି ।
ଅଧିକ ପଢ଼ନ୍ତୁ : ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ଯାଏଁ ୩୦ହଜାର କୋଟି ଟଙ୍କାରେ ଗାଁ,ସେନାଶିବିର,ହେଲିପ୍ୟାଡ୍, ମୋବାଇଲ ଟାୱାର,ସୁଡ଼ଙ୍ଗ ନିର୍ମାଣ କରୁଛି ଡ୍ରାଗନ
ତଦନ୍ତକାରୀ ସଂସ୍ଥା ଅନୁଯାୟୀ
- ଗିରଫ ସନ୍ଦିଗ୍ଧମାନେ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ସହିତ ମିଶି ସ୍ଲିପର ସେଲ୍ ବୃଦ୍ଧି କରୁଛନ୍ତି
- ଯେଉଁଥିରେ କିଛି ବାଂଲାଦେଶୀ ଯୁବକଙ୍କ ଭୂମିକା ରହିଥାଇପାରେ
- ଆସାମ ଏବଂ ଅରୁଣାଚଳ ପ୍ରଦେଶ ସହିତ ଜଡିତ ଏକ ବୃହତ ଗୁପ୍ତଚର ମଡ୍ୟୁଲର ଅଂଶ ହୋଇପାରେ
- ପାକିସ୍ତାନ ଏଥିରେ ପ୍ରକ୍ସି ଭୂମିକା ଥାଇପାରେ
- ଇଟାନଗରରୁ ଗିରଫ, ନେଟୱର୍କ ଆସାମକୁ ବିସ୍ତାର
- ଡିସେମ୍ବର ୧୧ ତାରିଖରେ ଜମ୍ମୁ ଏବଂ କାଶ୍ମୀରର ୨ ସନ୍ଦିଗ୍ଧ ଗିରଫ
- ଉଭୟ ନିଜକୁ ବ୍ୟବସାୟୀ କହି ଅରୁଣାଚଳର ଗୁଇନ୍ଦାଗିରି କରୁଥିଲେ
- ଏନକ୍ରିପ୍ଟେଡ୍ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହିତ ଯୋଗାଯୋଗରେ ଥିଲେ
- ସେମାନେ ବେଆଇନ ଅନୁପ୍ରବେଶରେ ସହାୟତା କରିବ
- ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ସାହାଯ୍ୟ କରୁଥିଲେ
- ଗୁପ୍ତଚର ନେଟୱର୍କର ପ୍ରସାରକୁ ଗମ୍ଭୀର ସୁରକ୍ଷା ଚ୍ୟାଲେଞ୍ଜ ଭାବରେ ବିବେଚନା
- ଆସାମ ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ତଦନ୍ତ କାର୍ଯ୍ୟ ବଢ଼ାଯାଇଛି
- ଭାରତ, ଚୀନ୍ ଏବଂ ପାକିସ୍ତାନ ସହ ଜଡ଼ିତ ସୁରକ୍ଷା ପରିସ୍ଥିତି ଉପରେ ନିରନ୍ତର ନଜର ରଖୁଛନ୍ତି
Follow Us