ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା ; ୪ଟା ଯାଏଁ ଗୃହ ମୁଲତବି

Advertisment

ବଜେଟ୍‌ ଅଧିବେଶନର ଆଜି ପଞ୍ଚମ ଦିନ ଆରମ୍ଭ ହେଉ ହେଉ ବିରୋଧୀ ବିଧାୟକ ମାନେ ହଙ୍ଗାମା ଆରମ୍ଭ କରିଥିଲେ । ଧାନମଣ୍ଡିରେ ସମସ୍ୟା ପ୍ରସଙ୍ଗକୁ ନେଇ ଗତ ୩ ଦିନ ଗୃହ ହୁଲସ୍ତୁଲ ହୋଇଥିବା ବେଳେ ଆଜି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ।

ବଜେଟ୍‌ ଅଧିବେଶନର ଆଜି ପଞ୍ଚମ ଦିନ ଆରମ୍ଭ ହେଉ ହେଉ ବିରୋଧୀ ବିଧାୟକ ମାନେ ହଙ୍ଗାମା ଆରମ୍ଭ କରିଥିଲେ । ଧାନମଣ୍ଡିରେ ସମସ୍ୟା ପ୍ରସଙ୍ଗକୁ ନେଇ ଗତ ୩ ଦିନ ଗୃହ ହୁଲସ୍ତୁଲ ହୋଇଥିବା ବେଳେ ଆଜି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ।

assembly

assembly Photograph: (kanak news)

କନକ ବ୍ୟୁରୋ : ଆଜି ବି ଚାଲିପାରିଲାନି ବିଧାନସଭା ପ୍ରଶ୍ନକାଳ , ୪ଟା ଯାଏଁ ଗୃହ ମୁଲତବି । ବଜେଟ୍‌ ଅଧିବେଶନର ଆଜି ପଞ୍ଚମ ଦିନ ଆରମ୍ଭ ହେଉ ହେଉ ବିରୋଧୀ ବିଧାୟକ ମାନେ ହଙ୍ଗାମା ଆରମ୍ଭ କରିଥିଲେ । ଧାନମଣ୍ଡିରେ ସମସ୍ୟା ପ୍ରସଙ୍ଗକୁ ନେଇ ଗତ ୩ ଦିନ ଗୃହ ହୁଲସ୍ତୁଲ ହୋଇଥିବା ବେଳେ ଆଜି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ବିଧାନସଭାରେ ଫ୍ଲାକାର୍ଡ ଧରି କଳା ବ୍ୟାଜ ପିନ୍ଧି କଂଗ୍ରେସର ମଧ୍ୟ ପ୍ରତିବାଦ କରିଥିଲା ।

ନାରାବାଜି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ଉତ୍ତର ରଖିଥିଲେ । ମାତ୍ର ୭ ମିନିଟ୍‌ ପାଇଁ ଚାଲିଥିଲା ଗୃହ କାର୍ଯ୍ୟ , ଏହାପରେ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରାଯାଇଥିଲା । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । 

ଅଧିକ ପଢ଼ନ୍ତୁ---ରାଜ୍ୟରେ ପ୍ରତିଷ୍ଠା ହେବ ୪ ନୂଆ ବିଶ୍ବବିଦ୍ୟାଳୟ: କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ପାଇଁ ବଜେଟ୍‌ରେ ଘୋଷଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe