କନକ ବ୍ୟୁରୋ : ବିବାଦ ପରେ ବନ୍ଦ ହେଲା କ୍ୟାଲେଣ୍ଡର ବିକ୍ରି,ଶ୍ରୀମନ୍ଦିର ପ୍ରଶାସନ ସୂଚନା କେନ୍ଦ୍ରରେ ଆଉ ମିଳୁନି କ୍ୟାଲେଣ୍ଡର । ଭୟଙ୍କର ତ୍ରୁଟି ଥିବା ନେଇ ହୋଇଥିଲା ଅଭିଯୋଗ,ରଥଯାତ୍ରାର ଏକ ଫଟୋରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଭୁଲ ସ୍ଥାନରେ ଚିତ୍ରିତ କରାଯାଇଥିବା ନେଇ ଉଠିଥିଲା ପ୍ରଶ୍ନ । ୨୦୨୬ କ୍ୟାଲେଣ୍ଡରରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତର ତ୍ରୁଟି ସଭିଁଙ୍କୁ ଚକିତ କରିଛି । କ୍ୟାଲେଣ୍ଡରରେ ମହାପ୍ରଭୁଙ୍କର ଯେଉଁ ଚିତ୍ର ସ୍ଥାନ ପାଇଁ ସେଥିରେ ଗୁରୁତର ତ୍ରୁଟି ଥିବା ଦେଖିବାକୁ ମିଳିଛି । କ୍ୟାଲେଣ୍ଡରରେ ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଓ ବଳଭଦ୍ରଙ୍କ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଚିତ୍ର ଥିବା ଏକ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ୨୦୨୬ ରେ ସ୍ଥାନ ଦିଆଯାଇଛି । ସେହିପରି ରଥଯାତ୍ରାର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡରରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡରରେ ସ୍ଥାନ ପାଇଛି ।  

Advertisment

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡରରେ ଏଭଳି ତ୍ରୁଟିକୁ ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ ସମାଲୋଚନା କରିଛନ୍ତି । କ୍ୟାଲେଣ୍ଡର ଛପା ହେବା ପୂର୍ବରୁ କାହା ପରାମର୍ଶରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋ କ୍ୟାଲେଣ୍ଡରରେ ସ୍ଥାନ ଦେଇଛି ତାକୁ ନେଇ ସେବାୟତ ମାନେ ପ୍ରଶ୍ନ ଉଠାଇଛନ୍ତି । ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଉଲ୍ଲଘଂନ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି । 

ଅଝିକ ପଢ଼ନ୍ତୁ---ମାର୍ଚ୍ଚକୁ ଘୁଞ୍ଚିଲା PUCC ଯାଞ୍ଚ; ଏପ୍ରିଲ ୧ରୁ ନିଆଯିବ ଆକ୍ସନ