କନକ ବ୍ୟୁରୋ : ଆଲର୍ଟରେ ଅରୁଣାଚଳପ୍ରଦେଶ । ଏଥରକ ଚୀନ ପାଇଁ ନୁହେଁ ପାକିସ୍ତାନ ପାଇଁ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । କାରଣ ଅରୁଣାଚଳରେ ପାକିସ୍ତାନୀ ଗୁପ୍ତଚରଙ୍କ ଗତିବିଧି ବଢ଼ିବାରେ ଲାଗିଛି । ଗତ ୧୦ଦିନ ଭିତରେ  ୪ଜଣ ଗୁପ୍ତଚର ଧରାପଡାଯିବା ପରେ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ିଛି । ଗିରଫ ସନ୍ଦିଗ୍ଧ ଭାରତୀୟ  ନାଗରିକ ଗତିବିଧି ବାବଦରେ ସୂଚନା ଦେଉଥିବା ଜଣାପଡିଛି । ଉଭୟ ପାକିସ୍ତାନ ଓ ଚୀନ ସହ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ :  ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ଯାଏଁ ୩୦ହଜାର କୋଟି ଟଙ୍କାରେ ଗାଁ,ସେନାଶିବିର,ହେଲିପ୍ୟାଡ୍, ମୋବାଇଲ ଟାୱାର,ସୁଡ଼ଙ୍ଗ ନିର୍ମାଣ କରୁଛି ଡ୍ରାଗନ

ତଦନ୍ତକାରୀ ସଂସ୍ଥା ଅନୁଯାୟୀ

  • ଗିରଫ ସନ୍ଦିଗ୍ଧମାନେ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ସହିତ ମିଶି ସ୍ଲିପର ସେଲ୍ ବୃଦ୍ଧି କରୁଛନ୍ତି
  • ଯେଉଁଥିରେ କିଛି ବାଂଲାଦେଶୀ ଯୁବକଙ୍କ ଭୂମିକା ରହିଥାଇପାରେ
  •  ଆସାମ ଏବଂ ଅରୁଣାଚଳ ପ୍ରଦେଶ ସହିତ ଜଡିତ ଏକ ବୃହତ ଗୁପ୍ତଚର ମଡ୍ୟୁଲର ଅଂଶ ହୋଇପାରେ 
  •  ପାକିସ୍ତାନ ଏଥିରେ ପ୍ରକ୍ସି ଭୂମିକା ଥାଇପାରେ
  •  ଇଟାନଗରରୁ ଗିରଫ, ନେଟୱର୍କ ଆସାମକୁ ବିସ୍ତାର
  •  ଡିସେମ୍ବର ୧୧ ତାରିଖରେ ଜମ୍ମୁ ଏବଂ କାଶ୍ମୀରର  ୨ ସନ୍ଦିଗ୍ଧ ଗିରଫ
  •  ଉଭୟ ନିଜକୁ ବ୍ୟବସାୟୀ କହି ଅରୁଣାଚଳର ଗୁଇନ୍ଦାଗିରି କରୁଥିଲେ
  • ଏନକ୍ରିପ୍ଟେଡ୍ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହିତ ଯୋଗାଯୋଗରେ ଥିଲେ
  •  ସେମାନେ ବେଆଇନ ଅନୁପ୍ରବେଶରେ ସହାୟତା କରିବ
  •  ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ସାହାଯ୍ୟ କରୁଥିଲେ
  •  ଗୁପ୍ତଚର ନେଟୱର୍କର ପ୍ରସାରକୁ ଗମ୍ଭୀର ସୁରକ୍ଷା ଚ୍ୟାଲେଞ୍ଜ ଭାବରେ ବିବେଚନା  
  •  ଆସାମ ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ତଦନ୍ତ କାର୍ଯ୍ୟ ବଢ଼ାଯାଇଛି
  • ଭାରତ, ଚୀନ୍ ଏବଂ ପାକିସ୍ତାନ ସହ ଜଡ଼ିତ ସୁରକ୍ଷା ପରିସ୍ଥିତି ଉପରେ ନିରନ୍ତର ନଜର ରଖୁଛନ୍ତି