କନକ ବ୍ୟୁରୋ : ବର୍ଷର ଶେଷ ଦିନରେ ଜଗା ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲାଗିଛି ଗହଳି । ଲକ୍ଷ ଲକ୍ଷ ଭକ୍ତ ଏବେ ପୁରୀ ମୁହାଁ । ଶ୍ରୀଜିଉଙ୍କୁ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିବାକୁ ସଭିଏଁ ଚାହିଁ ବସିଛନ୍ତି । ଶୃଙ୍ଖଳିତ ଦର୍ଶନ ଲାଗି ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଭକ୍ତଙ୍କ ପ୍ରବଳ ଭିଡ଼ । ବର୍ଷର ଶେଷ ଦିନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଲମ୍ବା ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସୁରକ୍ଷାକୁ ନଜରରେ ରଖି ପୁଲିସ ପ୍ରଶାସନ ବି ସଜାଗ ରହିଛି । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ର କୂଳ ସହ ସହରର ପ୍ରମୁଖ ସ୍ଥାନ ଗୁଡ଼ିକ ରହିଛି ସିସିଟିଭି ନଜରରେ। ସେପଟେ ଜିରୋ ନାଇଟ ସେଲିବ୍ରେସନ ପାଇଁ ବେଳାଭୂମିଠୁ ଆରମ୍ଭ କରି ହୋଟେଲଗୁଡିକର ସୁରକ୍ଷାକୁ ଯାଞ୍ଚ କରିଛି ପୁଲିସ ।
ଅଧିକ ପଢ଼ନ୍ତୁ :ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ବିଭ୍ରାଟ ; ଅଭିଯୋଗ ପରେ ବିକ୍ରି ବନ୍ଦ
ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ସବୁକିଛି ସୁରୁଖୁରୁରେ ଚାଲିଛି। ଆଜି ଏବଂ କାଲି ପାଇଁ ଭିତରକାଠ ଦର୍ଶନ ବାତିଲ କରାଯାଇଛି । ଆସନ୍ତାକାଲି ନବବର୍ଷରେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଅନୁମତି ରହିଛି । ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ ଭକ୍ତ । ଆଜି ରାତି ୧୧ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସରିବା ପରେ ପହୁଡ଼ ହେବ । ପହିଲିଭୋଗ ନୀତିକାନ୍ତି ଅନୁଯାୟୀ ରାତି ୨ଟା ପରେ ପହୁଡ଼ ଖୋଲିବା ପରେ ଆରମ୍ଭ ହେବ ସାଧାରଣ ଦର୍ଶନ । ପୁରୁଣା ବର୍ଷ ସରି ଆସୁଥିବା ବେଳେ ନୂଆବର୍ଷକୁ ସ୍ବାଗତ ଲାଗି ସଭିଏଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ।
Follow Us