ସାନଭାଇର ମୃତ୍ୟୁ ଖବର ଶୁଣି ଚାଲିଗଲା ବଡ଼ଭାଇ ର ଜୀବନ

Advertisment

ଏକାଠି ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନଦେଖିଲେ ରହି ପାରୁ ନଥିଲେ। ଦୁଇ ଭାଇଙ୍କ ଭଲ ପାଇବା ଦେଖି ସହି ନପାରି ନିଷ୍ଠୁର ହେଲା ବିଧାତା। ଶେଷରେ ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ଼ ଭାଇ ବି ଆଖି ବୁଜି ଦେଲା

ଏକାଠି ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନଦେଖିଲେ ରହି ପାରୁ ନଥିଲେ। ଦୁଇ ଭାଇଙ୍କ ଭଲ ପାଇବା ଦେଖି ସହି ନପାରି ନିଷ୍ଠୁର ହେଲା ବିଧାତା। ଶେଷରେ ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ଼ ଭାଇ ବି ଆଖି ବୁଜି ଦେଲା

Death

Photograph: (kanak news)

କନକ ବ୍ୟୁରୋ: ଏକାଠି ଜଳିବ ଦୁଇ ଭାଇଙ୍କ ଜୁଇ । ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ । ଦୁହେଁ ଦୁହିଁଙ୍କୁ ନଦେଖିଲେ ରହି ପାରୁ ନଥିଲେ। ଦୁଇ ଭାଇଙ୍କ ଭଲ ପାଇବା ଦେଖି ସହି ନପାରି ନିଷ୍ଠୁର ହେଲା ବିଧାତା। ଶେଷରେ ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ଼ ଭାଇ ବି ଆଖି ବୁଜି ଦେଲା। ଏଭଳି ଦୁଃଖଦ ଘଟଣା ଘଟଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧି ବଳଦିଆ ଗ୍ରାମରେ। 

ଉକ୍ତ ଗ୍ରାମର ଲସ ଟୁଡୁଙ୍କ ସାନ ପୁଅ ଲୁକାଇଙ୍କ ଟୁଡୁ ଗତକାଲି ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟାରେ ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଥିଲେ । ତେବେ ଲୁକାଇଙ୍କ ମୃତ୍ୟୁ ଖବର ପାଇ ଘରେ ଥିବା ବଡ଼ଭାଇ ପାଲୁ ଟୁଡୁ ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡ଼ିଥିଲେ ଏବଂ ହୃଦଘାତରେ ପାଲୁ ମୃତ୍ୟୁବରଣ କରିଥିଲେ।

ଆହୁରି ପଢ଼ନ୍ତୁ:ସାମାନ୍ୟ ବଚସାରୁ ରକ୍ତରଞ୍ଜିତ ହତ୍ୟାକାଣ୍ଡ : ଜଣେ ମୃତ

ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ମୃତ୍ୟବରଣ କରିଥିବା ସାନ ଭାଇ ଲୁକାଇ ଅବିବାହିତ ଥିବା ବେଳେ ବଡ଼ ଭାଇ ପାଲୁଙ୍କ ସ୍ତ୍ରୀ ମମିତା ଏବଂ ତାଙ୍କର ଦୁଇ ଝିଅ ଅସହାୟ ହୋଇ ପଡିଛନ୍ତି। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ତୃତୀୟ ଏବଂ ଅନ୍ୟ ଜଣେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି। ତେଣୁ ଏମାନଙ୍କ ପଢିବା ବ୍ୟବସ୍ଥା କରିବା ସହିତ ସହାୟତା ପାଇଁ ସ୍ତ୍ରୀ ମମିତା ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe